ଭାରତୀୟ ଔଷଧ କମ୍ପାନି ପ୍ରସ୍ତୁତ କରୁଛି ଓରାଲ୍‌ ଭ୍ୟାକ୍‌ସିନ୍‌ ର କ୍ୟାପ୍‌ସୁଲ୍‌ , ଖୁବ୍‌ ଶୀଘ୍ର ମିଳିବ ବଜାରରେ

ନୂଆଦିଲ୍ଲୀ :  କରୋନା ଟିକା ଏବେ ଲୋକଙ୍କୁ ଦିଆଯାଉଥିବାବେଳେ ଭାରତୀୟ ପ୍ରେମାସ୍‌ ବାୟୋଟେକ୍‌ ଏବେ ପ୍ରସ୍ତୁତ କରୁଛି କରୋନା ଟିକାର ବଟିକା । ଏହାକୁ ପାଟିରେ ଖାଇହେବ । ଆମେରିକୀୟ କମ୍ପାନି ‘ଓରାମେଡ୍‌ ଫାର୍ମାସ୍ୟୁଟିକାଲ୍‌’ ସହାୟତାରେ ଭାରତୀୟ କମ୍ପାନି ପ୍ରେମାସ୍‌ ବାୟୋଟେକ୍‌ ଏହି କ୍ୟାପ୍‌ସୁଲ୍‌ ପ୍ରସ୍ତୁତ କରୁଛି ବୋଲି ଗତ ୧୯ ତାରିଖରେ ଘୋଷଣା କରିଛି ।

ଗୋଟିଏ ଡୋଜ୍‌ ଖାଇବା ପରେ ଏହି କ୍ୟାପସୁଲ୍‌ ସକାରାତ୍ମକ ପ୍ରଭାବ ପକାଇଥିବା ଜଣାଯାଇଛି । ନ୍ୟୁଟ୍ରାଲାଇଜିଙ୍ଗ୍‌ ଆଣ୍ଟିବଡ଼ି ‘ଆଇଜିଜି’ ଓ ‘ଆଇଜିଏ’ ଇମ୍ୟୁନ୍‌ ରେସ୍‌ପନ୍‌ସ୍‌ ଉତ୍ପାଦନ କରି ‘ଓରାଭ୍ୟାକ୍ସ୍‍’ ‘ସିଷ୍ଟମେଟିକ୍‌ ଇମ୍ୟୁନିଟି’ ବୃଦ୍ଧି କରାଇ ପାରୁଛି। ‘ଆଇଜିଜି’ ତଥା ‘ଆଇଜିଏ’ ଶ୍ୱାସକ୍ରିୟା ଏବଂ ଅନ୍ତଃନଳୀକୁ ସଂକ୍ରମଣରୁ ସୁରକ୍ଷା ଦିଏ। ଆସନ୍ତା ୩ ମାସ ମଧ୍ୟରେ ଏହି କ୍ୟାପ୍‌ସୁଲ୍‌ ର ଲାବୋରେଟୋରୀ ପରୀକ୍ଷା କରାଯିବ ବୋଲି ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.