ରାଜ୍ୟ

ରାସ୍ତା କଡରେ ପଡିଛି କୁଢ଼ କୁଢ଼ ଔଷଧ, ଉପରେ ଲେଖା ହୋଇଛି ବିକ୍ରୟ ପାଇଁ ଉପଲବ୍ଧ ନୁହେଁ

ଭଦ୍ରକ (କେନ୍ୟୁଜ): ରାସ୍ତା କଡରେ ପଡିଛି କୁଢ଼ କୁଢ଼ ଔଷଧ । ଭଣ୍ଡାରିପୋଖରୀ ବ୍ଲକ ଅଧିନସ୍ଥ ହାଇଲେବୁଲ କେନାଲ ବନ୍ଧ ପର୍ବତୀ ଘାଟ ଠାରୁ ଆଖୁଆପଦା ମଧ୍ୟରେ ଆଜି ଏହି ସରକାରୀ ଔଷଧ ପଡିଥିବା ଦେଖିବାକୁ ମିଳିଛି।

ରାଜ୍ୟ ସରକାରଙ୍କ ଔଷଧ ନିଗମ ପକ୍ଷରୁ ପ୍ରତ୍ୟେକ ସରକାରୀ ଡାକ୍ତରଖାନାକୁ ପ୍ରତି ମାସରେ ମେଡ଼ିସିନ ଯୋଗା ଯାଇଥାଏ। ବିଭିନ୍ନ ରୋଗ ପାଇଁ ଜନସାଧାରଣ ମାନେ ଯେ ଭଳି ମାଗଣାରେ ଔଷଧ ପାଇବେ ସେଥିପାଇଁ ନିରାମୟ ଯୋଜନା ମାଧ୍ୟମରେ ସରକାର ଔଷଧ ଯୋଗାଇଥାନ୍ତି। ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ଆରମ୍ଭ କରି ବ୍ଲକ ସ୍ତରୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଗ୍ରାମାଞ୍ଚଳ ମାନଙ୍କରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବିଭିନ୍ନ ଔଷଧ ଯୋଗାଯାଇଥାଏ।

ପରିତାପର ବିଷୟ ହଜାର ହଜାର ଟଙ୍କାର ଔଷଧ ଆଜି ହାଇଲେବୁଲ କେନାଲ ବନ୍ଧର ବିଭିନ୍ନ ବୁଦା ମୂଳେ ପଡିଥିବା ଦେଖିବାକୁ ମିଳିଛି। ଔଷଧ ଖୋଳ ଉପରେ ରାଜ୍ୟ ସରକାରଙ୍କ ଲୋଗ ଲାଗିଥିବା ବେଳେ ଏହା ବିକ୍ରୟ ପାଇଁ ଉପଲବ୍ଧ ନୁହେଁ ବୋଲି ଲେଖା ହୋଇଛି। ସୁତରାଂ ଏହା କୌଣସି ସରକାରୀ ଡାକ୍ତରଖାନାର ଗଚ୍ଛିତ ଔଷଧ ବୋଲି ଜଣାପଡିଛି। ନିକଟରେ ମଞ୍ଜୁରୀ ଓ ଜଗନ୍ନାଥପ୍ରସାଦ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଥିବା ବେଳେ ଔଷଧ ପଡିଥିବା ସ୍ଥାନରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଦୂରତା ୫କିମି ଅଟେ.ତେଣୁ ୫ଟି ସଚିବଙ୍କ ଭଣ୍ଡାରିପୋଖରୀ ଗସ୍ତ ପୂର୍ବରୁ ନିଜ ଦୋଷ ଲୁଚାଇବାକୁ ସ୍ୱାସ୍ଥ୍ୟ ବିଭାଗ ଏଭଳି ଚକ୍ରାନ୍ତ ପୂର୍ବକ ସରକାରୀ ଔଷଧ ଗୁଡିକୁ କେନାଲ ବନ୍ଧର ବିଭିନ୍ନ ସ୍ଥାନରେ ଫିଙ୍ଗିଥିବା ଆଲୋଚନା ହେଉଛି।

Barsha

Recent Posts

ନିଖୋଜ ଥିଲେ ଏବେ ଜଙ୍ଗଲରୁ ମୃତ ଦେହ ଉଦ୍ଧାର, ହତ୍ୟା କରାଯାଇଥିବା ସନ୍ଦେହ

ଆଠଗଡ(କେନ୍ୟୁଜ୍‌) : ଆଠଗଡ଼ ଥାନା ଅନ୍ତର୍ଗତ ଗୋପୀବଲ୍ଲଭ ପୁର ସିଜୁ ମୁଣ୍ଡିଆ ନିକଟରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର…

6 mins ago

ମୁମ୍ବାଇ: ଛକ୍କା ମାରି ହଠାତ୍‌ ତଳେ ପଡ଼ିଗଲେ ଯୁବକ, ହୃଦ୍‌ଘାତରେ ହେଲା ମୃତ୍ୟୁ

କ୍ରିକେଟ୍‌ ଖେଳିବା ସମୟରେ ହଠାତ୍‌ ଆସିଲା ହୃଦ୍‌ଘାତ । ଫଳରେ ସେଇଠି ହିଁ ଟଳିପଡ଼ିଲେ ଯୁବକ । ଘଟଣା ଘଟିଛି…

25 mins ago

କେବେ ଆରମ୍ଭ ହୋଇଥିଲା World Bicycle Day? ଜାଣନ୍ତୁ କ’ଣ ଥିଲା ଏହାର ଉଦ୍ଦେଶ୍ୟ

ସାଇକେଲ ଚଳାଇବା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ହୋଇଥାଏ । ସେଥିପାଇଁ ପ୍ରତିବର୍ଷ ବିଶ୍ୱ ସାଇକେଲ ଦିବସ ଆଜି ଅର୍ଥାତ୍…

26 mins ago

ଟି୨୦ ବିଶ୍ୱକପ : ଅଧିନାୟକ ରୋହିତ ଶର୍ମାଙ୍କ ଫଟୋକୁ ନେଇ କରାଯାଇଛି କଦର୍ଥ, ଫ୍ୟାନ୍‌ ଦେଲେ ମୁହଁତୋଡ ଜବାବ

ଆଇସିସି ଟି୨୦ ବିଶ୍ୱକପ ମହାକୁମ୍ଭ ଆରମ୍ଭ ହୋଇଛି । ଲଗାତାର ଦ୍ୱିତୀୟ ଥର ପାଇଁ ରୋହିତ ଶର୍ମା ଭାରତୀୟ ଟିମର…

48 mins ago

ହସପିଟାଲ ବେଡରୁ ଦୁବାଇ ପାର୍ଟିରେ ପହଞ୍ଚିଲେ ରାକ୍ଷୀ ! ଫ୍ୟାନ୍ସ କଲେ ଟ୍ରୋଲ

ରାକ୍ଷୀ ସାୱନ୍ତ ଗତ କିଛି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ନେଇ ଚର୍ଚ୍ଚାରେ ଅଛନ୍ତି । କିଛି…

1 hour ago

ଗୋଟିଏ ମିନିଟରେ ହେବ ସ୍ମାର୍ଟଫୋନ ଚାର୍ଜ, ଆସିଲା ଫାଷ୍ଟ ଚାର୍ଜିଂ ଟେକ୍ନୋଲୋଜି

ସ୍ମାର୍ଟଫୋନ୍ ଓ ଇଲେକ୍ଟ୍ରିକ୍‌ ଗାଡ଼ି ର ଆବଶ୍ୟକତା ଆମ ଜୀବନରେ ବଢ଼ିବାରେ ଲାଗିଛି । ଏହି ସ୍ମାର୍ଟଫୋନ ଓ ଇଲେକ୍ଟ୍ରିକ୍‌…

1 hour ago