Below header

କିଟ୍‌ କ୍ୟାମ୍ପସରେ ଖୋଲିଲା ମିଲେଟ୍‌ ହବ୍‌ ଓ କୋରାପୁଟ କଫି ଷ୍ଟଲ୍‌

ମିଲେଟ୍‌କୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଏହି ମିଲେଟ୍‌ ହବ୍‌ ଖୋଲାଯାଇଛି । ଓଡ଼ିଶା ସମେତ ସମଗ୍ର ଦେଶରେ କୌଣସି ବିଶ୍ୱବିଦ୍ୟାଳୟରେ ମିଲେଟ୍‌ ହବ୍‌ ଖୋଲିବାରେ କିଟ୍‌ ହେଉଛି ସର୍ବ ପ୍ରଥମ ବିଶ୍ୱବିଦ୍ୟାଳୟ ।

କେନ୍ୟୁଜ୍(ବ୍ୟୁରୋ): କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଖୋଲିଲା ମିଲେଟ୍‌ ହବ୍‌ ଓ କୋରାପୁଟ କଫି ଷ୍ଟଲ୍‌ । ରଜ ଅବସରରେ ଆଜି ଏହି ମିଲେଟ୍‌ ହବ୍‌ ଓ କୋରାପୁଟ କଫି ଷ୍ଟଲକୁ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ ଉଦ୍‌ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ, କିଟ୍‌ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ ଓ କୁଳସଚିବ ପ୍ରଫେସର ଜ୍ଞାନରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ମିଲେଟ୍‌କୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଏହି ମିଲେଟ୍‌ ହବ୍‌ ଖୋଲାଯାଇଛି । ଓଡ଼ିଶା ସମେତ ସମଗ୍ର ଦେଶରେ କୌଣସି ବିଶ୍ୱବିଦ୍ୟାଳୟରେ ମିଲେଟ୍‌ ହବ୍‌ ଖୋଲିବାରେ କିଟ୍‌ ହେଉଛି ସର୍ବ ପ୍ରଥମ ବିଶ୍ୱବିଦ୍ୟାଳୟ । କିଟ୍‌ ବିଶ୍ୱବିଦ୍ୟାଳୟରେ ୪୦ ହଜାର ଛାତ୍ରଛାତ୍ରୀ ଓ ୧୦ ହଜାର କର୍ମଚାରୀ ରହିଛନ୍ତି । ଏହା ଛଡ଼ା କିମ୍ସ ମେଡିକାଲ କଲେଜ ଓ ହସ୍ପିଟାଲ ରହିଛି ।

 

ତେଣୁ ଛାତ୍ରଛାତ୍ରୀ, କର୍ମଚାରୀ ଓ କିମ୍ସ ହସ୍ପିଟାଲକୁ ଆସୁଥିବା ଲୋକଙ୍କ ମଧ୍ୟରେ ମିଲେଟ୍‌ ପ୍ରସ୍ତୁତ ଖାଦ୍ୟ ପଦାର୍ଥର ପ୍ରଚାର ଓ ପ୍ରସାର ନିମନ୍ତେ ଏହି ମିଲେଟ୍‌ ହବ୍‌ ଓ କୋରାପୁଟ କଫି ଷ୍ଟଲ୍‌ ଖୋଲାଯାଇଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ କହିଛନ୍ତି, କିଟ୍‌ ସର୍ବଦା କିଛି ନା କିଛି ନୂଆ କରିଥାଏ । ତେବେ ମାଣ୍ଡିଆର ପ୍ରସାର ପ୍ରଚାର ପାଇଁ ଏଭଳି ଉନ୍ନତମାନର ଏକ ଷ୍ଟଲ ଖୋଲି ଅନ୍ୟମାନଙ୍କୁ ସୁନ୍ଦର ବାର୍ତ୍ତା ଦେଇଛନ୍ତି । ଆଜିକାଲି ଲୋକମାନେ ଖାଦ୍ୟ ପ୍ରତି ସତର୍କ ରହିବା ଆରମ୍ଭ କଲେଣି । ଖାଦ୍ୟ ଅପେକ୍ଷା ଉପଯୁକ୍ତ ପୋଷଣ ଗ୍ରହଣ କରିବା ଉପରେ ଏବେ ସମସ୍ତେ ଗୁରୁତ୍ୱ ଦେଉଥିବା ସେ ସୂଚନା ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.