Below header

ପ୍ରିୟଙ୍କା ଚୋପଡାଙ୍କ ନ୍ୟୁୟର୍କ ରେଷ୍ଟୁରାଣ୍ଟରେ ମିଳେ ଚଟପଟା ଆଳୁ ଚାଟ୍‌,ବ୍ରେଡ୍‌ ଓ ପକୋଡା

ନୂଆଦିଲ୍ଲୀ : ବଲିଉଡ୍‌ ଓ ହଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପଡ଼ା ଯଦିଓ ବିଦେଶରେ ବିବାହ କରିଛନ୍ତି । ହେଲେ ତାଙ୍କ ମନ ଶତ ପ୍ରତିଶତ ଦେଶୀ । ସେ ସର୍ବଦା ଭାରତୀୟ ସଂସ୍କୃତି ସହ ନିଜକୁ ଜଡିତ କରି ରଖିଥାନ୍ତି । ଖାଦ୍ୟ ପାନୀୟ ହେଉ ବା ପୂଜା ପାର୍ବଣ ସର୍ବଦା ଭାରତୀୟ ସଂସ୍କୃତି ସହ ଥାଆନ୍ତି ଜଡିତ ।

ନିକଟରେ ପ୍ରୟଙ୍କା ଚୋପଡ଼ା ନ୍ୟୁୟର୍କରେ ଖୋଲିଛନ୍ତି ରେଷ୍ଟୁରାଣ୍ଟ । ଯେଉଁଠି ସବୁ ପ୍ରକାର ଭାରତୀୟ ଖାଦ୍ୟ ମିଳିଥାଏ । ଆଳୁ ଚାଟ୍‌ ହେଉ ବା ବ୍ରେଡ୍‌- ପକୋଡା କିମ୍ବା ଦୋସା ସମ୍ବର । ସବୁ ଭାରତୀୟ ଖାଦ୍ୟ ମିଳିଥାଏ ତାଙ୍କ ନ୍ୟୁୟର୍କ ସ୍ଥିତ ରେଷ୍ଟୁରାଣ୍ଟରେ ।

priyanka's resturant.
photo credit: Zee News

ପ୍ରିୟଙ୍କା ଚୋପଡ଼ା ଏହି ବର୍ଷ ମାର୍ଚ୍ଚ ମାସରେ ନ୍ୟୁୟର୍କରେ ଖୋଲିଛନ୍ତି ଦେଶୀ ଅନ୍ଦାଜରେ ରେଷ୍ଟୁରାଣ୍ଟ । ଏହାର ନାମ ଦେଇଛନ୍ତି ‘ସୋନା’ । ନ୍ୟୁୟର୍କରେ ଭାରତୀୟ ଖାଦ୍ୟର ପ୍ରଚାର ଓ ପ୍ରସାର ପାଇଁ ଖୋଲିଛନ୍ତି ଏହି ରେଷ୍ଟୁରାଣ୍ଟ ।

ଯେଉଁଠି ବହୁ ପ୍ରକାର ଭାରତୀୟ ଖାଦ୍ୟ ଆପଣଙ୍କୁ ମିଳିପାରିବ । ଏଠାରେ ଆଳୁ ଚାଟ୍‌, ବ୍ରେଡ୍‌ ପକୋଡା, ଉପମା, ଦୋଷା, ଚିକେନ ପକୋଡା ଭଳି ଏମିତି କେତେ କ’ଣ ଭାରତୀୟ ଖାଦ୍ୟ ପ୍ରସ୍ତୁତ ହେଉଛି ।

priyanka's resturant.
photo credit: India TV News

ନିକଟରେ ପ୍ରିୟଙ୍କା ବ୍ରିଟେନ୍‌ରୁ ଆମେରିକା ଫେରିବା ପରେ ନ୍ୟୁୟର୍କ ସ୍ଥିତ ତାଙ୍କ ରେଷ୍ଟୁରାଣ୍ଟରେ ଆଳୁ ଚାଟ୍‌ ଓ ପକୋଡା ଖାଇବା ସହ ଏକ ଫଟୋ ସେୟାର କରିଛନ୍ତି । ପ୍ରିୟଙ୍କା ଯଦିଓ ବିଦେଶରେ ବିବାହ କରିଛନ୍ତି, ହେଲେ ତାଙ୍କର ଦେଶୀ ମନ କିନ୍ତୁ ଭାରତୀୟ ଖାଦ୍ୟକୁ ଭୂଲି ପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.