କେନ୍ଦୁଝର(କେନ୍ୟୁଜ୍): କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅନ୍ତର୍ଗତ ବାଂଶପାଣି ରେଳ ସାଇଡିଂରେ ଅଘଟଣ । ଆଜି ଅପରାହ୍ନରେ ସାଇଡିଂର କିଛି ଦୂରରେ ଏକ ଚଳନ୍ତା ରେଳ ଡବାରୁ କୋଇଲା ଚୋରି କରୁଥିବା ସମୟରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ନାବାଳିକ ଗୁରୁତର ହୋଇଛି । ଘଟଣାରୁ ପ୍ରକାଶ ଯେ, ତାଳଚେରରୁ କୋଇଲା ବୋଝେଇ ଏକ ରେଳ ବାଂଶପାଣି ରେଳ ସାଇଡିଂ ବାଟ ଦେଇ ରାୟଗଡ ଯାଉଥିଲା। ଏହି ସମୟରେ ବାଂଶପାଣି ରେଳ ସାଇଡିଂରୁ କିଛି ଦୂରରେ ମାଲବାହି ଟ୍ରେନଟି ସିଗନାଲକୁ ଅପେକ୍ଷା କରିଥିଲା।
ଏତିକିବେଳେ କୋଇଲା ଚୋରି କରିବା ଉଦ୍ଦେଶ୍ୟରେ ନିକଟସ୍ଥ ବାଂଶପାଣି ମୁଣ୍ଡା ବସ୍ତିର କେତେଜଣ ଯୁବକ ଜଣେ ୯ ବର୍ଷର ନାବାଳକ ସଞ୍ଜୟ ମୁଣ୍ଡାକୁ ରେଳ ଡବା ଉପରେ ଚଢେଇ ଦେଇଥିଲେ । ଫଳରେ ଅସାବଧାନତା କାରଣରୁ ପିଲାଟି ୩୩ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ସମ୍ପୂର୍ଣ୍ଣ ଜଳିଯାଇଥିଲା । କିଛି ସମୟ ଜଳିବା ପରେ ପିଲାଟି ତଳେ ଛିଟିକି ପଡିଥିଲା। ପରେ ତାକୁ କିଛି ସ୍ଥାନୀୟ ଲୋକ ଉଦ୍ଧାର କରି ନିଟକସ୍ଥ ଟାଟା ଡାକ୍ତରଖାନାକୁ ନେଇଯାଇଥିଲେ । ସେଠାରେ ଡାକ୍ତର ତାର ପ୍ରାଥମିକ ଚିକିତ୍ସା କରାଇଛନ୍ତି। ପିଲାଟି ୯୦ ଭାଗ ଜଳିଯାଇଥିବା ସୂଚନା ଦେଇଛନ୍ତି ।
ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…
ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…
ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…
ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…
ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…
ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…