ଘରକୁ ଫେରୁଥିବା ବେଳେ ନାବାଳିକାକୁ ଅପହରଣ ଅଭିଯୋଗ
ଯାଜପୁର ଟାଉନ୍ (କେନ୍ୟୁଜ୍) : ସାବିତ୍ରୀ ଅମାବାସ୍ୟା ଦିନ ନାବାଳିକା ଗାୟବ । ଘରକୁ ଫେରୁଥିବା ବେଳେ ନାବାଳିକାକୁ ଅପହରଣ କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଗତ ସାବିତ୍ରୀ ଅମାବାସ୍ୟା ଦିନ ଏହି ଅଘଟଣ ଘଟିଥିଲେ ମଧ୍ୟ ପୋଲିସ ନାବାଳିକାକୁ ଉଦ୍ଧାର କରିବା ତ ଦୂରର କଥା ଓଲଟି ଆପୋଷ ସମାଧାନ କରିବାକୁ ଚାପ ପ୍ରୟୋଗ କରୁଥିବା ଅଭିଯୋଗ ହୋଇଛି।
ଯାଜପୁର ଥାନା କଟିକଟା ଅଞ୍ଚଳରେ ଏହି ଅଘଟଣ ଘଟିଛି। ଅପହରଣ ପଛରେ ଭଦ୍ରକ ଧାମନଗର ଥାନା ଖରାଖାଇ ଗାଁ’ର ଜଣେ ବ୍ୟକ୍ତିଙ୍କ ହାତ ଥିବା ସନ୍ଦେହ କରିଛନ୍ତି ପରିବାର ଲୋକେ। ତେଣୁ ସେମାନେ ରାମବାଗ ଫାଣ୍ଡିରେ ଅଭିଯୋଗ କରିଛନ୍ତି । ଏପଟେ ପୋଲିସ ପୀଡିତ ପରିବାରଙ୍କ ଉପରେ ଚାପ ପ୍ରୟୋଗ କରୁଥିବା ଅଭିଯୋଗ ମଧ୍ୟ ହୋଇଛି। ଏହାର ପ୍ରତିବାଦ କରି ପରିବାର ଲୋକେ ଆଜି ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଛିନ୍ତ। ଏହି ଘଟଣାରେ ଶିଶୁ ସୁରକ୍ଷା ୟୁନିଟ ମଧ୍ୟ ଘଟଣାରେ ହସ୍ତକ୍ଷେପ କରିଥିବା ଜଣାପଡ଼ିଛି।