ପୁରୀ(କେନ୍ୟୁଜ୍): ପୁରୀ ସଦର ମୁଖ୍ଯ ଚିକିତ୍ସାଳୟରେ ଉତ୍ତେଜନା। ଭୁଲ୍ ଇଞ୍ଜକ୍ସନ ଦବାରୁ ଅନେକ ରୋଗୀ କିଛି ସମୟ ପାଇଁ ଗୁରୁତର ଆହତ ହୋଇପଡିଥିଲେ। ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ରୋଗୀଙ୍କ ସମ୍ପର୍କୀୟ ମାନେ। ପୁରୀ ସଦର ମୁଖ୍ଯ ଚିକିତ୍ସାଳୟର ମେଲ୍ ମେଡିସିନ ୱାର୍ଡରେ ଅନେକ ରୋଗୀ ନାନା ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ତେବେ ଆଜି ଡ୍ଯୁଟିରେ ଥିବା ନର୍ସ ମାନେ ସମସ୍ତ ରୋଗୀଙ୍କୁ ଗୋଟିଏ ପ୍ରକାର ଇଞ୍ଜକ୍ସନ ଦେଇଥିବା ଅଭିଯୋଗ ହୋଇଛି।
ଇଞ୍ଜକ୍ସନ ନେବାପରେ ଅନେକ ରୋଗୀଙ୍କ ଦେହ ହଠାତ୍ ବିଗିଡାବାରେ ଲାଗିବା ସହ ଅନେକ ରୋଗୀଙ୍କୁ ହଠାତ ଜ୍ୱର ଓ ଅନେକଙ୍କୁ ବାନ୍ତି ଲାଗିଥିଲା। ଫଳରେ ହସ୍ପିଟାଲରେ ରୋଗୀଙ୍କ ସମ୍ପର୍କୀୟମାନେ ଉତ୍ତେଜିତ ହୋଇ ପଡିଥିଲେ। ପରେ ଡାକ୍ତର ଆସି ପୁର୍ନବାର ଇଞ୍ଜକ୍ସନ ଦେବାପରେ ରୋଗୀମାନେ ସାମାନ୍ଯ ସୁସ୍ଥ ଅନୁଭବ କରିଛନ୍ତି। ତେବେ ଏସମ୍ପର୍କରେ ପୁରୀ ସିଡିଏମଓ ବା ଜିଲ୍ଲା ମୁଖ୍ଯ ଚିକିତ୍ସାଧୀକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…
ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ। ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…
ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…
ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…
ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…