ଗରମ ଦିନେ ରସୁଣ ଖାଇବା ଉଚିତ କି? ଜାଣନ୍ତୁ ଶରୀର ଉପରେ କିପରି ପଡ଼ିଥାଏ ପ୍ରଭାବ

ରସୁଣ ସେବନ କଲେ ଥଣ୍ଡା, ଫୁସଫୁସ ଯନ୍ତ୍ରଣା, ନିମୋନିଆ ଏବଂ ଶ୍ୱାସ ରୋଗ କମିଯାଏ । ଏହାକୁ ଖାଇବା ଦ୍ୱାରା ହୃଦୟର ରୋଗ ସହିତ ନିଶ୍ୱାସ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର ହୋଥାଏ । ଏଥିପାଇଁ ଆପଣ ନିତ୍ୟ କର୍ମ ସାରିବା ପରେ ପ୍ରତିଦିନ ସକାଳେ ଖାଲି ପେଟରେ ରସୁଣର ଏକ ପାଖୁଡ଼ା ଖାଇପାରିବେ ।

ଆୟୁର୍ବେଦରେ ରସୁଣର ଉପକାରିତା ବିଷୟରେ କୁହାଯାଇଛି । ଏହା କେବଳ ଖାଦ୍ୟର ସ୍ୱାଦକୁ ବଢ଼ାଇଥାଏ, ତାହା ନୁହେଁ ଏଥିରେ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି, ଯାହା ଆମ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଏଥିରେ ଭିଟାମିନ୍ ଏ, ବି, ସି ଏବଂ ସଲଫ୍ୟୁରିକ୍ ଏସିଡ୍, ଆଇରନ୍, କାର୍ବସ୍, ଫ୍ୟାଟ୍ ଏବଂ ପ୍ରୋଟିନ୍ ମିଳିଥାଏ । ଯାହା ଖାଇବା ଦ୍ୱାରା ଆମ ଶରୀରରୁ ସଂକ୍ରମଣ ଦୂର ହୋଇଥାଏ । ଏହା ସହିତ ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିବା ପାଇଁ ମଧ୍ୟ ଏହା ସାହାଯ୍ୟ କରିଥାଏ । ଅନେକ ଲୋକ ଭାବନ୍ତି ଯେ ରସୁଣ ଶରୀର ପାଇଁ ଲାଭଦାୟକ କିନ୍ତୁ ଏହାକୁ ଗରମ ଦିନରେ ଖାଇବା ଉଚିତ୍ ନୁହେଁ । ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏହାକୁ ନେଇ କଣ କହିଛନ୍ତି ଆସନ୍ତୁ ଜାଣିବା ।

ରସୁଣ ସେବନ କଲେ ଥଣ୍ଡା, ଫୁସଫୁସ ଯନ୍ତ୍ରଣା, ନିମୋନିଆ ଏବଂ ଶ୍ୱାସ ରୋଗ କମିଯାଏ । ଏହାକୁ ଖାଇବା ଦ୍ୱାରା ହୃଦୟର ରୋଗ ସହିତ ନିଶ୍ୱାସ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର ହୋଥାଏ । ଏଥିପାଇଁ ଆପଣ ନିତ୍ୟ କର୍ମ ସାରିବା ପରେ ପ୍ରତିଦିନ ସକାଳେ ଖାଲି ପେଟରେ ରସୁଣର ଏକ ପାଖୁଡ଼ା ଖାଇପାରିବେ ।

ଯେଉଁମାନଙ୍କର ଉଚ୍ଚ ରକ୍ତଚାପର ସମସ୍ୟା ରହିଛି, ସେମାନଙ୍କ ପାଇଁ ରସୁଣ ଖାଇବା ମଧ୍ୟ ଲାଭଦାୟକ ହୋଇଥାଏ । ଏଥିରେ ଆଣ୍ଟିବାୟୋଟିକ୍ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି, ଯେଉଁ କାରଣରୁ ରକ୍ତ ସଞ୍ଚାଳନରେ ଉନ୍ନତି ହେବା ସହିତ ମୁଣ୍ଡବିନ୍ଧା ଏବଂ ବାନ୍ତି ସମସ୍ୟା ମଧ୍ୟ ଦୂର ହୋଇଥାଏ । ରସୁଣ ଖାଇବା ଦ୍ୱାରା ରକ୍ତ ପତଳା ହୋଇଯାଏ ଏବଂ ଏହାର ପ୍ରବାହର ଗତି ବଢିଥାଏ , ଯାହା ହୃଦଘାତର ଆଶଙ୍କା କମ୍‌ କରିଥାଏ |

ଯଦି ଦାନ୍ତରେ ଯନ୍ତ୍ରଣା ହୁଏ, ତେବେ ରସୁଣ ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ । କ୍ୟାଲସିୟମ ସହିତ ଏଥିରେ ଆଣ୍ଟି-ବ୍ୟାକ୍ଟେରିଆଲ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ମିଳିଥାଏ, ଯାହା ଦାନ୍ତ ଯନ୍ତ୍ରଣାରୁ ଶୀଘ୍ର ମୁକ୍ତି ଦେଇଥାଏ । ଏହାକୁ ସଠିକ୍ ଭାବରେ ବ୍ୟବହାର କରିବା ପାଇଁ ରସୁଣର ଏକ ପାଖୁଡ଼ାର ପେଷ୍ଟକୁ ଯନ୍ତ୍ରଣା ହେଉଥିବା ସ୍ଥାନରେ ଲଗାନ୍ତୁ । ଏହା କରିବା ଦ୍ୱାରା ଆପଣ ଆରାମ ପାଇବେ ।

ତେବେ ଗରମ ଦିନରେ ରସୁଣ ଖାଇବା ଉଚିତ କି ନାହିଁ ଆପଣ ଭାବୁଥିବେ । ଆପଣ ଏହାକୁ ଗରମ ଦିନରେ ମଧ୍ୟ ଖାଇ ପାରିବେ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ଗରମ ଦିନରେ ରସୁଣ ଖାଇବାରେ କୌଣସି ଅସୁବିଧା ନାହିଁ କିନ୍ତୁ ଏହାକୁ ଖାଇବାର ପରିମାଣ କମ ରଖିବା ଉଚିତ । ଶରୀରରେ ରସୁଣର ପ୍ରଭାବ ଗରମ ରହିଥାଏ । ଏପରି ପରିସ୍ଥିତିରେ, ରସୁଣକୁ ଅଧିକ ଖାଇବା ଦ୍ୱାରା ଆଲର୍ଜି କିମ୍ବା ପେଟ ସମ୍ବନ୍ଧୀୟ ସମସ୍ୟା ହୋଇପାରେ । ଏଥିରେ ଆଲିସିନ୍ ନାମକ ଏକ ଉପାଦାନ ଥାଏ, ଯେଉଁଥି ପାଇଁ ଏହାର ପରିମାଣ ଅଧିକ ହେଲେ ଏହା ଲିଭରକୁ ଗୁରୁତର କ୍ଷତି ପହଞ୍ଚାଇପାରେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.