ଟେକ୍

Apple Event 2021: ନୂଆ AirPods 3 ଲଞ୍ଚ୍‌ କଲା ଆପଲ, HomePod Miniର ନୂଆ ଭାରିଏଣ୍ଟର ବି ହେଲା ବଜାର ପ୍ରବେଶ

ଆପଲ ପକ୍ଷରୁ ଦ୍ୱିତୀୟ ବଡ଼ ଇଭେଣ୍ଟ ସୋମବାର ଅନୁଷ୍ଠିତ ହୋଇଛି। ଏ ଅବସରରେ କମ୍ପାନୀ ପକ୍ଷରୁ ଅନେକ ପ୍ରଡକ୍ଟ ଲଞ୍ଚ୍‌ କରାଯାଇଛି। ଏହି ଇଭେଣ୍ଟରେ ନୂଆ AirPods ମଧ୍ୟ ଲଞ୍ଚ୍‌ ହୋଇଛି। ଏହି AirPods Spatial Audioର ବେନିଫିଟ୍‌ ସହ ଆସୁଛି। ଏହି ଏୟାରପୋଡ୍‌ ୟୁଜରଙ୍କୁ ୩ଡି ଭଳି ଅଡିଓ ଏକ୍ସପେରିଏନ୍ସ ଦେବ। ଏହି ନୂଆ AirPodsର ଡିଜାଇନ୍‌ AirPods Pro ସହ ପାଖାପାଖି ସମାନ ଅଛି।

ମ୍ୟୁଜିକ ଓ ଫୋନ୍‌ କଲ୍‌ କଣ୍ଟ୍ରୋଲ ପାଇଁ ଏଥିରେ ଏକ ଫୋର୍ସ ସେନ୍ସର ବ୍ୟବହାର କରାଯାଇଛି। ଏଥିସହ ପାଓ୍ଵାରଫୁଲ ବେସ୍‌ ଓ କ୍ରିଷ୍ଟାଲ କ୍ଲିୟର ହାଇ ପାଇଁ ଲୋ-ଡିଷ୍ଟ୍ରୋଟେସନ୍‌ ଡ୍ରାଇଭର ବ୍ୟବହୃତ ହୋଇଛି। ଏହାର Contoured ଡିଜାଇନ୍‌ ଉତ୍ତମ କ୍ୱାଲିଟିର ସାଉଣ୍ଡ ଅଫର କରିବା ପାଇଁ ଅପ୍‌ଟିମାଇଜ୍‌ କରାଯାଇଛି। ଏହା ବ୍ୟତୀତ ଏଥିରେ ଆଡେପ୍‌ଟିଭ୍‌ EQ ମଧ୍ୟ ଦିଆଯାଇଛି। ଏହାର ବ୍ୟାଟେରୀ ଲାଇଫ୍‌କୁ ନେଇ କମ୍ପାନୀ ଦାବି କରିଛି ଯେ ଏହା ୬ ଘଣ୍ଟା ଯାଏଁ ଚାଲିବ। ଚାର୍ଜିଂ କେସ୍‌ ସହ AirPods ୩୦ ଘଣ୍ଟା ପର୍ଯ୍ୟନ୍ତ ବ୍ୟାଟେରୀ ବ୍ୟାକ୍‌ଅପ୍‌ ଦେଇପାରିବ।

AirPods 3 ର ଦାମ୍‌ ୧୭୯ ଡଲାର ରହିଛି। ଏହାକୁ ଲୋକେ ସୋମବାରଠାରୁ ହିଁ କିଣିପାରିବେ। ଅର୍ଡର କରିଥିବା ଗ୍ରାହକଙ୍କୁ ଆସନ୍ତା ସପ୍ତାହ ମଧ୍ୟରେ ଡେଲିଭରି ମିଳିଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ଆପଲ୍‌ ମ୍ୟୁଜିକ ଭଳି କମ୍ପାନୀ ଆପଲ ମ୍ୟୁଜିକ ଭଏସ୍‌ ସବ୍‌ସ୍କ୍ରିପସନ୍‌ ସର୍ଭିସ୍‌ର ଘୋଷଣା ମଧ୍ୟ କରିଛି। ଏଥିରେ Siri ମାଧ୍ୟମରେ ଆପଲ ମ୍ୟୁଜିକର ମଜା ଉଠାଇପାରିବେ। ଏହା ବ୍ୟତୀତ HomePod mini କୁ ତିନିଟି ନୂଆ ରଙ୍ଗ ହଳଦିଆ(ୟେଲୋ), କମଳା(ଅରେଞ୍ଜ) ଓ ନୀଳ (ବ୍ଲ୍ୟୁ) ରଙ୍ଗରେ ଲଞ୍ଚ୍‌ କରାଯାଇଛି।

WCW 11

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

6 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago