ରାଜ୍ୟ

ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ଓ ବାରିପଦା ପୌର ପରିଷଦର ଅଭିନବ ପ୍ରୟାସ: କିନ୍ନରଙ୍କୁ ଯୋଗାଇଲା ରୋଜଗାରର ପନ୍ଥା

ମୟୁରଭଞ୍ଜ: ଏବେ କିନ୍ନର ମାନଙ୍କୁ ସମାଜର ମୁଖ୍ଯ ସ୍ରୋତରେ ସାମିଲ ହେବାକୁ ସୁଯୋଗ ଆଣିଦେଇଛି ବାରିପଦା ପୌର ପାଳିକା। ଯୋଗାଇ ଦେଇଛି ବ୍ଯାଟେରୀ ଚାଳିତ ଅଳିଆ ଗାଡି । ଯାହା ଦିପଇସା ରୋଜଗାରର ସୁଯୋଗ ଦେଇଛି ଏହି କିନ୍ନର ମାନଙ୍କୁ। ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ଓ ବାରିପଦା ପୌର ପରିଷଦର ଏହି ଅଭିନବ ପ୍ରୟାସ ଏବେ କିନ୍ନରମାନଙ୍କ ମୁହଁରେ ହସ ଖେଳାଇଛି। ସହରକୁ ସ୍ୱଚ୍ଛ ରଖିବା ସହ କିନ୍ନର ମାନଙ୍କୁ ସମାଜର ମୁଖ୍ଯ ସ୍ରୋତରେ ସାମିଲ କରିବାକୁ ଶୁଭାରମ୍ଭ ହୋଇଛି ଏହି ବେଟେରୀ ଚାଳିତ ଅଳିଆ ଗାଡି। 

ବାରିପଦା ପୌର ପରିଷଦ ପକ୍ଷରୁ ସହରକୁ ସ୍ୱଚ୍ଛ ରଖିବାକୁ ନୂତନ ଭାବେ ୭ଟି ବ୍ଯାଟେରୀ ଚାଳିତ ଗାଡିର ଶୁଭାରମ୍ଭ ହୋଇଛି। ମୟୁରଭ ଜିଲ୍ଲାପାଳ ବିନୀତ୍‌ ଭରଦ୍ୱାଜ୍‌ ଏହି ଗାାଡିର ଶୁଭାରମ୍ଭ କରିଛନ୍ତି। ଗାଡି ଗୁଡିକ ସହରର ସମସ୍ତ ଅଞ୍ଚଳକୁ ଯାଇ ଘର ଘର ବୁଲି ଅଳିଆ ସଂଗ୍ରହ କରି ମଇଳା ଖାଦାନକୁ ଆଣିବେ। ଆଉ ପ୍ରଶାସନ ପକ୍ଷରୁ ଏହି ଦାୟିତ୍ୱ ମିଳିଛି  କିନ୍ନର ମାନଙ୍କୁ। ପ୍ରଥମ ପର୍ଯ୍ଯାୟରେ ୭ଟି ଗାଡି ଚାଲୁଥିବା ବେଳେ ଆଗକୁ ଏହି ସଂଖ୍ଯାକୁ ବୃଦ୍ଧି କରାଯିବ।

ଅନ୍ଯପଟେ ଜିଲ୍ଲାରେ ଥିବା ସମସ୍ତ କିନ୍ନର ମାନଙ୍କୁ ଆଗକୁ ଆସି ଏହି ଅଭିଯାନରେ ସାମିଲ ହୋଇ ରୋଜଗାରକ୍ଷମ ହେବାକୁ ନିବେଦନ କରିଛନ୍ତି ପୌରାଧିକାରୀ ଏହାସହିତ ତୃତୀୟ ଲିଙ୍ଗୀ ମାନଙ୍କୁ ମୁଖ୍ଯ ସ୍ରୋତରେ ସାମିଲ କରିବାକୁ ଆଗକୁ ଆହୁରୀ ଯୋଜନା ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି।

ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ଓ ବାରିପଦା ପୌର ପରିଷଦର ଏହି ପ୍ରୟାସ ନିହାତୀ କିନ୍ନର ମାନଙ୍କୁ ନୂଆ ରାହା ଦେଖାଇବ। ସେମାନେ ମଧ୍ଯ ସମ୍ମାନ ସହ ସମାଜରେ ନିଜର ଉପସ୍ଥିତି ଜାହିର୍ କରିପାରିବେ ଏଥିରେ କୌଣସି ଦ୍ବନ୍ଦ ନାହିଁ।

 

Sonalisa

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

23 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

25 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

31 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

40 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

40 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

58 mins ago