କେନ୍ୟୁଜ୍(ବ୍ୟୁରୋ): କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଖୋଲିଲା ମିଲେଟ୍ ହବ୍ ଓ କୋରାପୁଟ କଫି ଷ୍ଟଲ୍ । ରଜ ଅବସରରେ ଆଜି ଏହି ମିଲେଟ୍ ହବ୍ ଓ କୋରାପୁଟ କଫି ଷ୍ଟଲକୁ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ ଉଦ୍ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ, କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ ଓ କୁଳସଚିବ ପ୍ରଫେସର ଜ୍ଞାନରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।
ମିଲେଟ୍କୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଏହି ମିଲେଟ୍ ହବ୍ ଖୋଲାଯାଇଛି । ଓଡ଼ିଶା ସମେତ ସମଗ୍ର ଦେଶରେ କୌଣସି ବିଶ୍ୱବିଦ୍ୟାଳୟରେ ମିଲେଟ୍ ହବ୍ ଖୋଲିବାରେ କିଟ୍ ହେଉଛି ସର୍ବ ପ୍ରଥମ ବିଶ୍ୱବିଦ୍ୟାଳୟ । କିଟ୍ ବିଶ୍ୱବିଦ୍ୟାଳୟରେ ୪୦ ହଜାର ଛାତ୍ରଛାତ୍ରୀ ଓ ୧୦ ହଜାର କର୍ମଚାରୀ ରହିଛନ୍ତି । ଏହା ଛଡ଼ା କିମ୍ସ ମେଡିକାଲ କଲେଜ ଓ ହସ୍ପିଟାଲ ରହିଛି ।
ତେଣୁ ଛାତ୍ରଛାତ୍ରୀ, କର୍ମଚାରୀ ଓ କିମ୍ସ ହସ୍ପିଟାଲକୁ ଆସୁଥିବା ଲୋକଙ୍କ ମଧ୍ୟରେ ମିଲେଟ୍ ପ୍ରସ୍ତୁତ ଖାଦ୍ୟ ପଦାର୍ଥର ପ୍ରଚାର ଓ ପ୍ରସାର ନିମନ୍ତେ ଏହି ମିଲେଟ୍ ହବ୍ ଓ କୋରାପୁଟ କଫି ଷ୍ଟଲ୍ ଖୋଲାଯାଇଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ କହିଛନ୍ତି, କିଟ୍ ସର୍ବଦା କିଛି ନା କିଛି ନୂଆ କରିଥାଏ । ତେବେ ମାଣ୍ଡିଆର ପ୍ରସାର ପ୍ରଚାର ପାଇଁ ଏଭଳି ଉନ୍ନତମାନର ଏକ ଷ୍ଟଲ ଖୋଲି ଅନ୍ୟମାନଙ୍କୁ ସୁନ୍ଦର ବାର୍ତ୍ତା ଦେଇଛନ୍ତି । ଆଜିକାଲି ଲୋକମାନେ ଖାଦ୍ୟ ପ୍ରତି ସତର୍କ ରହିବା ଆରମ୍ଭ କଲେଣି । ଖାଦ୍ୟ ଅପେକ୍ଷା ଉପଯୁକ୍ତ ପୋଷଣ ଗ୍ରହଣ କରିବା ଉପରେ ଏବେ ସମସ୍ତେ ଗୁରୁତ୍ୱ ଦେଉଥିବା ସେ ସୂଚନା ଦେଇଥିଲେ ।
ଆପଣମାନେ ତ ଜାଣିଥିବେ ମିଠା ଖାଇବା ପାଇଁ ଲୋକଙ୍କ ଇଚ୍ଛା କୌଣସି ସମୟରେ ମଧ୍ୟ ହୋଇପାରେ । ତେବେ ଯେତେବେଳେ…
ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା ଲାଗିଛି । କେଜ୍ରିଓ୍ଵାଲ କରିଥିବା ଜାମିନ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ପୂର୍ବ…
ମାଲକାନଗିରି (କେନ୍ୟୁଜ): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ବର୍ଧେପାରା ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ।…
ଆନନ୍ଦପୁର(କେନ୍ୟୁଜ୍): ମୂର୍ତ୍ତି ତିଆରିରେ ଲାଗିଛନ୍ତି କାରିଗର । ନିଜର ହାତର ସ୍ପର୍ଶରେ ମାଟିର ମୂର୍ତ୍ତିକୁ ଦେଉଛନ୍ତି ଜୀବନ୍ତ ରୂପ ।…
ଆସୁଛି ଓ୍ଵାନ୍ ପ୍ଲସର ଧମାକେଦାର ଫୋନ୍ । ଯଦି ଆପଣ ଓ୍ଵାନପ୍ଲସ୍ ଲଭର୍ ତାହେଲେ ଆପଣଙ୍କ ପାଇଁ ଖୁସି ଖବର…
ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଭାରତୀୟ ବଜାରରେ ଏକ ନୂଆ ଇଲେକ୍ଟ୍ରିକ୍ କାର ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ଏହି…