ଆଜି ଆଉ ସୁସ୍ଥ ହେଲେ ୩୬୮୨ ଜଣ ଆକ୍ରାନ୍ତ

କେନ୍ୟୁଜ୍(ବ୍ୟୁରୋ): ଆଶ୍ବସ୍ତି ଦେଉଛି କରୋନାରୁ ସୁସ୍ଥ ସଂଖ୍ୟା। ଦିନକୁ ଦିନ ସୁସ୍ଥ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ନେଇ ଟିକିଏ ଆଶ୍ବସ୍ତି ମିଳୁଛି। ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହୋଇଛନ୍ତି ୩୬୮୨ ଜଣ ଆକ୍ରାନ୍ତ । ଆଜିର ସୁସ୍ଥଙ୍କ ମଧ୍ୟରେ  ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୪୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୬୩ ହଜାର ୮୨୪ରେ ପହଞ୍ଚିଥିବା ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲାରୁ ଆଜି ୩୯୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କଟକରୁ ୩୫୫, ଯାଜପୁରରୁ ୨୯୮, ବାଲେଶ୍ୱରରୁ ୨୯୫, ପୁରୀରୁ ୧୯୫, ଭଦ୍ରକରୁ ୧୭୮, ନୟାଗଡ଼ରୁ ୧୭୧, ମୟୂରଭଂଜରୁ ୧୫୫ ଓ ଜଗତସିଂହପୁରରୁ ୧୦୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ରାୟଗଡ଼ା ଜିଲ୍ଲାରୁ ୯୪, ମାଲକାନଗିରିରୁ ୯୩, ସୁନ୍ଦରଗଡ଼ରୁ ୮୨, କୋରାପୁଟରୁ ୭୯, ଢେଙ୍କାନାଳରୁ ୭୮, ନବରଂଗପୁରରୁ ୪୭, ସୁବର୍ଣ୍ଣପୁରରୁ ୪୬, ବରଗଡ଼, କନ୍ଧମାଳ ଏବଂ କେନ୍ଦୁଝରରୁ ୪୫ ଜଣ ଲେଖାଏଁ, ବୌଦ୍ଧରୁ ୩୭ ଜଣ ଓ ସମ୍ବଲପୁରରୁ ୩୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ବଲାଙ୍ଗୀରରୁ ୨୮, ଗଂଜାମରୁ ୨୭, ନୂଆପଡ଼ାରୁ ୨୬, ଗଜପତିରୁ ୨୫, ଦେବଗଡ଼ରୁ ୧୫ ଓ ରାଜ୍ୟପୁଲରୁ ୬୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.