ବିଜେଡି ବିଧାୟକ ଦଳର ନେତା ଭାବେ ବାଛିଥିବାରୁ ଧନ୍ୟବାଦ ଜଣାଇଲେ ନବୀନ ପଟ୍ଟନାୟକ, ଆସନ୍ତା ୨୯ରେ ନେବେ ଶପଥ

ଭୁବନେଶ୍ବର : ନବ ନିର୍ବାଚିତ ବିଜେଡି ବିଧାୟକ ଦଳଙ୍କ ବୈଠକ। ବିଜେଡି କାର୍ଯ୍ୟାଳୟରେ ବସିଥିବା ଏହି ବୈଠକରେ ନବୀନ ପଟ୍ଟନାୟକଙ୍କୁ ନେତା ନିର୍ବାଚିତ କରାଗଲା । ପ୍ରଥମେ ବିକ୍ରମ ଆରୁଖ ନବୀନଙ୍କ ନାଁ ପ୍ରସ୍ତାବ କରିଥିଲେ । ୯ ବିଧାୟିକା ନବୀନଙ୍କ ନାଁକୁ ସମର୍ଥନ କରିଥିଲେ। ଏହାପରେ ଅନ୍ୟ ସମସ୍ତ ବିଧାୟକ ନବୀନଙ୍କୁ ଦେଲେ ସମର୍ଥନ। ସର୍ବସମ୍ମତିରେ ବିଜେଡି ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହେଲେ ନବୀନ ପଟ୍ଟନାୟକ।

ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହେବା ପରେ ନବୀନ ଯାଇଥିଲେ ରାଜଭବନ। ରାଜ୍ୟପାଳ ଗଣେଶୀ ଲାଲଙ୍କୁ ଭେଟି, ବିଜେଡି ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଥିବା, ଅବଗତ କରାଇଥିଲେ। ଏହାପରେ ନୂଆ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ । ନବୀନଙ୍କୁ ସରକାର ଗଠନ କରିବା ପାଇଁ ଆମନ୍ତ୍ରଣ କରିଥିଲେ ରାଜ୍ୟପାଳ। ଏଥର ନିର୍ବାଚନରେ ୧୧୨ଟି ଆସନ ଜିତିଛି ବିଜେଡି।

ଅନ୍ୟପଟେ ବିଜେଡି ବିଧାୟକ ଦଳର ନେତା ଭାବେ ବାଛିଥିବାରୁ ବିଧାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ ପଟ୍ଟନାୟକ। ଲଗାତର ପଞ୍ଚମ ଥର ଲାଗି ବିଜୁ ଜନତା ଦଳ ଉପରେ ବିଶ୍ୱାସ ପ୍ରକଟ କରିଥିବାରୁ ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି । ଜନତାଙ୍କ ଉପରେ ଫୋକସ ଓ ଲୋକଙ୍କ ପାଇଁ କାମ ବିଜୁ ଜନତା ଦଳର ସଫଳତାର ମନ୍ତ୍ର ବୋଲି କହିଛନ୍ତି ନବୀନ। ପ୍ରଥମ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ନେତାଙ୍କୁ ସ୍ୱାଗତ କରିଥିଲେ ନବୀନ। ସରଳ ଜୀବନ ଯାପନ ପାଇଁ ଦେଇଥିଲେ ପରାମର୍ଶ। ନବୀନ। କହିଥିଲେ ସରଳ ଭାବେ ବଞ୍ଚିଲେ ଲୋକଙ୍କ ନିକଟତର ହୋଇ ପାରିବେ। ଏହାସହ କଠିନ ପରିଶ୍ରମ କରି ଓଡ଼ିଶାର ବିକାଶକୁ ପରବର୍ତ୍ତୀ ସ୍ତରରୁ ନେବାକୁ ଆହ୍ଵାନ ଦେଇଥିଲେ ନବୀନ।

KNews Bureau

Recent Posts

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

40 seconds ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

19 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

44 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

48 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

50 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

56 mins ago