Below header

ମାତ୍ର ୧୦ ଟଙ୍କା ଦେଇ ବାମ୍ଫ ନିଅନ୍ତୁ , ଆଉ କରୋନାକୁ ମାତ୍‌ ଦିଅନ୍ତୁ

୧୦ ଟଙ୍କା ଦେଇ ୧୦ ମିନିଟ୍‌ ବାମ୍ଫ ନିଅନ୍ତୁ ଆଉ କରୋନାକୁ ମାତ୍‌ ଦିଅନ୍ତୁ। ଏବେ ସାରା ଦୁନିଆକୁ କଲବଲ୍‌ କରୁଛି କିଲର ଭାଇରସ୍‌ କରୋନା। ଏମିତି ଏକ ସମୟ ଆସି ପହଁଚିଛି ଯେଉଁଠି ଲୋକେ ଏହି ମହାମାରୀ କାରଣରୁ ହାହାକାର ହେଲେଣି।

କାହାର ଜୀବିକା ଚାଲିଗଲାଣି ତ ପୁଣି କାହାର ଜୀବନ। ତେବେ ଏମିତି ଏକ ବିପଦ ସମୟରେ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ଅହମଦାବାଦର ଜଣେ ବ୍ୟବସାୟୀ। ଲୋକଙ୍କ ହୀତ ପାଇଁ ସେ ଏକ ବଢ଼ିଆ କାମ ଆରମ୍ଭ କରିଛନ୍ତି। ଯେଉଁଠି ମାତ୍ର ୧୦ ଟଙ୍କା ଦେଇ ୧୦ ମିନିଟ ପର୍ଯ୍ୟନ୍ତ ବାମ୍ଫ ନେଇପାରିବେ।

ବ୍ୟକ୍ତି ଜଣଙ୍କର ଏମିତି ଏକ ପଦକ୍ଷେପ ପାଇଁ ଅନେକ ଲୋକ ଉପକୃତ ହେଉଛନ୍ତି। ଯେଉଁମାନେ କାର୍ଯ୍ୟ ବ୍ୟସ୍ତତା କାରଣରୁ କାଢ଼ା କିମ୍ବା ବାମ୍ଫ ଭଳି ଉପଚାର କରିପାରୁନାହାଁନ୍ତି ସେହିମାନଙ୍କ ପାଇଁ ଏହା ବହୁତ ଭଲ। ୧୦ ଟଙ୍କା ଦେବ ଆଉ ୧୦ ମିନିଟ ମନ ଭଳି ବାମ୍ଫ ନେଇପାରିବ। ତେବେ କରୋନାର ଏହି ଦ୍ୱିତୀୟ ଲହରୀରେ ବ୍ୟକ୍ତିଙ୍କର ଏମିତି ଏକ ୟୁନିକ ପଦକ୍ଷେପ ନିହାତି ଭାବେ ପ୍ରଶଂସାଯୋଗ୍ୟ।

କରୋନାର ଏହି ଦ୍ୱିତୀୟ ଲହରୀକୁ ଆଦୌ ବି ଖାମଖିଆଲରେ ନିଅନ୍ତୁନାହିଁ। ଟିକିଏ ସଚେତନରେ ଆପଣଙ୍କ ଜୀବନ ରକ୍ଷାହୋଇପାରିବ। ତେଣୁ ଦୟା କରି ଆପଣ ମାସ୍କ, ସାନିଟାଇଜର ବ୍ୟବହାର କରିବା ସହିତ ବାହାରୁ ଆସି ପିନ୍ଧିଥିବା ପୋଷାକକୁ ଅଲଗା ରଖନ୍ତୁ। ପରେ ତାକୁ ଭଲଭାବେ ଡେଟୋଲରେ ଧୋଇ ବ୍ୟବହାର କରନ୍ତୁ। ଏଥିସହିତ କଫ କିମ୍ବା ଥଣ୍ଡା ଥିଲେ ଘରେ କାଢ଼ା ଏବଂ ବାମ୍ଫ ନିହାତି ନିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.