ଦେଶ ବିଦେଶ

ପ୍ରଥମଥର ପ୍ରାଇଭେଟ ଅନ୍ତରୀକ୍ଷ ଯାନ ଦ୍ୱାରା ନାସା ଲଞ୍ଚ କଲା ଐତିହାସିକ ମାନବ ମିଶନ, ଇତିହାସ ସୃଷ୍ଟି କଲା ‘ସ୍ପେସଏକ୍ସ’

କରୋନା ସଙ୍କଟ ସମୟରେ ଆମେରିକା ତାର ଉଡାଣ ଭରିଛି। ନାସା ଶନିବାର ଦିନ ଫ୍ଲୋରିଡାରୁ ଦୁଇଜଣ ଆମେରିକୀୟ ମହାକାଶଚାରୀଙ୍କୁ କକ୍ଷପଥରେ ପହଞ୍ଚାଇ ‘ସ୍ପେସଏକ୍ସ’ ଇତିହାସ ସୃଷ୍ଟି କରିଛି। ସ୍ପେସ୍‌ଏକ୍ସ ଯେଉଁ ଯାନ ଅନ୍ତରୀକ୍ଷକୁ ପଠାଇଛି ତାର ନାମ କ୍ରୁ ଡ୍ରାଗନ ରହିଛି। ‘ସ୍ପେସ୍ଏକ୍ସ୍’ର ଫାଲ୍କନ୍ ୯ ରକେଟରେ କେନେଡି ସ୍ପେସ୍  ସେଣ୍ଟରରୁ ମହାକାଶଚାରୀ ଡୁଉଗ୍ ହର୍ଲି ଏବଂ ବବ୍ ବେନ୍କେନ୍ ଯାତ୍ରା କରିଛନ୍ତି। ଏଥିରେ ସେମାନେ ୧୯ ଘଣ୍ଟା ଯାତ୍ରା କରିବା ପରେ ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନରେ ପହଞ୍ଚିବେ। ନଅ ବର୍ଷରୁ ଊର୍ଦ୍ଧ୍ବ ବ୍ୟବଧାନ ପରେ ଆମେରିକୀୟ ମାଟିରୁ ନାସା ମହାକାଶଚାରୀଙ୍କର ଏହା ପ୍ରଥମ ମହାକାଶଯାତ୍ରା ।

ଉତ୍‌କ୍ଷେପଣ ଦେଖିବାକୁ ଫ୍ଲୋରିଡାର କେପ୍ କାର୍ଣ୍ଣିଭାଲ୍ସ୍ ସ୍ଥିତ କେନେଡି ସ୍ପେସ୍ ସେଣ୍ଟରରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇଭାଙ୍ଗା ଏବଂ ଜ୍ୱାଇଁ ଜେୟର୍ଡ ମଧ୍ୟ ଉପସ୍ଥିତି ଥିଲେ। ‘ସ୍ପେସ୍ଏକ୍ସ’ର ମାଲିକ ଉଦ୍ୟୋଗୀ ଏଲନ୍ ମସ୍କ୍ କହିଛନ୍ତି, ଏଇଟା ବାସ୍ତବ ବୋଲି ବିଶ୍ବାସ କରିବା କଷ୍ଟକର। ମୋର ଏବଂ ସ୍ପେସ୍ଏକ୍ସ୍ର ସମସ୍ତଙ୍କର ସ୍ବପ୍ନ ସାକାର ହୋଇଛି। ମହାକାଶଚାରୀ ୫୩ ବର୍ଷିୟ ହର୍ଲି ଏବଂ ୪୯ ବର୍ଷିୟ ବେନ୍କେନ୍ ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନରେ କିଛି ସପ୍ତାହ ରହି ଘୂର୍ଣ୍ଣୀୟମାନ ପରୀକ୍ଷାଗାରରେ ଲୋକ ଆବଶ୍ୟକ କରୁଥିବା କ୍ରୁ’ମାନଙ୍କୁ କାମରେ ସାହାଯ୍ୟ କରିବେ। ୨୦୧୧ ପରେ ପ୍ରଥମ ଥର ପାଇଁ ଆମେରିକା ଏପରି ମିଶନକୁ ସଫଳ କରିଛି।

ସ୍ପେସଏକ୍ସ କ’ଣ :

ସ୍ପେସଏକ୍ସ ଆମେରିକାର ଉଦ୍ୟୋଗପତି ଏଲନ ମସ୍କଙ୍କ କମ୍ପାନୀ। ଯାହାକୁ ୨୦୦୨ରେ ଆରମ୍ଭ କରାଯାଇଥିଲା। ଫାଲକନ ୯, ଫାଲକନ ହେବି ରକେଟ୍‌ରେ ବାଣିଜ୍ୟକ ଏବଂ ସରକାରୀ ଲଞ୍ଚ ସେବା ପ୍ରଦାନ କରିଥାଏ। ଅନ୍ତରୀକ୍ଷରେ ଶବ୍ଦ କମ୍‌ କରିବା ସ୍ପେସଏକ୍ସର ମୂଳଲକ୍ଷ୍ୟ। ନାସା ସହିତ ମିଶି ଭବିଷ୍ୟ ପାଇଁ ଅନେକ ଅନ୍ତରୀକ୍ଷ ମିଶନରେ କାମ କରୁଛି ସ୍ପେସଏକ୍ସ।

Swagatika

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

16 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

18 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

24 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

33 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

33 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

51 mins ago