ମୟୁରଭଞ୍ଜ: ମହଙ୍ଗା ସମୟରେ ପେଟ୍ରୋଲ ପମ୍ପରୁ ବାହାରୁଛି ପାଣି, ତାତିଲେ ଲୋକେ

କରଞ୍ଜିଆ (କେନ୍ୟୁଜ୍): ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ରାସ୍ତା କଡରେ ଥିବା ରିଲାଏନ୍ସ ପେଟ୍ରୋଲ ପମ୍ପରୁ ପେଟ୍ରୋଲ ସାଥିରେ ବାହାରୁଛି ପାଣି। ଆଜି ଗ୍ରାହକଙ୍କୁ  ପେଟ୍ରୋଲ ଦେବା ସମୟ ରେ ପେଟ୍ରୋଲ ସହିତ ପାଣି ବାହାରୁ ଥିଲା । ଏହାକୁ ନେଇ    କିଛି ସମୟ ପାଇଁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେଇଥିଲା । ସଙ୍ଗେ ସଙ୍ଗେ ଚଢେଇଭୋଳ ଫାଣ୍ଡି ଅଧିକାରୀ ଓ  ପରେ କରଞ୍ଜିଆ ଥାନା ଅଧିକାରୀ ରଞ୍ଜନ କୁମାର ସେଠୀ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଜନସାଧାରଣଙ୍କୁ ବୁଝାସୁଝା କରିଥିଲେ

ଉତ୍ୟେକ୍ତ ଲୋକେ ଦାବି କରିଥିଲେ ଯେ ଏହାକୁ ତଦନ୍ତ  କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଏହି ଘଟଣାକୁ ପୋଲିସ ଗୁରୁତ୍ୱର ସହ ନେଇ ତଦନ୍ତ ନ ସରିବା ପର୍ଯ୍ୟନ୍ତ ପେଟ୍ରୋଲ ପମ୍ପକୁ  ବନ୍ଦ କରିଛି । ଆସନ୍ତାକାଲି  ପେଟ୍ରୋଲରେ ପାଣି କେମିତି ମିଶିଲା ଓ ଏହାଦ୍ବାରା  କାହାର ଗାଡି ଖରାପ ହେଇଛି ତଦନ୍ତ କରାଯିବ ବୋଲି କରଞ୍ଜିଆ ଥାନା ଅଧିକାରୀ ସୂଚନା ଦେଇଛନ୍ତି । ତେବେ ରିଲାଏନ୍ସ ପେଟ୍ରୋଲ ପମ୍ପର କର୍ମଚାରୀ ମାନେ ମାନିଛନ୍ତି ଯେ ଟାଙ୍କିରେ ଲିକେଜ ଥିବା କାରଣରୁ ଟାଙ୍କିରୁ ପେଟ୍ରୋଲ ସହିତ ପାଣି ବାହାରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.