ରାଜ୍ୟ

ଘରକୁ ଫେରୁଥିବା ବେଳେ ନାବାଳିକାକୁ ଅପହରଣ ଅଭିଯୋଗ

ଯାଜପୁର ଟାଉନ୍ (କେନ୍ୟୁଜ୍‌) : ସାବିତ୍ରୀ ଅମାବାସ୍ୟା ଦିନ ନାବାଳିକା ଗାୟବ । ଘରକୁ ଫେରୁଥିବା ବେଳେ ନାବାଳିକାକୁ ଅପହରଣ କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଗତ ସାବିତ୍ରୀ ଅମାବାସ୍ୟା ଦିନ ଏହି ଅଘଟଣ ଘଟିଥିଲେ ମଧ୍ୟ ପୋଲିସ ନାବାଳିକାକୁ ଉଦ୍ଧାର କରିବା ତ ଦୂରର କଥା ଓଲଟି ଆପୋଷ ସମାଧାନ କରିବାକୁ ଚାପ ପ୍ରୟୋଗ କରୁଥିବା ଅଭିଯୋଗ ହୋଇଛି।

ଯାଜପୁର ଥାନା କଟିକଟା ଅଞ୍ଚଳରେ ଏହି ଅଘଟଣ ଘଟିଛି। ଅପହରଣ ପଛରେ ଭଦ୍ରକ ଧାମନଗର ଥାନା ଖରାଖାଇ ଗାଁ’ର ଜଣେ ବ୍ୟକ୍ତିଙ୍କ ହାତ ଥିବା ସନ୍ଦେହ କରିଛନ୍ତି ପରିବାର ଲୋକେ। ତେଣୁ ସେମାନେ ରାମବାଗ ଫାଣ୍ଡିରେ ଅଭିଯୋଗ କରିଛନ୍ତି । ଏପଟେ ପୋଲିସ ପୀଡିତ ପରିବାରଙ୍କ ଉପରେ ଚାପ ପ୍ରୟୋଗ କରୁଥିବା ଅଭିଯୋଗ ମଧ୍ୟ ହୋଇଛି। ଏହାର ପ୍ରତିବାଦ କରି ପରିବାର ଲୋକେ ଆଜି ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଛିନ୍ତ। ଏହି ଘଟଣାରେ ଶିଶୁ ସୁରକ୍ଷା ୟୁନିଟ ମଧ୍ୟ ଘଟଣାରେ ହସ୍ତକ୍ଷେପ କରିଥିବା ଜଣାପଡ଼ିଛି।

 

KNews Bureau

Recent Posts

ରକ୍ତ ଚନ୍ଦନ ପ୍ୟାକ୍‌ ମୁହଁରୁ ଦାଗ ଦୂର କରିବାରେ ଅନେକ ସାହାଯ୍ୟ କରେ, ଏହି ୨ଟି ଉପାୟରେ କରନ୍ତୁ ବ୍ୟବହାର ସମସ୍ୟାରୁ ମିଳିବ ମୁକ୍ତି

ଚନ୍ଦନ କାଠର ଉପକାରିତା ବିଷୟରେ ଆପଣ ସମସ୍ତେ ଜାଣିଥିବେ । ଏହା ସମସ୍ତ କାମ ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ…

4 mins ago

ରାଜସ୍ଥାନରୁ ଚୋରା ଚାଲାଣ କରି ଅଣାଯାଇଥିବା ୧୯ ଓଟ ଜବତ, ୪ ଆନ୍ତଃରାଜ୍ୟ ବେପାରୀ ଗିରଫ

ବିହାରର ଗୋପାଳଗଞ୍ଜରେ ଓଟ ଚୋରା ଚାଲାଣ କରୁଥିବା ଏକ ବଡ଼ ର‍୍ୟାକେଟ୍‌ ଧରାପଡ଼ିଛି । ପୋଲିସ ଏଠାରେ ଚଢ଼ାଉ କରି…

8 mins ago

ସ୍ୱାଧିନତାର ଏତେ ବର୍ଷ ପରେ ବି ଏ ଗାଁକୁ ପହଂଚି ପାରିନାହିଁ ସରକାରୀ ଯୋଜନା

ସୁବର୍ଣ୍ଣପୁର (କେନ୍ୟୁଜ) : ବଦଳିଛି ଯୁଗ ଆଉ ବଦଳିଛି ସମୟ । ହେଲେ ସ୍ୱାଧିନତାର ଏତେ ବର୍ଷ ପରେ ବି…

22 mins ago

ପ୍ରତିଶୃତି ଦେଇ ଘର ବନାଇଦେଲେ କିନ୍ତୁ ଦେଲେନି ଆବାସ ଟଙ୍କା, ଏବେ ହତାଶ ହିତାଧିକାରୀ

ସୁବର୍ଣ୍ଣପୁର (କେନ୍ୟୁଜ) : ଗରିବଙ୍କ ମୁଣ୍ଡ ଗୁଂଜିବାକୁ ସରକାରୀ ତରଫରୁ ରହିଛି ଇନ୍ଦିରା ଆବାସ, ମୋ କୁଡିଆ ଏବଂ ପ୍ରଧାନମନ୍ତ୍ରୀ…

33 mins ago

ବଢ଼ିବାରେ ଲାଗିଛି ସାଇବର ଠକଙ୍କ ପ୍ରାଦୁର୍ଭାବ, ସଫ୍ଟୱେୟାର ଇଞ୍ଜିନିୟରଙ୍କ ଠାରୁ ଲୁଟିନେଲେ ୧୫ ଲକ୍ଷ

ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ସାଇବର ଠକଙ୍କ ପ୍ରାଦୁର୍ଭାବ । ଆଜିକାଲି ଯୁଗରେ ଅନେକ ସମୟରେ ଜନସାଧାରଣ ସାଇବର…

40 mins ago

ବଢିବାରେ ଲାଗିଛି ମେଡ୍‌ ଇନ୍‌ ଇଣ୍ଡିଆ ଆଇଫୋନ୍‌ର ଚାହିଦା, ଦୁଇଗୁଣା ହୋଇଛି ଏକ୍ସପୋର୍ଟ ହାର

ଭାରତରେ ତିଆରି ଆଇଫୋନ୍ ସାରା ବିଶ୍ୱରେ ବହୁତ ଚାହିଦା ରହିଛି । ତେବେ ଏପ୍ରିଲ୍ ଏବଂ ମେ ମାସରେ ଭାରତରୁ…

40 mins ago