ରାଜ୍ୟ

ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ରହସ୍ୟ: ୧୧ ଦିନ ପରେ ବି ମିଳୁନି ପତ୍ତା, ନିର୍ମାଣାଧୀନ ଷ୍ଟାଡିଅମ ସିଲ୍

ଧର୍ମଗଡ(କେନ୍ଯୁଜ୍): ୧୧ ଦିନ ପରେ ବି ମିଳୁନି ମହାଳିଙ୍ଗ ସନସାଇନ୍‌ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ପତ୍ତା । ତଦନ୍ତ ପାଇଁ ମହାଳିଙ୍ଗ ସ୍ଥିତ ନିର୍ମାଣଧୀନ ମିନି ଷ୍ଟାଡିୟମରେ ପହଂଚିଛି ପୋଲିସ । ଗତକାଲି ବିଳମ୍ବିତ ରାତିରେ ନିର୍ମାଣଧୀନ ଷ୍ଟାଡିୟମରେ ନିୟୋଜିତ ଥିବା ଜେସିବି ଅପରେଟରକୁ ମଧ୍ୟ ମଧ୍ୟ ପୋଲିସ ପଚରାଉଚରା କରିଛି । ଅଘଟଣ ସନ୍ଦେହରେ ଖେଳପଡିଆ ଯାଞ୍ଚ କରାଯାଉଛି । ପୋତାଯାଇଥିବା ମାଟିକୁ ଖୋଳିବା ପାଇଁ ଏକ ଜେସିବି ଅଣାଯାଇଛି। ନିର୍ମାଣାଧୀନ ଷ୍ଟାଡିଅମ ସିଲ୍ କରାଯାଇଛି।

ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍‌, ଗୋଲାମୁଣ୍ଡା ଅତିରିକ୍ତ ତହସିଲଦାର, ବଲାଙ୍ଗିର ଅତିରିକ୍ତ ଏସ୍‌ପି, ସିନ୍ଧେକେଲା ଆଇଆଇସି, କେଗାଁ ଆଇଆଇସି ଓ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି। ସେପଟେ ସ୍କୁଲ ମାଲିକ ଗୋବିନ୍ଦ ସାହୁ ପୋଲିସ ବାରାକରୁ ଚମ୍ପଟ ମାରିବା ଘଟଣାକୁ ଅଧିକ ରହସ୍ୟମୟ କରିଛି । ଗୋବିନ୍ଦ ସାହୁଙ୍କୁ ଠାବ କରିବା ପାଇଁ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଗୋବିନ୍ଦ ସାହୁଙ୍କ କାର୍‌ ମଧ୍ୟ ଜବତ କରିଛି ପୋଲିସ। ଗତକାଲି ମହାଳିଙ୍ଗ ଆଞ୍ଚଳିକ ମହାବିଦ୍ୟାଳୟ ଯୁକ୍ତ ଦୁଇ ଅଧ୍ୟକ୍ଷ ରଞ୍ଜିତ ସାହୁଙ୍କୁ ଜେରା କରାଯାଇଛି। ଏହାସହ ଜଣେ ଛାତ୍ରୀଙ୍କୁ ମଧ୍ୟ ପଚରାଉଚରା କରିଛି ପୋଲିସ।

ପୋଲିସ ବାରାକ୍‌ରୁ ଅଭିଯୁକ୍ତ ଚମ୍ପଟ ମାରିବା ଏବେ ରହସ୍ଯକୁ ଆହୁରୀ ଘନେଇଛି। ବ୍ୟାପକ ସୁରକ୍ଷା ସତ୍ତ୍ୱେ କେମିତି ଚମ୍ପଟ ମାରିଲେ ସନସାଇନ ପବ୍ଲିକ ସ୍କୁଲ ମାଲିକ ଗୋବିନ୍ଦ ସାହୁ ତାହା ଏବେ ପ୍ରଶ୍ନ। ଟିଟିଲାଗଡ଼ ପୋଲିସ ଥାନା ବ୍ୟାରେକରୁ ଫେରାର ହୋଇଥିଲା ଅଭିଯୁକ୍ତ। ବଲାଙ୍ଗିର ମହାଲିଙ୍ଗର ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ମାମଲାରେ ଗୋବିନ୍ଦଙ୍କୁ ଅଟକ ରଖି ପଚରାଉଚରା କରୁଥିଲା ପୋଲିସ। ତାଙ୍କ ସହ ୨ଜଣ କନଷ୍ଚେବଳଙ୍କୁ ନିୟୋଜିତ କରାଯାଇଥିବା ବେଳେ ବିଳମ୍ବିତ ରାତିରେ କିନ୍ତୁ ଗୋବିନ୍ଦ ଫେରାର ହୋଇଯାଇଥିଲା।

ଏହା ପରେ ଟିଟିଲାଗଡ଼ ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବାରିକେଡ ସହ ବ୍ୟାପକ ଚେକିଂ ଆରମ୍ଭ ହୋଇଛି। ସୂଚନା ଥାଉକି, ମହାଲିଙ୍ଗର ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ଦାୟିତ୍ୱରେ ଥିଲେ ମମିତା ମେହେର। ମିଟିଂ ଥିବା ନେଇ ମମିତାଙ୍କୁ ଗୋବିନ୍ଦ ଡାକିଥିବା ବେଳେ ସେ ସ୍କୁଲକୁ ଯାଇ ଆଉ ଘରକୁ ଫେରିନଥିଲେ। ଏନେଇ ମମିତାଙ୍କ ପରିବାର ଲୋକ ଗୋବିନ୍ଦଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଗୋବିନ୍ଦଙ୍କୁ ଅଟକ ରଖି ତଦନ୍ତ ଚଳାଇଥିଲା ପୋଲିସ।

Sonalisa

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago