ରାଜ୍ୟ

ଭଦ୍ରକ : ମାଆକୁ ମାମୁଁ ଘର ନେଇଯାଉଥିଲା ପୁଅ, ବାଟରେ ମାରିଦେଲା ପିଟିପିଟି

ଭଦ୍ରକ (କେନ୍ୟୁଜ) : ଜନ୍ମକଲା ମାଆକୁ ମାରିଦେଲା କୁଳାଙ୍ଗାର ପୁଅ। ଦଶ ମାସ ଦଶ ଦିନ ଗର୍ଭରେ ଧରି ଜନ୍ମ ଦେଇଥିବା ମାଆକୁ ମାରିଦେଲା ନୃଶଂସ ପୁଅ। କୁହାଯାଏ ମାଆର ସ୍ଥାନ ଅପୂରଣୀୟ। ଦୁନିଆରେ ଯେତେ ମୂଲ୍ୟ ଦେଲେ ବି ମାଆର ସ୍ଥାନକୁ ପୂରଣ କରାଯାଇପାରିବନାହିଁ। କିନ୍ତୁ ଏହି କଳିଯୁଗର ପୁଅ ବୁଝିଲାନି ମାଆର ମୂଲ।

ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅଞ୍ଚଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ମହିଳାଙ୍କୁ ତାଙ୍କ ସାନ ପୁଅ କରିଛି ନିର୍ମମ ଭାବେ ହତ୍ୟା। ସୂଚନା ଅନୁଯାୟୀ ପୁଅ ନିରଞ୍ଜନ ବେଙ୍ଗାଲୁରୁର ଏକ ଘରୋଈ କମ୍ପାନୀରେ କାମ କରେ। କିଛି ଦିନ ପୂର୍ବରୁ ଲକଡାଉନରେ ଆସିଥିଲା ଘରକୁ। କିନ୍ତୁ ଘରକୁ ଆସିବା ପରେ କୌଣସି କାରଣ ପାଇଁ ମା-ପୁଅଙ୍କ ମଧ୍ୟରେ ହୋଇଥିଲା ଝଗଡା।

ଏହାପରେ ଗତ ୨୮ ତାରିଖ ଦିନ ପୁଅ ନିରଞ୍ଜନ ମାଆଙ୍କୁ ଧରି ମାମୁଁ ଘରକୁ ଯାଉଥିଲେ। ହେଲେ ରାସ୍ତାରେ ମାଆ-ପୁଅଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା। ଏହି ପାଟିତୁଣ୍ଡ ଏତେ ଭୟଙ୍କର ରୂପ ନେଇଥିଲା ଯେ ଏଥିରେ ଉତ୍ୟକ୍ତ ହୋଇ ପୁଅ ନିରଞ୍ଜନ ଶାଢ଼ିରେ ମାଆଙ୍କ ବେକକୁ ଚିପି ଦେଇଥିଲା। କେବଳ ଏତିକିରେ ସରିନଥିଲା ପୁଅର ରାଗ, ଏକ ଶକ୍ତ ବାଡିରେ ମାଆର ମୁଣ୍ଡକୁ ପିଟିଥିଲା। ଏହା ନାରକୀୟ କାଣ୍ଡ ଘଟଣାଇ ପୁଅ ଆସିଯାଇଥିଲା ଘରକୁ।

ତେବେ ଘରେ ପୁଅକୁ ଦେଖି ବାପା ଯେତେବେଳେ ମା’ କଥା ପଚାରିଥିଲେ ତେବେ ପୁଅ କହିଲା ମା ମାମୁଁ ଘରେ ଅଛି। କିନ୍ତୁ ପରେ ଯୋଗାଯୋଗ ପରେ ଜଣାପଡିଲା ମାଆ ସେଠାରେ ପହଁଚି ହିଁ ନାହାନ୍ତି। ତେବେ ଗତକାଲି ଏକ ବିଲରୁ ମାଆଙ୍କର ରକ୍ତ ଜୁଡୁବୁଡୁ ମୁତଦେହକୁ ଉଦ୍ଧାର କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଁଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ପୁଅ ନାଁରେ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ କରୁଛି।

Pritiparna

Recent Posts

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଥିଲେ, ହେଲେ ଛାଡିଲେନି ଗାଁର ମହିଳା । ସିଧା ଘରକୁ ଗଲେ ଆଉ ପକାଇଲେ…

7 mins ago

ମାସକ ଭିତରେ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ, ସପ୍ତାହ ଭିତରେ ସରିବ ବାରିକେଡ କାମ: BMC କମିଶନର

ଭୁବନେଶ୍ୱର  : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ…

25 mins ago

ପାଇରେଟସ ଅଫ ଦ କ୍ୟାରିବିୟନ ଷ୍ଟାର ତମାୟୋ ପେରୀଙ୍କ ପରଲୋକ, ଶାର୍କ ଆଟାକରେ ଚାଲିଗଲା ଜୀବନ

ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…

27 mins ago

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

1 hour ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

1 hour ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

1 hour ago