ରିଲିଜ୍ ହେବା ପୂର୍ବରୁ ଅନଲାଇନରେ ଲିକ୍ ହେଲା ‘ପିଏମ୍ ନରେନ୍ଦ୍ର ମୋଦି’ଙ୍କ ବାୟୋପିକ୍
ମୁମ୍ବାଇ : ବିବେକ୍ ଓବରାଏ ଷ୍ଟାରର ପିଏମ୍ ମୋଦି ବାୟୋପିକ୍ ୨୪ ଜୁନରେ ସାରା ଦେଶରେ ରିଲିଜ୍ ହେବାକୁ ଯାଉଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଅନେକ ଥର ରିଲିଜ୍ ହେବାରୁ ବଞ୍ଚିତ ହେବା ପରେ ପିଲ୍ମଟି ଅନଲାଇନରେ ଲିକ୍ ହୋଇଯାଇଛି। ପାଇରେସିର ବିଶିଷ୍ଟ ୱେବସାଇଟ ତାମିଲରକର୍ସରେ ସଂପୂର୍ଣ୍ଣ ଫିଲ୍ମ ଲିକ୍ କରାଯାଇଛି। ଏହା ଦ୍ବାରା ଫିଲ୍ମକୁ ଖୁବ କ୍ଷତିର ସାମ୍ନା କରିବାକୁ ପଡିବ ବୋଲି କୁହାଯାଇଛି ।
ଲିକ ଖବରଟି ଫିଲ୍ମର ନିର୍ମାତା ଏବଂ ପ୍ରଡୋକସନକୁ ବଡ ଝଟକା ଦେଇଛି। ଏହା ଅନଲାଇନରେ ମାଗଣା ଉପଲବ୍ଧ ହୋଇଛି। ତେବେ ଏନେଇ ଫିଲ୍ମର ପ୍ରଡକ୍ଟସନ ଟିମ୍ କୌଣସି ପ୍ରତିକ୍ରିୟା ରଖିନାହାନ୍ତି।