Below header

ନିର୍ବାଚନ ପରିଣାମ ଦିନ ମୁସଲିମ୍ ପରିବାରରେ ଜନ୍ମ ହେଲା ପୁଅ, ମା’ ନାଁ ରଖିଲେ ନରେନ୍ଦ୍ର ମୋଦି

ମେ’ ୨୩ ରେ ପ୍ରକାଶ ପାଇଲା ବିଶ୍ବର ସବୁଠାରୁ ବଡ଼ ଗଣତନ୍ତ୍ରର ଫଳାଫଳ । ବହୁମତ ସହ ଦେଶରେ ସରକାର ଗଢିବେ ମୋଦି ସରକାର । ତେବେ ଏହି ଦିନ ଉତ୍ତରପ୍ରଦେଶ ଗୋଣ୍ଡାରେ ଏକ ମୁସଲିମ୍ ପରିବାରରେ ଜନ୍ମ ହୋଇଛି ଶିଶୁ ପୁତ୍ର । ଯାହାର ନାଁ ରଖାଯାଇଛି ନରେନ୍ଦ୍ର ଦାମୋଦର ଦାସ ମୋଦି ।

ନବଜାତ ଶିଶୁଟିର ମା‘ ମେନାଜଙ୍କ କହିବା ଅନୁଯାୟୀ, ସେ ମୋଦିଙ୍କ ବିଷୟରେ ସବୁବେଳେ ଶୁଣିଆସୁଛନ୍ତି । ବହୁତ ଭଲ କାମ କରୁଛନ୍ତି ମୋଦି । ତେଣୁ ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ହେଉଥିବାରୁ ନିଜ ପିଲାର ନାଁ ମୋଦି ରଖି ତାଙ୍କୁ ଏହା ଉପହାର ଦେଉଛନ୍ତି । ଏହା ସହ ଏକଥା ମଧ୍ୟ କହିଛନ୍ତି ମୁସଲମାନ୍ ହୋଇ ହିନ୍ଦୁ ନାଁ ରଖିବା ତାଙ୍କର ବ୍ୟକ୍ତଗତ ନିଷ୍ପତ୍ତି । ସମାଜ କଣ କହିବ ସେକଥାକୁ ଭୃକ୍ଷେପ କରୁନାହୁଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.