ୟଙ୍ଗ୍‌ ଲୁକ୍‌ରେ ରହିବାକୁ ଇଛା ନା, ତେବେ ଖାଦ୍ୟରେ ନିହାତି ସାମିଲ କରନ୍ତୁ ଏହି ୬ଟି ସୁପର ଫୁଡ

ବାୟୁ ମଣ୍ଡଳରେ ବଢୁଥିବା ପ୍ରଦୂଷଣ କାରଣରୁ ଅବା ଦୂଷିତ ଖାଦ୍ୟ ସମସ୍ୟାକୁ ନେଇ ହେଉ ଲୋକ ମାନଙ୍କ ଠାରେ ରୋଗର ମାତ୍ରା ଦିନ କୁ ଦିନ ବଢ଼ିବାରେ ଲାଗିଛି । ଏହା ଠାରୁ କିଛି ଟା ମୁକ୍ତି ପାଇବା ପାଇଁ ଆଜି କାଲି ଲୋକେ ଭିନ୍ନ ଭିନ୍ନ ତରିକା ଆପଣେଇବାରେ ଲାଗି ପଡିଛନ୍ତି | ଏମିତିରେ ଦୀର୍ଘ ଦିନ ପର୍ଯ୍ୟନ୍ତ ସତେଜ, ସ୍ମାର୍ଟ ତଥା ଯୁବା ଦେଖାଯିବା ବି ସମସ୍ତଙ୍କର ଇଚ୍ଛା । ଏନେଇ ଅନେକେ ଡାଏଟ୍‌ ସହ ବ୍ୟାୟାମକୁ ବି ନିଜ ଡେଲି ରୁଟିନରେ ସାମିଲ କରିଛନ୍ତି । ଏହି ସବୁ ସମସ୍ୟାକୁ କିଛିଟା କମ କରିବା ପାଇଁ ଖାଦ୍ୟ ତଥା ପାନୀୟ ଉପରେ ବିଶେଷ ଧ୍ୟାନ ଦେବା ନିହାତି ଦରକାର । ଏଠାରେ ଆପଣଙ୍କୁ ଏମିତି କିଛି ବିଶେଷ ଖାଦ୍ୟ ବିଷୟରେ କହୁଛୁ ଯେଉଁଥିରେ ଭରପୁର ଆଣ୍ଟିଏଜିଙ୍ଗ୍ ଗୁଣ ଅଛି। ଏହା ବାର୍ଦ୍ଧକ୍ୟର ପ୍ରଭାବକୁ ହ୍ରାସ କରିବାରେ ସକ୍ଷମ ହେବ ବୋଲି କୁହାଯାଏ। ଏଥିପାଇଁ ନିଜ ଦୈନଦିନ ଖାଦ୍ୟ ତାଲିକାରେ ଏହି ସବୁ ଖାଦ୍ୟକୁ ଡାଏଟ୍‌ରେ ସାମିଲ୍‌ କରନ୍ତୁ । ତେବେ ଜାଣି ରଖନ୍ତୁ ଏଗୁଡିକ କଣ କଣ ।

ଗାଜର- ଗାଜରକୁ ପରିବା ମାନଙ୍କର ଗୁରୁ ବୋଲି କହିଲେ ହୁଏତ ଭୁଲ ହେବ ନାହିଁ | ଚେହେରାରୁ ବୟସର ଛାପ ଦୂର କରିବାରେ ଗାଜର ହିଁ ଆମକୁ ସାହାଯ୍ୟ କରେ । ଆଉ ମଧ୍ୟ ଗାଜର ଖାଇବା ଦ୍ବାରା ଆମ ଶରୀରର କୋଲେଷ୍ଟ୍ରଲ ମାତ୍ର କମ ହୁଏ । କର୍କଟ ରୋଗ ହେବା ଆଶଙ୍କା ବି କମ୍ ହୁଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ। ଗାଜରକୁ ଖାଇବା ଦ୍ବାରା ଥିବା ଶରୀରରେ ଅନେକ ଭିଟାମିନ୍‌ ପରିଣତ ହୁଏ।

ଅଙ୍ଗୁର- ଅଙ୍ଗୁର ତ ପାଟିକୁ ମିଠା ଲାଗେ ଏହା ସହିତ ଏଥିରେ ଅନେକ ଔଷଧୀୟ ତତ୍ତ୍ୱ ବି ଭରି ରହିଛି | ଛୋଟ ଛୋଟ ଗୋଲ ଗୋଲ ଦେଖାଯାଉଥିବା ଅଙ୍ଗୁର ଖାଇବା ଦ୍ୱରା ଆମକୁ ଏକ ପ୍ରକାର ଫ୍ରେସ ଅନୁଭବ ହୋଇଥାଏ । ଏହି ଫଳରେ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ଥାଏ । ଯାହା ଆପଣଙ୍କ ଶରୀରର କୋଷଗୁଡ଼ିକର କ୍ଷତିକାରକ ଜୀବାଣୁ ସହିତ ଲଢି ପାରିବ । ଏହା ସହ ଅତି ଗରମ ତଥା ପ୍ରବଳ ଖରା ଦାଉରୁ ବି ରକ୍ଷା ମିଳିପାରିବ |

ପିଆଜ- କୁହାଯାଏ ଦିନକୁ ଗୋଟିଏ ପିଆଜ ଖାଇଲେ ଖରାର ତେଜ ଆମ ଶରୀର ଉପରେ ପଡେ ନାହିଁ । କାରଣ ପିଆଜ ଖାଇବା ଦ୍ଵାରା ଶରୀରରେ ରକ୍ତ ସଞ୍ଚାଳନ ଠିକ ହୋଇଥାଏ । ଏହା ସହ ଅନେକ ରୋଗକୁ ମାତ୍‌ ଦେଇଥାଏ କଞ୍ଚା ପିଆଜ ।ଶରୀରରେ ଗୁଡ଼ କୋଲେଷ୍ଟ୍ରଲ ବୃଦ୍ଧି କରିବାରେ ସାହାଯ୍ୟ କରେ । ପିଆଜରେ ଶକ୍ତିଶାଳୀ ବାର୍ଦ୍ଧକ୍ୟ ଜନିତ ସମସ୍ୟାରୁ ବି ମୁକ୍ତି ମିଳିପାରେ ।

ବନ୍ଧାକୋବି- ପତ୍ର କୋବି କିମ୍ବା ବନ୍ଧା କୋବି ଏପରି ଏକ ପରିବା ଯେଉଁଥିରେ ଭରପୂର ମାତ୍ରାରେ ଭିଟାମିନ୍‌ ଥାଏ। ଏଥିରେ ପ୍ରଚୁର ଭିଟାମିନ କେ ରହିଛି । ଯାହା ଇଷ୍ଟ୍ରୋଜେନ୍ ପ୍ରାଧାନ୍ୟକୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରେ । ଶରୀରରେ ଆଣ୍ଟି-ଏଜିଙ୍ଗ୍ ପରିମାଣ ବଢ଼ାଇ ଥାଏ । ଭିଟାମିନ୍ କେ ବ୍ୟତୀତ ଏଥିରେ ଭିଟାମିନ ଏ, ଭିଟାମିନ୍ ଡି ବି ରହିଛି ।

ଟମାଟୋ –ଟମାଟୋରେ ତ ଭିଟାମିନ ସି ପ୍ରଚୁର ରହିଛି । ଏହାକୁ ଖାଇବା ଦ୍ବାରା ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ମସ୍ତିଷ୍କର ସ୍ୱାସ୍ଥ୍ୟ ରକ୍ଷା କରିବାରେ ସାହାଯ୍ୟ କରେ । ଟମାଟୋରେ ମଧ୍ୟ କର୍କଟ ବିରୋଧୀ ଏବଂ ଆଣ୍ଟି-ଏଜିଂ ଗୁଣ ରହିଛି । ଯାହା ଟମାଟୋକୁ ଖାଇବା ଦ୍ବାରା ତ୍ବଚା ଉଜ୍ବଳ ହୋଇଥାଏ।

ପାଳଙ୍ଗ- ସାଧାରଣତଃ ପାଳଙ୍ଗ ହେଉଛି ଭିଟାମିନ୍‌- ସିର ଏକ ପ୍ରମୁଖ ଉତ୍ସ । ବୟସ ବଢିବା ସହିତ ଯଦି ଆପଣ ନିୟମିତ ଭାବରେ ପାଳଙ୍ଗ ଖାଇବେ ତାହାଲେ ନିଶ୍ଚିତ ରୂପେ ସୁସ୍ଥ ରହିବେ। ଏଥିରେ ଆଣ୍ଟି-ଏଜିଙ୍ଗ୍ ଗୁଣ ରହିଛି ଏବଂ ଆଖି ସ୍ୱାସ୍ଥ୍ୟ ପାଇଁ ଏହା ଖୁବ ଭଲ । ଏହା ବ୍ୟତୀତ ପାଳଙ୍ଗରେ ଫୋଲିକ୍ ଏସିଡ୍ ଭରପୂର ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.