Below header

ଟ୍ରେନରୁ କୋଇଲା ଚୋରି ହେଲା କାଳ, ବିଦ୍ୟୁତ ସଂସ୍ପର୍ଶରେ ଆସି ନାବାଳକ ଗୁରୁତର

କେନ୍ଦୁଝର(କେନ୍ୟୁଜ୍): କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅନ୍ତର୍ଗତ ବାଂଶପାଣି ରେଳ ସାଇଡିଂରେ ଅଘଟଣ । ଆଜି ଅପରାହ୍ନରେ ସାଇଡିଂର କିଛି ଦୂରରେ ଏକ ଚଳନ୍ତା ରେଳ ଡବାରୁ କୋଇଲା ଚୋରି କରୁଥିବା ସମୟରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ନାବାଳିକ ଗୁରୁତର ହୋଇଛି । ଘଟଣାରୁ ପ୍ରକାଶ ଯେ, ତାଳଚେରରୁ କୋଇଲା ବୋଝେଇ ଏକ ରେଳ ବାଂଶପାଣି ରେଳ ସାଇଡିଂ ବାଟ ଦେଇ ରାୟଗଡ ଯାଉଥିଲା। ଏହି ସମୟରେ ବାଂଶପାଣି ରେଳ ସାଇଡିଂରୁ କିଛି ଦୂରରେ ମାଲବାହି ଟ୍ରେନଟି ସିଗନାଲକୁ ଅପେକ୍ଷା କରିଥିଲା।

ଏତିକିବେଳେ କୋଇଲା ଚୋରି କରିବା ଉଦ୍ଦେଶ୍ୟରେ ନିକଟସ୍ଥ ବାଂଶପାଣି ମୁଣ୍ଡା ବସ୍ତିର କେତେଜଣ ଯୁବକ ଜଣେ ୯ ବର୍ଷର ନାବାଳକ ସଞ୍ଜୟ ମୁଣ୍ଡାକୁ ରେଳ ଡବା ଉପରେ ଚଢେଇ ଦେଇଥିଲେ । ଫଳରେ ଅସାବଧାନତା କାରଣରୁ ପିଲାଟି ୩୩ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ସମ୍ପୂର୍ଣ୍ଣ ଜଳିଯାଇଥିଲା । କିଛି ସମୟ ଜଳିବା ପରେ ପିଲାଟି ତଳେ ଛିଟିକି ପଡିଥିଲା। ପରେ ତାକୁ କିଛି ସ୍ଥାନୀୟ ଲୋକ ଉଦ୍ଧାର କରି ନିଟକସ୍ଥ ଟାଟା ଡାକ୍ତରଖାନାକୁ ନେଇଯାଇଥିଲେ । ସେଠାରେ ଡାକ୍ତର ତାର ପ୍ରାଥମିକ ଚିକିତ୍ସା କରାଇଛନ୍ତି।  ପିଲାଟି ୯୦ ଭାଗ ଜଳିଯାଇଥିବା ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.