ରାଜ୍ୟ

ସାଧାରଣ ଭାବେ ଆସିଲେ, ଲୋକଙ୍କୁ ମୁଣ୍ଡିଆ ମାରିଲେ ଏବଂ ଧାଡିରେ ଛିଡା ହୋଇ ନିଜ ପାଇଁ ଭୋଟ୍‌ ଦେଲେ ମନ୍ମଥ୍‌

ଖୋର୍ଦ୍ଧା (କେନ୍ୟୁଜ) : କଦମ୍‌ ସାଧାରଣ ଭଳି ଆସିଲେ, ଆଉ ନିଜର ମତଦାନ କଲେ । ପୁଣି ବାଟରେ ରହି ରହି ପଚାରୁଥାନ୍ତି ମାଉସୀ ଭୋଟ୍‌ ଦେଲ ତ, ସମସ୍ତେ ଭୋଟ ଦିଅନ୍ତୁ । ନିଜର ଅଧିକାର ରଖନ୍ତୁ । ଲୋକଙ୍କ ସହ ଧାଡିରେ ଛିଡା ହୋଇଛନ୍ତି ମନ୍ମଥ୍‌ ରାଉତରାୟ । ହାତରେ ପରିଚୟ ପତ୍ର ଧରି ଏକଦମ୍‌ ସାଧାରଣ ଲୋକ ଭଳି ଛିଡା ହୋଇଛନ୍ତି ମତଦାନ କେନ୍ଦ୍ରରେ ।

ଲୋକଙ୍କୁ ମୁଣ୍ଡିଆ ମାରି ବେଶ୍‌ ଗପି ଗପି ପହଁଚିଲେ ମତଦାନ କେନ୍ଦ୍ରରେ । ତାଙ୍କୁ ଦେଖିଲେ ଜମା ବି ଲାଗିବନି ସେ ବି ଜଣେ ପ୍ରାର୍ଥୀ । ସେ ଯେଉଁ ଧାଡିରେ ଛିଡା ହୋଇଛନ୍ତି ସେଠି ଲୋକ ତାଙ୍କୁ ବି ଭୋଟ୍‌ ଦେବାକୁ ଛିଡା ହୋଇଥିଲେ । ହେଲେ ସେ ଜଣେ ପ୍ରାର୍ଥୀ ହିସାବରେ ନୁହେଁ ବରଂ ଜଣେ ସାଧାରଣ ଲୋକ ଭଳି ଯାଇ ଛିଡା ହେଲେ । ଧିରେ ଧିରେ କରି ଆଗକୁ ଆଗକୁ ଗଲା ପରେ ପଡିଲା ତାଙ୍କର ପାଳି । ତାପରେ ଭରିଲେ ନିଜର ମତଦାନ ।

ଆଜ୍ଞା ଏ ଚିତ୍ର ହେଉଛି କୁଶୁମାଟି ଛଣଘରରେ । ଆଜି ଜଟଣୀ ନିର୍ବାଚନ ମଣ୍ଡଳୀର ବୁଥ ନଂ ୧୪୮ରେ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ । ନିଜ ଗାଁ କୁଶୁମାଟି ଛଣଘରରେ ପହଂଚି ଧାଡିରେ ରହି ମତଦାନ କରିଛନ୍ତି । ପ୍ରତି ନିର୍ବାଚନରେ ନିଜ ବାପାଙ୍କ ପାଇଁ ମତଦାନ କରୁଥିବା ବେଳେ ଏଥର ନିଜ ପାଇଁ ମତଦାନ କରିଥିବା କହିଛନ୍ତି । ଏଥର ମତଦାନ ହାର ବଢାଇବା ପାଇଁ ଆମେ ଲୋକଙ୍କୁ ଅନୁରୋଧ କରିଥିଲୁ ଏବଂ ଆଜି ଭୁବନେଶ୍ୱର ଲୋକସଭା କ୍ଷେତ୍ରର ସମସ୍ତ ବୁଥରେ ଭୋଟ ଦେବାକୁ ଗହଳି ଦେଖିବାକୁ ମିଳିଛି ଏବଂ ସେ ବେସ ଉତ୍ସାହିତ ବୋଲି କହିଛନ୍ତି ।

ସେପଟେ କୁଶୁମାଟି ଛଣଘର ମତଦାନ କେନ୍ଦ୍ରରେ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି । ବୁଥରେ କେନ୍ଦ୍ରୀୟ ସୁରକ୍ଷା ଟିମ ଓ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଦେଖିବାକୁ ମିଳିଛି । ସେହିପରି ଖରାକୁ ଦୃଷ୍ଟିରେ ରଖି ଦହି ପଣାର ବ୍ୟବସ୍ଥା ସହ ସେଲ୍ଫି ପଏଣ୍ଟ କରାଯାଇଛି । ଖରା ସତ୍ୱେ ଶହ ଶହ ସଂଖ୍ୟାରେ ଜନସାଧାରଣ ଲମ୍ବା ଧାଡିରେ ରହି ମତଦାନ କରୁଥିବା ଦେଖିବାକୁ ମିଳିଛି ।

 

Pritiparna

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

3 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

22 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

30 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

46 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago