ଟେକ୍

ହ୍ଵାଟ୍ସଆପକୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି ତ ଆକ୍ଟିଭ କରନ୍ତୁ ଏହି ଅପସନ୍‌, କେହି ବି ମେସେଜକୁ ଲଗାଇପାରିବେନି ହାତ

ହ୍ଵାଟସଆପ୍‌ ନିଜ ୱେବ ଏବଂ ଡେସ୍କଟପ ୟୁଜର୍ସଙ୍କ ପାଇଁ ୨ ଷ୍ଟେପ ଭେରିଫିକେସନ ଆଣିବା ପ୍ରସ୍ତୁତି କରୁଛି। ଫେସବୁକର ଇନଷ୍ଟାଣ୍ଟ ମେସେଜିଙ୍ଗ ସର୍ଭିସ ହ୍ଵାଟ୍ସଆପ୍‌ ଏକ ଏମିତି ଫିଚର ଉପରେ କାମ କରୁଛି, ଯେଉଁଥିରେ ୱେବବ ଏବଂ ଡେସ୍କଟପ ୟୁଜର୍ସଙ୍କୁ ଆଡିସନାଲ ସିକ୍ୟୁରିଟୀ ମିଳିବ। ଏହି ଫିଚର ଆଇଓଏସ ଏବଂ ଆଣ୍ଡ୍ରଏଡ୍‌ ପ୍ଲାଟଫର୍ମରେ ପୂର୍ବରୁ ମହଜୁଦ୍‌ ରହିଛି। ଯେଉଁ ଲୋକଙ୍କୁ ଜଣାନାହ ସେମାନଙ୍କୁ ଜଣାଇବାକୁ ଚାହିଁବୁ ଯେ ଟୁ ଷ୍ଟେପ ଭେରିଫିକେସନ ରୁ ଆକାଉଣ୍ଟରେ ଏକ୍ସଟ୍ରା ସିକ୍ୟୁରିଟୀ ଆଡ୍‌ ହୋଇଥାଏ।

ଥରେ ଆପଣଙ୍କ ଟୁ-ଷ୍ଟେପ ଭେରିଫିକେସନ ଅନ୍‌ କରିବା ଦ୍ୱାରା ଆପଣଙ୍କୁ ନିଜ ଫୋନରେ ହ୍ଵାଟ୍ସଆପ ଓପନ କରିବାକୁ ହେବ। ଆକାଉଣ୍ଟକୁ ଆକ୍ସସେସ୍‌ କରିବା ପାଇଁ ୬ ଡିଜିଟ୍‌ ପିନ୍‌ ଦେବାକୁ ହେବ।

ଯଦି ଆପଣଙ୍କ ଫୋନର ହ୍ଵାଟସଆପରେ ଟୁ ଷ୍ଟେପ ଭେରିଫିକେସନ୍‌ ଆରମ୍ଭ କରିବାର ଅଛି ତାହେଲେ ଆପଣ ତଳେ ଦିଆଯାଇଥିବା ଷ୍ଟେପ୍ସକୁ ଫଲୋ କରିପାରିବେ।
ଏଥିପାଇଁ ସର୍ବପ୍ରଥମେ ନିଜ ହ୍ଵାଟସଆପକୁ ଓପନ କରନ୍ତୁ।

ଏହାପରେ ହ୍ଵାଟସଆପ୍‌ ଆପରେ ସେଟିଙ୍ଗସକୁ ଯାଆନ୍ତୁ।

ଏହାପରେ ଆକାଉଣ୍ଟସ ଉପରେ ଟ୍ୟାପ୍‌ କରନ୍ତୁ, ଏହାପରେ ଟୁ-ଷ୍ଟେପ ଭେରିଫିକେସନକୁ ଯାଆନ୍ତୁ ଏବଂ ଏନାବଲ କରିଦିଅନ୍ତୁୁ।

ଏବେ ନିଜ ପସନ୍ଦର ୬ ଡିଜିଟ୍‌ ପିନ୍‌ ଦିଅନ୍ତୁ ଏବଂ କନଫର୍ମ କରିଦିଅନ୍ତୁ। ଧ୍ୟାନ ରଖନ୍ତୁ କୌଣସି ୟୁନିକ ପିନର ବ୍ୟବହାର କରନ୍ତୁ ଏବଂ ଯାହାକୁ ଆପଣ ମନେରଖିପାରିବେ।

ଏବେ ଏହି ଇମେଲ ଆଇଡିକୁ ଦିଅନ୍ତୁ ଯାହାକୁ ଆପଣ ଆକ୍ସସେସ୍‌ କରୁଛନ୍ତି କିମ୍ବା ଯଦି ଆପଣ ଇମେଲ ଆଡ୍‌ କରିବାକୁ ଚାହୁଁନାହାଁନ୍ତି ତାହେଲେ ଆପଣ ସ୍କିପ କରିପାରିବେ। କିନ୍ତୁ ଆମେ କହିବୁ ଆପଣ ଇମେଲ ଆଡ୍ରେସ ନିଶ୍ଚୟ ଦିଅନ୍ତୁ ଯାହାଦ୍ୱାରା ଟୁ-ଷ୍ଟେପ ଭେରିଫିକେସନକୁ ରିସେଟ୍‌ କରିପାରିବେ। ଏହାଦ୍ୱାରା ଆପଣଙ୍କ ହ୍ଵାଟସଆପ୍‌ ଆକାଉଣ୍ଟକୁ ଆହୁରି ବି ସେଫଗାର୍ଡ କରିପାରିବେ।

ଏହାପରେ ନେକ୍ସଟ ଉପରେ ଟ୍ୟାପ୍‌ କରନ୍ତୁ।

ଇମେଲ ଆଡ୍ରେସକୁ କନଫର୍ମ କରିଦିଅନ୍ତୁ ଏବଂ ସେଭ୍‌ ଉପରେ ଟ୍ୟାପ୍‌ କରିଦିଅନ୍ତୁ ଏବଂ ଡନ୍‌ କରନ୍ତୁ।

ଯଦି ଆପଣ ନିଜ ଇମେଲ ଆଡ୍ରେସକୁ ଆଡ୍‌ କରୁନାହାଁନ୍ତି ଏବଂ ପିନ୍‌ ଭୁଲିଯାଇଛନ୍ତି ତାହେଲେ ଆପଣଙ୍କୁ ପିନ୍‌ ରିସେଟ୍‌ କରିବା ପାଇଁ ୭ ଦିନ ସମୟ ଲାଗିବ। ଏବଂ ହ୍ଵାଟସଆପରେ ଯଦି ଇମେଲ ଆଡ୍‌ କରୁଛନ୍ତି ତାହେଲେ ଧ୍ୟାନ ଦିଅନ୍ତୁ ସଠିକ ଠିକଣା ଦିଅନ୍ତୁ।

 

Pritiparna

Recent Posts

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

10 seconds ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

23 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

31 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

37 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

45 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

48 mins ago