କଟକ (କେନ୍ୟୁଜ): ସ୍ୱର୍ଗତ ଅଭିନେତା ମିହିର ଦାସଙ୍କୁ ଝୁରୁଛି ସାରା ଓଡିଶା। କେହି ଭୁଲିପାରୁନାହାନ୍ତି ମିହିର ଦାସଙ୍କୁ। ପ୍ରତିଟି ଡାଇଲୋଗ ଓ ନିଖୁଣ ଅଭିନୟକୁ ଝୁରୁଛନ୍ତି ଓଡିଶାବାସୀ। ଏ ନେଇ କଟକର କୁମ୍ଭାର ଶିଳ୍ପୀ ମାନେ ଏକାଠି ହୋଇ ମୂର୍ତ୍ତି ତିଆରି କରୁଛନ୍ତି ମିହିର ଦାସଙ୍କର। ପ୍ରାୟ ୧୫ ଜଣ କୁମ୍ଭାର ଶିଳ୍ପୀ ମାନେ ଦିନ ରାତି ଏକ କରି ମୂର୍ତ୍ତି ତିଆରି କରି ଶେଷ ସ୍ପର୍ଶ ଦେଉଛନ୍ତି। ପ୍ରାୟ ୭ ଫୁଟ ରହିଛି ମିହିର ଦାସଙ୍କ ମୂର୍ତ୍ତି।
ଏ ନେଇ ଆସନ୍ତା ଫେବୃୟାରୀ ୧୧ ରେ ତାଙ୍କ ଜନ୍ମ ଦିନରେ ଏହି ମୂର୍ତ୍ତି ଅନାବରଣ ହେବ। ବହୁ ଲୋକ ଆସି ଦେଖିବାର କାର୍ଯ୍ୟକ୍ରମ ରହିଛି। ମୂର୍ତ୍ତି ତିଆରି କାର୍ଯ୍ୟରେ ଏକାଧିକ ଶିଳ୍ପୀ ଲାଗିଛନ୍ତି। ନିଜେ ଅଭିନେତା ଶ୍ରୀତମ ଦାସଙ୍କ ମଧ୍ୟ କହିବା ଏହି ମୂର୍ତ୍ତି ପୁରା ଅବିକଳ ମିହିର ଭାଇଙ୍କୁ ଅନୁଭବ କରିହେଉଛି। ବାସ୍ ଏତିକି କହିହେବ କଟକରେ ଓ କଟକିଆଙ୍କ ହୃଦୟରେ ସବୁବେଳେ ବଞ୍ଚି ରହିବେ ମିହିର ଦାସ।
ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…
ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…
ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…
ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…
ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…
କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…