ଏମିତି ଦୁର୍ଯୋଗ କେବେ ନଘଟୁ, ସ୍ତ୍ରୀର ପ୍ରସବ କରାଇବାକୁ ଆସି ଡାକ୍ତରଖାନା ସିଡିରୁ ପଡି ଆଖିବୁଜିଲେ ସ୍ବାମୀ
ମୟୁରଭଞ୍ଜ(କେନ୍ୟୁଜ୍):ଆସିଥିଲେ ସ୍ତ୍ରୀକୁ ଚିକିତ୍ସା କରି ସେବା ଶୁଶ୍ରୂସା କରି ଭଲ କରି ଘରକୁ ନେବାକୁ,ହେଲେ ବିଧିର ବିଧାନ ବଡ଼ ବିଚିତ୍ର। ସ୍ତ୍ରୀର ଚାଲିଛି ଚିକିତ୍ସା ହେଲେ ସେହି ଚିକିତ୍ସାଳୟରେ ଦୁର୍ଘଟଣା ଘଟି ସ୍ବାମୀ ଚାଲିଗଲେ ଅରପରିକୁ। ସ୍ତ୍ରୀର ଯନ୍ତ୍ରଣା ସହି ନପାରି ଡାକ୍ତର ଡାକିବାକୁ ଗଲା ବେଳେ ୫ ମହଲା ସିଡିରୁ ଖସିପଡ଼ି ଚାଲିଗଲା ସ୍ବାମୀର ଜୀବନ। ଏଭଳି ଦୁଃଖଦ ଘଟଣା ଭଟିଛି ବାରିପଦା ପିଆରଏମ୍ ମେଡିକାଲ କଲେଜରେ।
ବାରିପଦା ପିଆରଏମ୍ ମେଡିକାଲ କଲେଜ ପ୍ରସୂତୀ ବିଭାଗର ପାଞ୍ଚ ମହଲା ସିଡିରୁ ଖସିପଡି ଗୁରୁତର ହୋଇ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ସ୍ବାମୀ। ବ୍ୟକ୍ତି ଜଣକ ହେଉଛନ୍ତି ଝାଡଖଣ୍ଡ ରାଜ୍ୟର ଘୋଡାବନ୍ଧ ଥାନା ଅନ୍ତର୍ଗତ ମୁଣ୍ଡାକଟା ଗ୍ରାମର ଦୁଲା ସୋରେନ। ତାଙ୍କ ସ୍ତ୍ରୀ ଗତ କାଲି ଠାରୁ ପିଆରଏମ୍ ମେଡିକାଲ କଲେଜର ପ୍ରସୂତୀ ବିଭାଗରେ ଆଡମିସନ ହୋଇଛନ୍ତି। ତାଙ୍କ ସ୍ବାମୀ ଦୁଲା ସୋରେନ ଡାକ୍ତରଙ୍କ ଡାକିବାକୁ ପଞ୍ଚମ ମହଲାର ସିଡିରୁ ଓହ୍ଲାଉଥିବା ବେଳେ ବେଳେ ହଠାତ ତଳକୁ ଖସି ପଡିଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।
ଦୁଲା ଗୁରୁତର ଭାବେ ଜରୁରୀ କାଳୀନ ବିଭଗରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଡାକ୍ତର ପ୍ରାଥମିକ ଚିକିତ୍ସା ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା କରୁଥିବା ବେଳେ ଆଖି ବୁଜିଦେଇଥିଲେ ଦୁଲା