ଶରୀର ସହ ତ୍ୱଚାକୁ ସୁସ୍ଥ ଓ ଉଜ୍ୱଳ ରଖିବାର ସହଜ ଉପାୟ, ୨ମିନିଟ୍‌ ରେ ପାଇଯିବେ ରେଜଲ୍ଟ

ସମସ୍ତେ ଘରେ କିମ୍ବା ମନ୍ଦିରରେ ମିଶ୍ରିକୁ ପ୍ରସାଦ ରୂପେ ବ୍ୟବହାର କରିଥାନ୍ତି। ପ୍ରସାଦ ବ୍ୟତୀତ ମିଶ୍ରିର ବ୍ୟବହାର ଅନ୍ୟତ୍ର ମଧ୍ୟ ବ୍ୟବହାର କରାଯାଇଥାଏ । ରେଷ୍ଟୁରାଣ୍ଟରେ ଏହାର ବ୍ୟବହାର କରାଯାଏ। ଖାଇବା ପରେ ଏହାକୁ ପାନମହୁରୀ ସହ ଦିଆଯାଏ। ଏହାଦ୍ୱାରା ହଜମକ୍ରିୟା ସହଜ ହୁଏ। ଆପଣ ଜାଣନ୍ତି ଏହି ମିଶ୍ରି ଦେହ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ସୂତା ଥିବା ମିଶ୍ରି ଶରୀର ପାଇଁ ବେଶ ଭଲ।

ଏକ ରିପୋର୍ଟ ଅନୁଯାୟୀ, ମିଶ୍ରି କ୍ଷୀରର ଅନେକ ଫାଇଦା ରହିଛି। ତେବେ ଆମେ ଆଜି ଆପଣଙ୍କୁ କହିବୁ ଏହି ସବୁ ଫାଇଦା ବିଷୟରେ। ଯାହା ଆପଣଙ୍କୁ ଏକଦମ ଫିଟ ରଖିବାରେ ସାହାଯ୍ୟ କରିବ।

milk sugar23
pc: Navbharat times

ଶକ୍ତି ବଢ଼ାଏ:
ଶରୀରରେ ଥିବା ଥକ୍କା ପଣକୁ ଦୂର କରିବା ପାଇଁ ମିଶ୍ରି ଅନେକ ସାହାଯ୍ୟ କରିଥାଏ। ଏହା ଶରୀରକୁ ଶକ୍ତି ପ୍ରଦାନ କରେ। ପେଟକୁ ଥଣ୍ଡା ରଖିଥାଏ। ଏହାକୁ ଆପଣ ଥଣ୍ଡା ବା ଗରମ କ୍ଷୀର ସହ ମିଶାଇ ପିଇପାରିବେ।

ଦୃଷ୍ଟି ଶକ୍ତି ବଢ଼ାଏ:
ଆଖିକୁ ସୁସ୍ଥ ରଖିବା ସହ ଦୃଷ୍ଟି ଶକ୍ତି ବଢ଼ାଇବାରେ ମିଶ୍ରି ସହାୟକ ହୋଇଥାଏ। କ୍ଷୀର ଏବଂ ମିଶ୍ରି ଉଭୟ ଆଖି ପାଇଁ ଲାଭଦାୟକ ଅଟେ। ଏହାସହ ଆଖିତଳେ ଥିବା କଳାଦାଗର ସମସ୍ୟାକୁ ମିଶ୍ରି ଦୂର କରିଥାଏ। ଡାକ୍ତର ମଧ୍ୟ ଏଥିପାଇଁ ପରାମର୍ଶ ଦେଇଥାନ୍ତିି।

milk sugar234
pc: times food-times of india

ହଜମକ୍ରିୟାରେ ସହାୟକ ହୁଏ:
ଆଜିକାଲି ହଜମକ୍ରିୟାରେ ସମସ୍ୟା ସାଧାରଣ ହୋଇଗଲାଣି। ପାଚନ ଶକ୍ତି ହ୍ରାସ ପାଇଁ ଏସିଡିଟି ଓ କୋଷ୍ଠକାଠିନ୍ୟ ଭଳି ଅନେକ ସମସ୍ୟା ଦେଖାଦିଏ। ଏଥିରୁ ରକ୍ଷା ପାଇବା ପାଇଁ ମିଶ୍ରିକୁ କ୍ଷୀର ସହ ମିଶାଇ ପିଅନ୍ତୁ। ଏଥିରେ ଥିବା ଡାଇଜେଷ୍ଟିଭ ଗୁଣ ଡାଇଜେସନ କରିବାରେ ସହାୟକ ହୁଏ।

ମାନସିକ ସମସ୍ୟା ଦୂର କରେ:
ମାନସିକ ସମସ୍ୟାକୁ ଦୂର କରିବା ସହ ସ୍ମରଣ ଶକ୍ତିକୁ ମଜବୁତ କରିବା ପାଇଁ ମିଶ୍ରି କ୍ଷୀର ଅତ୍ୟନ୍ତ ଉପଯୋଗୀ। ତେଣୁ ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ ଉଷୁମ କ୍ଷୀର ସହ ମିଶ୍ରି ସେବନ କରିବା ଜରୁରୀ। ଏହାଦ୍ୱାରା ଭଲ ନିଦ୍ରା ହୋଇଥାଏ।

ହିମୋଗ୍ଲୋବିନ ବଢ଼ାଏ: ପ୍ରତିଦିନ ମିଶ୍ରି ମିଶ୍ରିତ କ୍ଷୀର ସେବନ କରିବା ଦ୍ୱାରା ଏନିମିୟା ସମସ୍ୟାରୁ ମୁକ୍ତି ମିଳିଥାଏ। ଶରୀରରେ ହିମୋଗ୍ଲୋବିନ ମାତ୍ରା ବୃଦ୍ଧି କରିବାରେ ସହାୟକ ହୁଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.