ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ଓ ବାରିପଦା ପୌର ପରିଷଦର ଅଭିନବ ପ୍ରୟାସ: କିନ୍ନରଙ୍କୁ ଯୋଗାଇଲା ରୋଜଗାରର ପନ୍ଥା

ମୟୁରଭଞ୍ଜ: ଏବେ କିନ୍ନର ମାନଙ୍କୁ ସମାଜର ମୁଖ୍ଯ ସ୍ରୋତରେ ସାମିଲ ହେବାକୁ ସୁଯୋଗ ଆଣିଦେଇଛି ବାରିପଦା ପୌର ପାଳିକା। ଯୋଗାଇ ଦେଇଛି ବ୍ଯାଟେରୀ ଚାଳିତ ଅଳିଆ ଗାଡି । ଯାହା ଦିପଇସା ରୋଜଗାରର ସୁଯୋଗ ଦେଇଛି ଏହି କିନ୍ନର ମାନଙ୍କୁ। ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ଓ ବାରିପଦା ପୌର ପରିଷଦର ଏହି ଅଭିନବ ପ୍ରୟାସ ଏବେ କିନ୍ନରମାନଙ୍କ ମୁହଁରେ ହସ ଖେଳାଇଛି। ସହରକୁ ସ୍ୱଚ୍ଛ ରଖିବା ସହ କିନ୍ନର ମାନଙ୍କୁ ସମାଜର ମୁଖ୍ଯ ସ୍ରୋତରେ ସାମିଲ କରିବାକୁ ଶୁଭାରମ୍ଭ ହୋଇଛି ଏହି ବେଟେରୀ ଚାଳିତ ଅଳିଆ ଗାଡି। 

driverବାରିପଦା ପୌର ପରିଷଦ ପକ୍ଷରୁ ସହରକୁ ସ୍ୱଚ୍ଛ ରଖିବାକୁ ନୂତନ ଭାବେ ୭ଟି ବ୍ଯାଟେରୀ ଚାଳିତ ଗାଡିର ଶୁଭାରମ୍ଭ ହୋଇଛି। ମୟୁରଭ ଜିଲ୍ଲାପାଳ ବିନୀତ୍‌ ଭରଦ୍ୱାଜ୍‌ ଏହି ଗାାଡିର ଶୁଭାରମ୍ଭ କରିଛନ୍ତି। ଗାଡି ଗୁଡିକ ସହରର ସମସ୍ତ ଅଞ୍ଚଳକୁ ଯାଇ ଘର ଘର ବୁଲି ଅଳିଆ ସଂଗ୍ରହ କରି ମଇଳା ଖାଦାନକୁ ଆଣିବେ। ଆଉ ପ୍ରଶାସନ ପକ୍ଷରୁ ଏହି ଦାୟିତ୍ୱ ମିଳିଛି  କିନ୍ନର ମାନଙ୍କୁ। ପ୍ରଥମ ପର୍ଯ୍ଯାୟରେ ୭ଟି ଗାଡି ଚାଲୁଥିବା ବେଳେ ଆଗକୁ ଏହି ସଂଖ୍ଯାକୁ ବୃଦ୍ଧି କରାଯିବ।

ଅନ୍ଯପଟେ ଜିଲ୍ଲାରେ ଥିବା ସମସ୍ତ କିନ୍ନର ମାନଙ୍କୁ ଆଗକୁ ଆସି ଏହି ଅଭିଯାନରେ ସାମିଲ ହୋଇ ରୋଜଗାରକ୍ଷମ ହେବାକୁ ନିବେଦନ କରିଛନ୍ତି ପୌରାଧିକାରୀ ଏହାସହିତ ତୃତୀୟ ଲିଙ୍ଗୀ ମାନଙ୍କୁ ମୁଖ୍ଯ ସ୍ରୋତରେ ସାମିଲ କରିବାକୁ ଆଗକୁ ଆହୁରୀ ଯୋଜନା ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି।

kinnerମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ଓ ବାରିପଦା ପୌର ପରିଷଦର ଏହି ପ୍ରୟାସ ନିହାତୀ କିନ୍ନର ମାନଙ୍କୁ ନୂଆ ରାହା ଦେଖାଇବ। ସେମାନେ ମଧ୍ଯ ସମ୍ମାନ ସହ ସମାଜରେ ନିଜର ଉପସ୍ଥିତି ଜାହିର୍ କରିପାରିବେ ଏଥିରେ କୌଣସି ଦ୍ବନ୍ଦ ନାହିଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.