Below header

୩୦ ତାରିଖରେ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବେ ନରେନ୍ଦ୍ର ମୋଦି, ଲଗାତାର ଦ୍ୱିତୀୟ ଥର ସମ୍ଭାଳିବେ ଦାୟିତ୍ୱ

୩୦ ତାରିଖରେ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବେ ନରେନ୍ଦ୍ର ମୋଦି । ଲଗାତାର ଦ୍ୱିତୀୟ ଥର ଦାୟିତ୍ୱ ସମ୍ଭାଳିବେ । ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ଉତ୍ସବ । ମୋଦିଙ୍କ ସହ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ ମଧ୍ୟ ଶପଥ ନେବେ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମସ୍ତଙ୍କୁ ପଦ ଓ ଗୋପନୀୟତାର ସହ ଶପଥ କରାଇବେ । ଏ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଶପଥ ଗ୍ରହଣ ଉତ୍ସବରେ ଦେଶ ବିଦେଶର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେବାର କାର‌୍ୟ୍ୟକ୍ରମ ରହିଛି । ଗତକାଲି ନୂଆ ସରକାର ଗଠନ ପାଇଁ ନରେନ୍ଦ୍ର ମୋଦି ଦାବି ଜଣାଇଲେ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ମାଦିଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଥିଲେ । ଏହା ପରେ ମୋଦି ଆଜି ପୈତୃକ ଗାଁ ଗୁଜରାଟ ପହଞ୍ଚିଛନ୍ତି । ଏଥର ୫୪୩ଟି ଲୋକସଭା ଆସନ ମଧ୍ୟରୁ ୫୪୨ ସିଟ୍‌ରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସେଭିତରୁ ଏନଡିଏ ୩୫୩ ଓ ବିଜେପି ୩୦୩ ଆସନରେ ବିଜୟ ଲାଭ ସହ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.