ବିଜେଡି ବିଧାୟକ ଦଳର ନେତା ଭାବେ ବାଛିଥିବାରୁ ଧନ୍ୟବାଦ ଜଣାଇଲେ ନବୀନ ପଟ୍ଟନାୟକ, ଆସନ୍ତା ୨୯ରେ ନେବେ ଶପଥ

ଭୁବନେଶ୍ବର : ନବ ନିର୍ବାଚିତ ବିଜେଡି ବିଧାୟକ ଦଳଙ୍କ ବୈଠକ। ବିଜେଡି କାର୍ଯ୍ୟାଳୟରେ ବସିଥିବା ଏହି ବୈଠକରେ ନବୀନ ପଟ୍ଟନାୟକଙ୍କୁ ନେତା ନିର୍ବାଚିତ କରାଗଲା । ପ୍ରଥମେ ବିକ୍ରମ ଆରୁଖ ନବୀନଙ୍କ ନାଁ ପ୍ରସ୍ତାବ କରିଥିଲେ । ୯ ବିଧାୟିକା ନବୀନଙ୍କ ନାଁକୁ ସମର୍ଥନ କରିଥିଲେ। ଏହାପରେ ଅନ୍ୟ ସମସ୍ତ ବିଧାୟକ ନବୀନଙ୍କୁ ଦେଲେ ସମର୍ଥନ। ସର୍ବସମ୍ମତିରେ ବିଜେଡି ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହେଲେ ନବୀନ ପଟ୍ଟନାୟକ।

ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହେବା ପରେ ନବୀନ ଯାଇଥିଲେ ରାଜଭବନ। ରାଜ୍ୟପାଳ ଗଣେଶୀ ଲାଲଙ୍କୁ ଭେଟି, ବିଜେଡି ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଥିବା, ଅବଗତ କରାଇଥିଲେ। ଏହାପରେ ନୂଆ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ । ନବୀନଙ୍କୁ ସରକାର ଗଠନ କରିବା ପାଇଁ ଆମନ୍ତ୍ରଣ କରିଥିଲେ ରାଜ୍ୟପାଳ। ଏଥର ନିର୍ବାଚନରେ ୧୧୨ଟି ଆସନ ଜିତିଛି ବିଜେଡି।

ଅନ୍ୟପଟେ ବିଜେଡି ବିଧାୟକ ଦଳର ନେତା ଭାବେ ବାଛିଥିବାରୁ ବିଧାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ ପଟ୍ଟନାୟକ। ଲଗାତର ପଞ୍ଚମ ଥର ଲାଗି ବିଜୁ ଜନତା ଦଳ ଉପରେ ବିଶ୍ୱାସ ପ୍ରକଟ କରିଥିବାରୁ ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି । ଜନତାଙ୍କ ଉପରେ ଫୋକସ ଓ ଲୋକଙ୍କ ପାଇଁ କାମ ବିଜୁ ଜନତା ଦଳର ସଫଳତାର ମନ୍ତ୍ର ବୋଲି କହିଛନ୍ତି ନବୀନ। ପ୍ରଥମ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ନେତାଙ୍କୁ ସ୍ୱାଗତ କରିଥିଲେ ନବୀନ। ସରଳ ଜୀବନ ଯାପନ ପାଇଁ ଦେଇଥିଲେ ପରାମର୍ଶ। ନବୀନ। କହିଥିଲେ ସରଳ ଭାବେ ବଞ୍ଚିଲେ ଲୋକଙ୍କ ନିକଟତର ହୋଇ ପାରିବେ। ଏହାସହ କଠିନ ପରିଶ୍ରମ କରି ଓଡ଼ିଶାର ବିକାଶକୁ ପରବର୍ତ୍ତୀ ସ୍ତରରୁ ନେବାକୁ ଆହ୍ଵାନ ଦେଇଥିଲେ ନବୀନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.