ନବୀନଙ୍କ ମନ୍ତ୍ରିମଣ୍ଡଳରେ କାହାକୁ ମିଳିବ ସ୍ଥାନ ? କଣ ରହିବ ମାପକାଠି ?

ଆସନ୍ତା ୨୯ରେ ଶପଥ ନେବେ ନବୀନ। ତାଙ୍କ ସାଙ୍ଗରେ କିଏ କିଏ ମନ୍ତ୍ରୀପଦ ଭାବେ ନେବେ ଶପଥ। କିଏ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବ। ଲାଗି ରହିଛି କଳ୍ପନା ଜଳ୍ପନା। ଏଥର ଭେଟରାନଙ୍କ ସହ କିଛି ନୂଆ ଚେହେରା ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇପାରନ୍ତି । ଦଳ ପ୍ରତି ଆନୁଗତ୍ୟ ଓ ନିର୍ବାଚନରେ ପ୍ରଭାବୀ ପ୍ରଦର୍ଶନ କରିଥିବା ନେତାଙ୍କୁ ମଧ୍ୟ ମନ୍ତ୍ରୀ ପଦ ମିଳିବାର ସମ୍ଭାବନା ରହିଛି ।

ଏବେ ଆସନ୍ତୁ ନଜର ପକାଇବା କେଉଁ ଜିଲ୍ଲାରୁ ମନ୍ତ୍ରୀ ପଦ ପାଇଁ କାହା ନାଁ ଚର୍ଚ୍ଚାରେ। ଗଞ୍ଜାମ ଜିଲ୍ଲାରୁ ବିକ୍ରମ କେଶରୀ ଆରୁଖ, ସୂର୍ଯ୍ୟନାରାୟଣ ପାତ୍ର ଓ ଉଷା ଦେବୀ, କେନ୍ଦ୍ରାପଡ଼ାରୁ ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ଶଶିଭୂଷଣ ବେହେରା, କଟକ ଜିଲ୍ଲାରୁ ପ୍ରତାପ ଜେନା, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଦେବୀ ପ୍ରସାଦ ମିଶ୍ରଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି। କେନ୍ଦୁଝର ଜିଲ୍ଲାରୁ ମନ୍ତ୍ରୀ ପଦ ରେସରେ ଅଛନ୍ତି ବଦ୍ରିନାରାୟଣ ପାତ୍ର ଓ ଭାଗିରଥୀ ସେଠୀ । ଯାଜପୁର ଜିଲ୍ଲାରୁ କାହାକୁ ମିଳିବ ମନ୍ତ୍ରୀ ପଦ ତାକୁ ନେଇ କସରତ ଆରମ୍ଭ ହେଲାଣି । ପ୍ରଣବ ପ୍ରକାଶ ଦାସ,ପ୍ରମିଳା ମଲ୍ଲିକ ଓ ଅମର ପ୍ରସାଦ ଶତପଥୀ ଆଶାୟୀ ଥିବା କୁହାଯାଉଛି,।

ଖୋର୍ଦ୍ଧା ଜିଲ୍ଲାରୁ ପୁଣି ଅଶୋକ ପଣ୍ଡାଙ୍କୁ ମନ୍ତ୍ରୀ ପଦ ମିଳିବ ନା ଅରବିନ୍ଦ ଢାଲି ଓ ଜିତୁ ମିତ୍ରଙ୍କ ମଧ୍ୟରୁ କିଏ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ ତାକୁ ନେଇ ଚର୍ଚ୍ଚା ଚାଲିଛି । ନୟାଗଡ଼ରୁ ଦୌଡ଼ରେ ଅଛନ୍ତି ଅରୁଣ କୁମାର ସାହୁ, ସୌମ୍ୟ ରଞ୍ଜନ ପଟ୍ଟନାୟକ । ସେହିପରି ସୁବର୍ଣ୍ଣପୁର ଜିଲ୍ଲାରୁ ନିରଞ୍ଜନ ପୂଜାରୀ, ବରଗଡ଼ ଜିଲ୍ଲାରୁ ସୁଶାନ୍ତ ସିଂହ, ସ୍ନେହାଙ୍ଗିନୀ ଛୁରିଆ, ବିଜୟ ରଂଜନ ସିଂହ ବରିହା, ଝାରସୁଗୁଡ଼ା ଜିଲ୍ଲାରୁ ନବ କିଶୋର ଦାସ, କିଶୋର ମହାନ୍ତି, ସୁନ୍ଦରଗଡ଼ର ସାରଦା ନାୟକ, ସୁବ୍ରତ ତରାଇଙ୍କ ନାଁ ଆଶାୟୀ ତାଲିକାରେ ରହିଛି । ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରୁ ଜଣେ ଲେଖାଏଁ ନେତା ମନ୍ତ୍ରୀ ପଦ ପାଇପାରନ୍ତି। ବାଲେଶ୍ୱରରୁ ଅନନ୍ତ ଦାସ ଓ ଭଦ୍ରକରୁ ପ୍ରଫୁଲ୍ଲ ସାମଲଙ୍କୁ ମନ୍ତ୍ରୀପଦ ମିଳିପାରେ। ଅନୁଗୁଳରୁ ରଜନୀକାନ୍ତ ସିଂ ଓ କଳାହାଣ୍ଡିରୁ ଭୂପିନ୍ଦର ସିଂହ ଆଶାୟୀ ଥିବା କୁହାଯାଉଛି ।

ସେହିପରି ନବରଙ୍ଗପୁରରୁ ପ୍ରକାଶ ମାଝି, କୋରାପୁଟ ଜିଲ୍ଲାର ପଦ୍ମିନୀ ଦିଆନ, ମୟୂରଭଞ୍ଜରୁ ସୁଦାମ ମାରାଣ୍ଡି, ସମ୍ବଲପୁରରୁ ରୋହିତ ପୂଜାରୀ, ପୁରୀରୁ ପ୍ରଦୀପ ମହାରଥୀ, ସମୀର ଦାଶ ଓ ଢେଙ୍କାନାଳ ଜିଲ୍ଲାରୁ ପ୍ରଫୁଲ ମଲ୍ଲିକ, ନୃସିଂହ ସାହୁଙ୍କ ନାଁ ମନ୍ତ୍ରୀ ପଦ ପାଇଁ ଚର୍ଚ୍ଚାରେ ରହିଛି । ସେହିପରି ବାଚସ୍ପତି ଆସନରେ କିଏ ବସିବେ ? ଉଷା ଦେବୀ, ପ୍ରଦୀପ ଅମାତ, କିଶୋର ମହାନ୍ତି ଓ ଅମର ଶତପଥୀଙ୍କ ନାଁକୁ ନେଇ ଚର୍ଚ୍ଚା ଚାଲିଲାଣି ।

KNews Bureau

Recent Posts

ଜମି ଜମା ବିବାଦକୁ ନେଇ ଖଣ୍ଡାରେ ହାଣିଲା ବଡ଼ ଭାଇ, ଘଟଣାସ୍ଥଳରେ ସାନ ଭାଇର ମୃତ୍ୟୁ

ମୟୁରଭଞ୍ଜ : ଜମି ଜମା ବିବାଦକୁ ନେଇ କରୁଣ ପରିଣିତି । ସାନ ଭାଇକୁ ଖଣ୍ଡାରେ ହାଣିଲା ବଡ଼ ଭାଇ…

4 mins ago

ପାଟନା: ୧୭ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ଗଙ୍ଗା ନଦୀରେ ଓଲଟିଲା, ୬ ନିଖୋଜ; ଚାଲିଛି ରେସ୍‌କ୍ୟୁ ଅପରେସନ

ବିହାରରେ ବଡ଼ ଧରଣର ନୌକା ଦୁର୍ଘଟଣା । ପାଟନାର ବନ୍ୟା ପ୍ରଭାବିତ ଅଞ୍ଚଳରେ ଉମାନାଥ ଘାଟରେ ଏକ ଯାତ୍ରୀବାହୀ ଡଙ୍ଗା…

7 mins ago

ହାତୀ ଆକ୍ରମଣରେ ମହିଳା ଗୁରୁତର, ମେଡିକାଲରେ ଭର୍ତ୍ତି

କାମାକ୍ଷାନଗର : ହାତୀ ଆକ୍ରମଣରେ ମହିଳା ଗୁରୁତର । ଗୁରୁତର ମହିଳା ହେଲେ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଗ୍ରାମର…

19 mins ago

୩୦ କେଜି ଗଞ୍ଜେଇ ଜବତ, ଦୁଇ ଗିରଫ

ବୌଦ୍ଧ ହରଭଙ୍ଗା : ବୌଦ୍ଧ ଅବକାରୀ ବିଭାଗର ଜିଲ୍ଲା ମୋବାଇଲ୍ ୟୁନିଟ୍ ପକ୍ଷରୁ ମହାନଦୀ ୫୭ ନମ୍ବର ଜାତୀୟ ରାଜପଥର…

30 mins ago

ମଥୁରା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ , ବୃଦ୍ଧା ପୋଡ଼ି ଗୁରୁତର

ବୌଦ୍ଧ/ହରଭଂଗା : ବିଳମ୍ବିତ ରାତ୍ରରେ ବୌଦ୍ଧ ଥାନା ଅନ୍ତର୍ଗତ ମଥୁରା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁରେ ଗୋଟିଏ…

44 mins ago

ଆମେରିକାର ଓ୍ଵାଟର ପାର୍କରେ ଫୁଟିଲା ଗୁଳି, ୨ ଶିଶୁଙ୍କ ସମେତ ୮ ଜଣ ଆହତ

ଆମେରିକାରେ ପୁଣି ଫୁଟିଲା ଗୁଳି । ମିଶିଗନର ସବୁଠୁ ବଡ଼ ସହର ଡେଟ୍ରୋଇଟ୍ ନିକଟରେ ଥିବା ଏକ ୱାଟର ପାର୍କରେ…

49 mins ago