Below header

କୋରାପୁଟ: ଶହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ଜନ୍ମ ନେଇଛି ଏକ ଅଦ୍ଭୂତ ମୃତ ଶିଶୁ, ରକ୍ଷା ପାଇଗଲା ଗର୍ଭବତୀଙ୍କ ଜୀବନ

କୋରାପୁଟ(କେନ୍ୟୁଜ୍): କୋରାପୁଟ ଶହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଜନ୍ମ ହୋଇଛି ଏକ ଅଦ୍ଭୂତ ମୃତ ଶିଶୁ। ଡାକ୍ତରଙ୍କ ସମୟପୋଯୋଗୀ ପଦକ୍ଷେପ ଯୋଗୁଁ ଗର୍ଭବତୀ ମହିଳା ଜଣଙ୍କ ବଞ୍ଚିଯାଇଛନ୍ତି।  ମୃତ ଶିଶୁ ଟିକୁ ମା’ପେଟରୁ ବାହାର କରାଯାଇଛି । ଶିଶୁଟିର ୪ଟି ହାତ, ୪ଟି ଗୋଡ ସହ ୨ଟି ମୁଣ୍ଡ ଓ ୨ଟି ଛାତି ଯୋଡ଼ି ହୋଇ ରହିଥିବା ଦେଖିବାକୁ  ମିଳିଛି।

ମହିଳା ଜଣକ ମାତ୍ର ଚାରିମାସ ହେବ ଗର୍ଭବତୀ ହୋଇଥିବା ବେଳେ କିଛି ଦିନ ଧରି ପେଟରେ ଗଭୀର ଯନ୍ତ୍ରଣା ଅନୁଭବ କରିଥିଲେ। ଏଥିପାଇଁ ମହିଳା ଜଣକ  ଅଲଟ୍ରା ସାଉଣ୍ଡ କରାଇଥିଲେ। ଅଲଟ୍ରା ସାଉଣ୍ଡରେ ପେଟରେ ଏକ ଅଦ୍ଭୂତ ଶିଶୁ  ଜାଆଁଳା ମ୍‌ତ ଶିଶୁ ଥିବାର ଡାକ୍ତର କହିଥିଲେ।  ଶିଶୁଟିର ୨ଟି ମୁଣ୍ଡ,୨ଟି ଛାତି,୨ଟି ପେଟ ମିଶିଯାଇଥିଲା। ୪ଟି ହାତ ଓ ୪ଟି ଗୋଡ ଅଲଗା ଅଲଗା ରହିଛି। ଡାକ୍ତର ମୁକ୍ତିକାନ୍ତ ଖଟୁଆଙ୍କ କହିବା ଅନୁଯାୟୀ ଶିଶୁଟିର ୨ଟି ହୃତପିଣ୍ଡ ଓ ୨ଟି ମେରୁହାଡ ରହିଛି ।  ତେବେ ଗର୍ଭବତୀ ମହିଳାଙ୍କ ପେଟରୁ ଶିଶୁଟିକୁ କାଢିବାକୁ ଡାକ୍ତରଙ୍କୁ  ଦୀର୍ଘ ସମୟ ଲାଗିଥିଲା। ଗର୍ଭବତୀ ମହିଳାଙ୍କ ଜୀବନ ପ୍ରତି ବିପଦ ଥିବାରୁ ଡାକ୍ତରଙ୍କ ଉଦ୍ୟମରେ ସୁରକ୍ଷିତ ପ୍ରସବ କରାଯାଇଛି। ମହିଳା ଜଣକ ବର୍ତ୍ତମାନ ସୁସ୍ଥ ଅଛନ୍ତି।  ମହିଳାଙ୍କ ଘର କୋଟିଆ ଅଂଚଳର ବୋଲି ଜଣା ପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.