ରାଜ୍ୟ

ମନୀଷ ମୃତ୍ୟୁ ମାମଲା: ଡେମୋ ଦେଖାଇବେ ୩ ଅଭିଯୁକ୍ତ, ଭାଇରାଲ୍ ହେଉଛି ମା’ଙ୍କ ସହ ଶେଷ ଫୋନ୍‌ କଲ୍ ରେକର୍ଡ

ଭୁବନେଶ୍ବର(କେନ୍ଯୁଜ୍): ହଟିବ ପରଦା । ଖୋଲିବ ରହସ୍ୟ । ଅକ୍ଟୋବର ୯ ତାରିଖ ରାତିର ସତ କହିବେ ଅଭିଯୁକ୍ତ । ମନୀଷ ଅନୁରାଗ ମୃୃତ୍ୟୁର ତିନି ଅଭିଯୁକ୍ତ ମୃତ୍ୟୁଞ୍ଜୟ ମିଶ୍ର, ଅମ୍ରିତ ବିଶ୍ୱାଳ ଓ ଦୀନେଶ ମହାପାତ୍ରଙ୍କ ମୁହଁରୁ ଗୋଟି ଗୋଟି ସତ ବାହାର କରିବ ପୋଲିସ । ୪ ଦିନିଆ ରିମାଣ୍ଡରେ ନେଇ ଇନଫୋସିଟି ଥାନାରେ ଚାଲିଛି ମାରାଥନ୍‌ ଜେରା । ମୃତ୍ୟୁ ରହସ୍ୟର ତଥ୍ୟ ମିଳିଛି । ଏବେ ପ୍ରମାଣ ସାଉଣ୍ଟିବ ପୋଲିସ । ଡେମୋ ଦେଖାଇବେ ତିନି ଅଭିଯୁକ୍ତ ।

କେଉଁଠି ବଚସା ହେଲା ହେଲା ? କେଉଁ ସ୍ଥାନରେ ପିଟାପିଟି ହେଲେ ? ଆକ୍ରମଣର କ୍ରାଇମ ସିନ୍‌ ରିକ୍ରିଏସନ୍‌ କରିବ ପୋଲିସ । ମନିଷଙ୍କ ମୋବାଇଲ୍‌ ଫୋନ୍‌ ଖୋଜି ବାହାର କରିବା ପୋଲିସ ଆଗରେ ବଡ଼ ଚ୍ୟାଲେଞ୍ଜ । ପ୍ରମାଣ ନଷ୍ଟ ପାଇଁ ମନିଷଙ୍କ ମୃତଦେହକୁ ପୋଖରୀରେ ଫିଙ୍ଗିଥିଲେ ଅଭିଯୁକ୍ତ । ମୋବାଇଲ୍‌ ଫୋନ୍‌ ଗଲା କୁଆଡ଼େ ? କେଉଁଠି ଫିଙ୍ଗିଛନ୍ତି ? ୯ ତାରିଖରେ କୁଆଡ଼େ ଯାଇଥିଲେ ? ପଟିଆରୁ ପାତ୍ରପଡ଼ା ଭାୟା ଲକ୍ଷ୍ମୀସାଗର ଭିତରେ କେଉଁଠି କଣ ସବୁ ଘଟିଥିଲା ? ଏମିତି ଅନେକ ଅସମାହିତ ପ୍ରଶ୍ନର ଉତ୍ତର ୩ ଜଣଙ୍କ ପାଖରୁ ବାହାର କରିବ ପୋଲିସ । ସେମାନଙ୍କୁ ସାମନା ସାମ୍ନି ଜେରା କରିବ ।

ଅନ୍ଯପଟେ ମନିଷଙ୍କ ମୃତ୍ୟୁ ପୂର୍ବର ଶେଷ ଫୋନ୍‌ କଲ୍‌ ରେକର୍ଡ ସାମ୍ନାକୁ ଆସିଛି। ଯେଉଁଥିରେ ମୃତ୍ୟୁର ସେହି ରାତିରେ ତାଙ୍କ ମାଆଙ୍କୁ ଫୋନ୍‌ କରିଥିଲେ ମନିଷ। ଉଭୟ ମା ପୁଅ ଅଳ୍ପ ସମୟ ପାଇଁ କଥା ହୋଇଥିଲେ । ମନୀଷ କହିଥିଲେ ୧୫ରୁ ୨୦ ମିନିଟ୍‌ ଭିତରେ ସେ ଘରେ ପହଞ୍ଚିଯିବେ। ତାପରେ ମା ପଚାଇଥିଲେ କୁଆଡେ ଯାଉଛି କି? ଏହାର ଉତ୍ତରରେ ମନୀଷ କହିଥିଲେ ହଁ ମୁଁ ଟିକେ ବାହାରେ ଅଛି। କିନ୍ତୁ ଆଉ ରାତି ୧୨ଟା ପରେ ଫୋନ୍‌ ଉଠାଇନଥିଲେ ମନୀଷ। ଏହାପରେ ମନୀଷଙ୍କ ମୃତ୍ୟୁ ଖବର ଚାରିଆଡେ ପ୍ରଚାର ହୋଇଥିଲା ।

 

Sonalisa

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago