ରାଜ୍ୟ

ଲକଡାଉନରେ ପେଟ ଭୋକ ବୁଝିବାକୁ କେହି ନାହିଁ, ବଜାର ଓ ଛକରୁ ପଚା ସଢା ଖାଦ୍ୟ ଖାଇ ଭୋକ ମେଣ୍ଟାଉଛି ଅଜଣା ଯୁବକ

ଦେବଗଡ଼(କେନ୍ୟୁଜ): କରୋନା ମହାମାରିକୁ ରୋକିବା ପାଇଁ ସାରା ଦେଶ ଲକ ଡାଉନ ରହିଛି l ଦୋକାନ ବଜାର ବନ୍ଦ କାରଣରୁ ଖଟିଖିଆଙ୍କ ପାଇଁ ସରକାର ଜିଲ୍ଲା ପ୍ରଶାସନ ରନ୍ଧା ଖାଦ୍ୟ ଯୋଗାଉଛନ୍ତିl କିନ୍ତୁ କେତେକ ମାନସିକ ଭିନ୍ନକ୍ଷମ ଖାଦ୍ୟ ନପାଇ ଭୋକ ଜ୍ୱାଳାରେ ରାସ୍ତାରେ ପଡ଼ିଥିବା ପଚା ଶଢା ଖାଦ୍ୟ ଖାଉଥିବା ଦେଖିବା କୁ ମିଳିଛି l ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲାର ମୁଖ୍ୟ ବଜାର ଛକରେ l ଆଜି ଅପରାହ୍ନ ୧୨ଟା ସମୟରେ ଜଣେ ୩୦ ରୁ ୩୨ବର୍ଷୀୟ ମାନସିକ ଭିନ୍ନକ୍ଷମ ଯୁବକ ଦେବଗଡ଼ ମୁଖ୍ୟ ବଜାର ଛକରେ ଭୋକ ମେଣ୍ଟାଇବା ପାଇଁ କେତେକ ଫଳ ଦୋକାନୀ ଫିଙ୍ଗି ଦେଇଯାଇଥିବା ପଚା ଫଳକୁ ଗୋଟାଇ ଖାଉଥିବା ଦେଖିବାକୁ ମିଳିଥିଲା l

ଯୁବକଟି ବସି ଖାଉଥିବା ସ୍ଥାନ ସମ୍ମୁଖରେ ଦୁଇଟି ଔଷଧ ଦୋକାନ ଖୋଲା ରହିଥିଲେ ମଧ୍ୟ ସେମାନେ କୌଣସି କୌଣସି ବାରଣ କରିଥିବାର ଦେଖିବାକୁ ମିଳିନଥିଲା l କେତେକ ଗଣ ମାଧ୍ୟମ ପ୍ରତିନିଧି ଏହା ଦେଖି ପୌରପରିଷଦ ନିର୍ବାହୀ ଅଧିକାରୀ କୁଞ୍ଜବନ ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଶ୍ରୀ ପ୍ରଧାନ ଘଟଣା ସ୍ଥଳକୁ ଯିବେ ବୋଲି ପ୍ରକାଶ କରିଥିଲେ l ତେବେ ଗରିବ, ଭିନ୍ନକ୍ଷମ, ଦିନ ମଜୁରିଆ ଓ ରୋଗୀଣାଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ରନ୍ଧା ଖାଦ୍ୟ ବ୍ୟବସ୍ତା କରାଯାଉଥିଲେ ମଧ୍ୟ ପ୍ରକୃତ ଭୋକିଲାଙ୍କ ପେଟ ଏବେ ମଧ୍ୟ ଭୋକିଲା ରହୁଥିବା ଚିତ୍ର ରୁ ସ୍ପଷ୍ଟ ହୋଇଛି l

Sasmita

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

16 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

22 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago