ରାଜ୍ୟ

ମୟୁରଭଞ୍ଜର ସବାଇ କ୍ରାଫ୍ଟ ହେଲା ଇଣ୍ଟରନ୍ୟାସନାଲ ବ୍ରାଣ୍ଡ, ବିଦେଶକୁ ରପ୍ତାନି ହେଉଛି ସବାଇରେ ତିଆରି ସାମଗ୍ରୀ

ମୟୁରଭଞ୍ଜର : ମୟୁରଭଞ୍ଜର ସବାଇ କ୍ରାଫ୍ଟ ହେଲା ଇଣ୍ଟରନେସନାଲ ବ୍ରାଣ୍ଡ। ବିଦେଶକୁ ରପ୍ତାନି ହେଉଛି ସବାଇରେ ତିଆରି ସାମଗ୍ରୀ । ପ୍ରଥମ କରି ମୟୁରଭଞ୍ଜ ଜିଲ୍ଲାକୁ ମିଳିଛି ଏହାର ଏକ୍ସପୋର୍ଟ ଲାଇସେନ୍ସ । କରୋନା ମହମାରୀ ସମୟରେ ସବାଇ ଘାସରୁ ଉତ୍ପାଦିତ ସାମଗ୍ରୀ ବିକ୍ରୀ କରି ନ ପାରି ଚିନ୍ତାରେ ଥିଲେ ଏହାର ଚାଷୀ ଓ କାରିଗର । ଏବେ ସେମାନେ ବେଶ୍‌ ଉତ୍ସାହିତ । ଶିଳ୍ପ ବିହୀନ ଆଦିବାସୀ ବହୁଳ ଜିଲ୍ଲା ମୟୁରଭଞ୍ଜରେ କୃଷି ହିଁ ଅନ୍ୟତମ ବିକଳ୍ପ । ଜିଲ୍ଲାର ଅଧାରୁ ଅଧିକ ଅଦିବାସୀ ରୋଜଗାରକ୍ଷମ ହୋଇଥାନ୍ତି ସବାଇ ଚାଷରୁ । ଏଥିରୁ ଦଉଡ଼ି ପ୍ରସ୍ତୁତ କରି ପରିବାର ଚଳାନ୍ତି । ଏବେ ସେମାନେ ସବାଇରୁ ଅତ୍ୟାଧୁନିକ ସାମଗ୍ରୀ ପ୍ରସ୍ତୁତ କରି ଗ୍ରାହକଙ୍କ ଚାହିଦା ମେଣ୍ଟାଇବାକୁ ସକ୍ଷମ ହୋଇଛନ୍ତି । ମାତ୍ର କରୋନା ମହାମାରୀ ଭାଙ୍ଗି ଦେଇଥିଲା ସେମାନଙ୍କ ଆର୍ଥିକ ମେରୁଦଣ୍ଡ । ବିଭିନ୍ନ ଜିନିଷ ସିନା ତିଆରି କରୁଥିଲେ ହେଲେ ବିକ୍ରୀ କରିବାର ସବୁ ବାଟ ବନ୍ଦ । ଜୀବିକାକୁ ଆଦରି ପଡି ରହିଥିଲେ ଜିଲ୍ଲାର ୧୯ ଗୋଟି ସ୍ୱୟଂ ସାହାୟିକା ଗୋଷ୍ଠୀର ୧ ହଜାରରୁ ଉଉଦ୍ଧ୍ୱ ସବାଇ ଶିଳ୍ପୀ । ହେଲେ ସେମାନଙ୍କୁ ଯେମିତି ଦଇବ ସାହା ହୋଇଛନ୍ତି । ବିଦେଶରେ ସବାଇ ସାମଗ୍ରୀ ବିକ୍ରି କରିବାର ଅନୁମତି ମିଳିଛି ।

ଦିନ ଥିଲା ସେମାନେ ସବାଇ ଘାସରୁ କେବଳ ଦଉଡି ତିଅରି କରି ଗୁଜୁରାଣ ମେଣ୍ଟାଉଥିଲେ । ହେଲେ ଚାଷୀ ଓ ଶିଳ୍ପୀମାନେ କିଭଳି ବିଭିନ୍ନ ଆକର୍ଷଣୀୟ ସାମଗ୍ରୀ ତିଆରି କରି ଗ୍ରାହକଙ୍କୁ ଭେଟି ଦେଇ ପାରିବେ ଏବଂ ଏଥିରୁ ଲାଭବାନ ହେବେ ସେନେଇ ଚାଷୀଙ୍କୁ ତାଲିମ ଦେଇଥିଲା ଜିଲ୍ଲା ପ୍ରଶାସନ । ସବାଇ ଘାସରୁ ୧୮୦ ପ୍ରକାରର ସାମଗ୍ରୀ ନିର୍ମାଣ କରିଥାନ୍ତି ଏହି ଶିଳ୍ପୀମାନେ । ପ୍ରଶାସନର ମୟୁରଶିଳ୍ପ ଆଉଟଲେଟ୍ ଓ ଦେଶର ବିଭିନ୍ନ ପ୍ରଦର୍ଶନୀ ଏବଂ ମେଳାକୁ ଯାଇ ନିଜ ସାମଗ୍ରୀ ବିକ୍ରୀ କରି ଲାଭବାନ ହେଉଥିଲେ ସବାଇ ଶିଳ୍ପୀ । ଏବେ ପୁଣି ବିଦେଶରେ ନିଜ ସାମଗ୍ରୀ ବିକି ଅଧିକ ଲାଭବାନ ହେବେ । ଏକ୍ସପୋର୍ଟ ଲାଇସେନ୍ସ ମିଳିବା ପରେ ପ୍ରଥମ କରି ଫ୍ଲୋରିଡାକୁ ୨୨ ପ୍ରକାରର ସାମଗ୍ରୀ ପଠାଇଛି ଓରମାସ୍ । ଆଗକୁ ମଧ୍ୟ ଆମେରିକା, ବ୍ରିଟେନ୍‌ ଭଳି ବଡ଼ ବଡ଼ ଦେଶକୁ ସବାଇ ସାମଗ୍ରୀ ପଠାଇବାର ଲକ୍ଷ୍ୟ ରହିଛି । ଏଥିପାଇଁ ୫ଟି ପ୍ରଡ଼୍ୟୁସର ଗ୍ରୁପକୁ ପ୍ରଶାସନ ପକ୍ଷରୁ ୧୦ ଲକ୍ଷ ଟଙ୍କା ମୂଳଧନ ଯୋଗାଇ ଦିଆଯାଇଛି ।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ କ୍ୟାରିୟରକୁ ନେଇ କିଛି ଖୁସି ଖବର ପାଇବେ, କୌଣସି କାର୍ଯ୍ୟ ପାଇଁ ପ୍ରଶଂସା ମିଳିବ

ମେଷ : ବ୍ୟବସାୟ ତଥା ଅନ୍ୟ କ୍ଷେତ୍ରରେ ଆଜିର ଦିନ ଆପଣ ପାଇଁ ଲାଭପ୍ରଦ ଅଟେ । ଘର ତଥା…

2 mins ago

ବାଦଶାହଙ୍କ ନୂଆ ପୋଷ୍ଟ ସୋସିଆଲ ମିଡିଆରେ ସୃଷ୍ଟି କଲା ଆଲୋଡ଼ନ, ଜାଣନ୍ତୁ କାହିଁକି

ର‍୍ୟାପର ବାଦଶାହ ସାରା ବିଶ୍ୱରେ ଅନେକ ନାମ ଅର୍ଜନ କରିଛନ୍ତି । କେବଳ ଏତିକି ନୁହେଁ, ସେ ମ୍ୟୁଜିକ୍ ଇଣ୍ଡଷ୍ଟ୍ରୀରେ…

9 mins ago

‘ଭାରତରେ EVM ଏକ ବ୍ଲାକ୍‌ ବକ୍ସ, କାହାକୁ ବି ନାହିଁ ଏହାର ଯାଞ୍ଚ ଅନୁମତି’; ପ୍ରଶ୍ନ ଉଠାଇଲେ ରାହୁଲ ଗାନ୍ଧି

କଂଗ୍ରେସ ନେତା ରାହୁଲ ଗାନ୍ଧି ଇଭିଏମ୍‌କୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏହା ଭାରତର ଏକ ବ୍ଲାକ୍‌ ବକ୍ସ ବୋଲି…

9 mins ago

କବାଟ ତାଡ଼ି ସୁନା ଲୁଟିନେଲେ ଦୁର୍ବୃତ୍ତ, ପୋଲିସ ତଦନ୍ତ ଜାରି

ତାଳଚେର : କବାଟ ତାଡ଼ି ସୁନା ଲୁଟିନେଲେ ଦୁର୍ବୃତ୍ତ । ତାଳଚେର ବାଘମରାଠାରେ ହୋଇଛି ଏହି ଚୋରି । ଘରେ…

53 mins ago

ସଲମାନ ଖାନଙ୍କୁ ଜୀବନରୁ ମାରିଦେବାକୁ ଧମକ, FIR ପଞ୍ଜିକୃତ; ରାଜସ୍ଥାନରୁ ଅଭିଯୁକ୍ତ ଗିରଫ

ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କୁ ପୁଣି ମିଳିଛି ହତ୍ୟା ଧମକ । ଏହି ଘଟଣାରେ ମୁମ୍ବାଇ ସାଉଥ୍‌ ସାଇବର ଥାନାରେ…

59 mins ago

ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାମ

ପୁରୀ : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଲାଗି ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାମ । ତିନି ରଥର…

1 hour ago