Below header

ଏମିତି ଏକ ସମାଜ ଯେଉଁଠାରେ ମହିଳାଙ୍କୁ ମିଳିଛି ସ୍ବାଧୀନତା ଏବଂ ପୁରୁଷ ରୁହନ୍ତି ପରଦା ପଛରେ !

ନୂଆଦିଲ୍ଲୀ : କ’ଣ ଆପଣ କେବେ ଏମିତି ସମାଜ ବିଷରେ ଶୁଣିଛନ୍ତି ଯେଉଁ ଠାରେ ପୁରୁଷ ମାନେ ରହିଥାନ୍ତି ପରଦା ପଛରେ ଏବଂ ମହିଳାଙ୍କୁ ପୁରାପୂରି ଭାବେ ସ୍ବାଧୀନତା ମିଳିଥାଏ । ଆଜ୍ଞା ହଁ, ଏହି ଦୁନିଆରେ ଏମି ତିବି ଏକ ସ୍ଥାନ ଅଛି ଯେଉଁ ଠାରେ ରହୁଥିବା ଏକ ସମାଜରେ ଏପରି ହୋଇଥାଏ ।

ପୁଅ ମାନଙ୍କୁ ପରଦାରେ ଏବଂ ମହିଳା ମାନଙ୍କୁ ସ୍ବାଧୀନତା ଦେଇଥିବା ଏହି ସମାଜଟିର ନାଁ ହେଉଛି ତୁଆର୍ରଗ । ଏହି ସମାଜର ଲୋକ ମାନେ ଦକ୍ଷିଣ ଆଫ୍ରିକାର ନାଇଜେରିଆ ପାଖରେ ରହିଥାନ୍ତି । ତୁଆର୍ରଗ ସମାଜର ଏହି ପରମ୍ପରା ପୂରା ଦୁନିଆରେ ସବୁଠାରୁ ଖାସ୍ ଏବଂ ଏପର୍ୟ୍ୟନ୍ତ ବି ଖାସ୍ ହୋଇରହିଛି ।

boy

ତୁଆର୍ରଗ ସମାଜରେ ବାହାଘର ପୂର୍ବରୁ ମହିଳାମାନଙ୍କୁ ପୁରୁଷ ମାନଙ୍କ ସହ ସଂପର୍କ ରଖିବାର ସ୍ବାଧିନତା ଦିଆଯାଇଛି ଏବଂ ଏହା ପରେ ସେ ନିଜ ଇଛା ଓ ନିଜ ପସନ୍ଦର ପୁଅଙ୍କୁ ବିବାହ କରିପାରିଥାନ୍ତି । ଏତିକି ନୁହେଁ ଏହି ସମାଜର ମହିଳାମାନଙ୍କୁ ଏ ସ୍ବାଧୀନତା ମଧ୍ୟ ମିଳିଛି କି’ ବିବାହ ପରେ ସେମାନେ ପରପୁରୁଷ ମାନଙ୍କ ସହ ସଂପର୍କ ରଖିପାରିବେ । ଏ ସବୁ ପରେ ପୁରୁଷ ମାନଙ୍କୁ ମହିଳାମାନଙ୍କୁ ମାନ-ସମ୍ମାନ କରିବାକୁ ପଡିଥାଏ ।

ତୁଆର୍ରଗ ସମାଜର ନିୟମ ହୋଇଥାଏ ଏଠାରେ ଜବାନ ହେବା ପରେ ପୁଅମାନଙ୍କୁ ନିଜର ଚେହେରା ଲୁଚାଇବାକୁ ପଡିଥାଏ । ଏହା ଛଡା ଏହି ସମାଜର ମହିଳାମାନେ ଯଦି ଚାହାଁନ୍ତି ତେବେ ନିଜ ସ୍ବାମୀଙ୍କୁ ସାରାଜୀବନ ପାଇଁ ଛାଡପତ୍ର ଦେଇ ତାଙ୍କ ଠାରୁ ଅଲଗା ରହିପାରିବେ । ଏପରି କରିବା ପରେ ମହିଳା ମାନଙ୍କୁ ପୁରା ସ୍ବାଧୀନତା ଥାଏ କି ସେମାନେ ଛାଡପତ୍ର ପରେ ନିଜ ଇଛାରେ ଯାହାବି ମାଗିନେଇପାରିବେ ତାଙ୍କ ସ୍ବାମୀଙ୍କ ଠାରୁ । ଏକ ବିଶେଷ କଥା ମଧ୍ୟ ଘଟିଥାଏ ଏହି ସମାଜରେ କୌଣସିବି ବଡ ନିସ୍ପତି ପୁରୁଷ ମାନେ ମହିଳାମାନଙ୍କ ଠାରୁ ଆଦେଶ ନେଇ କରିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.