ନର୍ସ ଭୁଲ ଇଞ୍ଜେକ୍ସନ ଦବାରୁ ଅନେକ ରୋଗୀ ଗୁରୁତର, ଅଭିଯୋଗ ଆସିଛି ପୁରୀ ଡାକ୍ତରଖାନାରୁ

ପୁରୀ(କେନ୍ୟୁଜ୍):  ପୁରୀ ସଦର ମୁଖ୍ଯ ଚିକିତ୍ସାଳୟରେ ଉତ୍ତେଜନା। ଭୁଲ୍‌ ଇଞ୍ଜକ୍ସନ ଦବାରୁ ଅନେକ ରୋଗୀ କିଛି ସମୟ ପାଇଁ ଗୁରୁତର ଆହତ ହୋଇପଡିଥିଲେ। ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ରୋଗୀଙ୍କ ସମ୍ପର୍କୀୟ ମାନେ। ପୁରୀ ସଦର ମୁଖ୍ଯ ଚିକିତ୍ସାଳୟର ମେଲ୍‌ ମେଡିସିନ ୱାର୍ଡରେ ଅନେକ ରୋଗୀ ନାନା ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ତେବେ ଆଜି ଡ୍ଯୁଟିରେ ଥିବା ନର୍ସ ମାନେ ସମସ୍ତ ରୋଗୀଙ୍କୁ ଗୋଟିଏ ପ୍ରକାର ଇଞ୍ଜକ୍ସନ ଦେଇଥିବା ଅଭିଯୋଗ ହୋଇଛି।

puri 1

ଇଞ୍ଜକ୍ସନ ନେବାପରେ ଅନେକ ରୋଗୀଙ୍କ ଦେହ ହଠାତ୍ ବିଗିଡାବାରେ ଲାଗିବା ସହ ଅନେକ ରୋଗୀଙ୍କୁ ହଠାତ ଜ୍ୱର ଓ ଅନେକଙ୍କୁ ବାନ୍ତି ଲାଗିଥିଲା। ଫଳରେ ହସ୍ପିଟାଲରେ ରୋଗୀଙ୍କ ସମ୍ପର୍କୀୟମାନେ ଉତ୍ତେଜିତ ହୋଇ ପଡିଥିଲେ। ପରେ ଡାକ୍ତର ଆସି ପୁର୍ନବାର ଇଞ୍ଜକ୍ସନ ଦେବାପରେ ରୋଗୀମାନେ ସାମାନ୍ଯ ସୁସ୍ଥ ଅନୁଭବ କରିଛନ୍ତି। ତେବେ ଏସମ୍ପର୍କରେ ପୁରୀ ସିଡିଏମଓ ବା ଜିଲ୍ଲା ମୁଖ୍ଯ ଚିକିତ୍ସାଧୀକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.