ରାଜ୍ୟ

ଏମିତି ଦୁର୍ଯୋଗ କେବେ ନଘଟୁ, ସ୍ତ୍ରୀର ପ୍ରସବ କରାଇବାକୁ ଆସି ଡାକ୍ତରଖାନା ସିଡିରୁ ପଡି ଆଖିବୁଜିଲେ ସ୍ବାମୀ

ମୟୁରଭଞ୍ଜ(କେନ୍ୟୁଜ୍):ଆସିଥିଲେ ସ୍ତ୍ରୀକୁ ଚିକିତ୍ସା କରି ସେବା ଶୁଶ୍ରୂସା କରି ଭଲ କରି ଘରକୁ ନେବାକୁ,ହେଲେ ବିଧିର ବିଧାନ ବଡ଼ ବିଚିତ୍ର। ସ୍ତ୍ରୀର ଚାଲିଛି ଚିକିତ୍ସା ହେଲେ ସେହି ଚିକିତ୍ସାଳୟରେ ଦୁର୍ଘଟଣା ଘଟି ସ୍ବାମୀ ଚାଲିଗଲେ ଅରପରିକୁ। ସ୍ତ୍ରୀର ଯନ୍ତ୍ରଣା ସହି ନପାରି ଡାକ୍ତର ଡାକିବାକୁ ଗଲା ବେଳେ ୫ ମହଲା ସିଡିରୁ ଖସିପଡ଼ି ଚାଲିଗଲା ସ୍ବାମୀର ଜୀବନ। ଏଭଳି ଦୁଃଖଦ ଘଟଣା ଭଟିଛି ବାରିପଦା ପିଆରଏମ୍ ମେଡିକାଲ କଲେଜରେ।

ବାରିପଦା ପିଆରଏମ୍ ମେଡିକାଲ କଲେଜ ପ୍ରସୂତୀ ବିଭାଗର ପାଞ୍ଚ ମହଲା ସିଡିରୁ ଖସିପଡି ଗୁରୁତର ହୋଇ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ସ୍ବାମୀ। ବ୍ୟକ୍ତି ଜଣକ ହେଉଛନ୍ତି ଝାଡଖଣ୍ଡ ରାଜ୍ୟର ଘୋଡାବନ୍ଧ ଥାନା ଅନ୍ତର୍ଗତ ମୁଣ୍ଡାକଟା ଗ୍ରାମର ଦୁଲା ସୋରେନ। ତାଙ୍କ ସ୍ତ୍ରୀ ଗତ କାଲି ଠାରୁ ପିଆରଏମ୍ ମେଡିକାଲ କଲେଜର ପ୍ରସୂତୀ ବିଭାଗରେ ଆଡମିସନ ହୋଇଛନ୍ତି। ତାଙ୍କ ସ୍ବାମୀ ଦୁଲା ସୋରେନ ଡାକ୍ତରଙ୍କ ଡାକିବାକୁ   ପଞ୍ଚମ ମହଲାର ସିଡିରୁ ଓହ୍ଲାଉଥିବା ବେଳେ ବେଳେ ହଠାତ ତଳକୁ ଖସି ପଡିଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।

ଦୁଲା ଗୁରୁତର ଭାବେ ଜରୁରୀ କାଳୀନ ବିଭଗରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଡାକ୍ତର ପ୍ରାଥମିକ ଚିକିତ୍ସା ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା କରୁଥିବା ବେଳେ ଆଖି ବୁଜିଦେଇଥିଲେ ଦୁଲା

KNews Bureau

Recent Posts

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

1 hour ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

2 hours ago

IT କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳି ଛାରଖାର ହେଲା ଅଫିସ୍‌ ଗୃହ

ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…

2 hours ago

ବସ୍‌ ଷ୍ଟାଣ୍ଡରେ ହୁତୁ ହୁତୁ ହୋଇ ଜଳିଗଲା ୪ ଟି ବସ୍‌

ରାୟଗଡ଼ା(କେନ୍ୟୁଜ୍‌): ବସ୍‌ ରେ ଲାଗିଲା ନିଆଁ । ହୁତୁ ହୁତୁ ହୋଇ ବସ୍‌ଷ୍ଟାଣ୍ଡରେ ଜଳିଗଲା ବସ୍‌ । ରାୟଗଡ଼ା ଜିଲ୍ଲା…

2 hours ago

ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲା : ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି

ପୁରୀ(କେନ୍ୟୁଜ୍‌): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲାରେ ଆଉ ଜଣଙ୍କ ମୃତ୍ୟୁ । ଏଥିସହ ମୃତ୍ୟୁସଂଖ୍ୟା ୯ କୁ ବୃଦ୍ଧି…

2 hours ago

ଟ୍ରେନରେ କେତେବେଳେ ବ୍ୟବହାର କରାଯାଏ ଏମର୍ଜେନ୍ସି ବ୍ରେକ୍?

ଭାରତରେ ଭାରତୀୟ ରେଳ ହେଉଛି ଲୋକଙ୍କ ଲାଇଫ ଲାଇନ । ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଭାରତୀୟ ରେଳପଥ ଦେଇ…

2 hours ago