Below header

ପରୀକ୍ଷା ଦେବାକୁ ଯାଇ ଫେରାର ହେଲା ସ୍ତ୍ରୀ, ସ୍ୱାମୀ କହୁଛି ତୋତେ ଛାଡି ମୁଁ ରହିପାରିବିନି

ପରୀକ୍ଷା ପୁର୍ବର ସଂସାର, ପରୀକ୍ଷା ପରେ ଅନ୍ଧାର । ସ୍ବାମୀ ଆଖି ଆଗରେ କଲେଜରୁ ଫେରାର ହେଲା ସ୍ତ୍ରୀ । ପରୀକ୍ଷା ସରିଲା କାର ଲାଗିଲା ସିନେମା ଅନ୍ଦାଜରେ ହସିଲା ସଂସାର ଉଜାଡି ଦେଇ ଛାଡି ଦେଇ ଚାଲିଗଲା । ଘର ଭିତରେ ସିନ୍ଦୁର ଫରୁଆ ଖୋଲା ହୋଇ ପଡିଛି । ସାବିତ୍ରୀର ଶାଢୀ ବି ଚିକଚିକ୍ କରୁଛି । ସ୍ବାମୀ ସ୍ତ୍ରୀର ଫଟୋ ଧରି କାନ୍ଦି କାନ୍ଦି କୋହୁଛି ତୁ ଫେରିଆ ତୋ ବିନା ମୁଁ ବଞ୍ଚି ପାରିବିନି । ଏଭଳି ଘଟଣା ଘଟିଛି ଭଦ୍ରକ ଧୁଷୁରି ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅନ୍ତର୍ଗତ ବଜାରରେ ଦେବବ୍ରତ ଗୋଛାୟତଙ୍କ ପୁଅ ରାହୁଲ ବ୍ରାହ୍ମଣୀପାଳ ଗ୍ରାମର ବଳରାମ ପଣ୍ଡାଙ୍କ ଝିଅ ହରିପ୍ରିୟାକୁ ୨ ବର୍ଷ ଧରି ଭଲପାଇ ଆସୁଥିଲେ । ତେବେ ଉଭୟ ଘରେ ନଜଣାଇ ଫେରାର ହୋଇଯାଇଥିଲେ । କିଛି ଦିନର ବ୍ୟବଧାନ ପରେ ପରିବାର ଲୋକେ ପୁଅର ସନ୍ଧାନ ଖୋଜି ପାଇଥିଲେ । ତେବେ ପୁଅର ପରିବାର ଲୋକେ ଉଭୟଙ୍କୁ ଧରି ପୁରୀର ନୃସିଂହନାଥ ମନ୍ଦିରରେ ଉଭୟଙ୍କ ବିବାହ ସମ୍ପୂର୍ଣ୍ଣ କରି ଘରକୁ ଆଣିଥିଲେ । ପୁଅ ବୋହୂ ଖୁସିରେ ଦୀର୍ଘ ୬ ମାସ ଧରି ଘରେ ରହିବା ପରେ ବୋହୂ ହରିପ୍ରିୟା ପାଠ ପଢିବାକୁ ଜିଦ୍ଦ କରିଥିଲା । ପରିବାର ଲୋକଙ୍କ ଠାରୁ ଅନୁମତି ପାଇବା ପରେ ନିକଟସ୍ଥ ଆଖଣ୍ଡଳମଣି ମହାବିଦ୍ୟାଳୟରେ ହରିପ୍ରିୟାକୁ +3 Artsରେ ଆଡମିସନ କରାଇଲେ ।

Photo

ପ୍ରତିଦିନ ଭଳି ସାବିତ୍ରୀ ବ୍ରତର ପରଦିନ ଅର୍ଥାତ ମଙ୍ଗଳବାର ହରିପ୍ରିୟା ନିଜ ସ୍ବାମୀଙ୍କ ସ୍କୁଟିରେ ବସି ପରୀକ୍ଷା ଦେବାକୁ ଯାଇଥିଲା। ପରୀକ୍ଷା ସରିବା ପରେ ସ୍ବାମୀ କଲେଜରୁ ସ୍ତ୍ରୀକୁ ଆଣିବାକୁ ଗଲେ । ହେଲେ ପରୀକ୍ଷା ହଲରୁ ହରିପ୍ରିୟା ବାହାରିବା ସମୟରେ ଏକ ଧଳା ରଙ୍ଗର କାର୍ ଆସି ଲାଗିଲା କଲେଜ ଗେଟ୍ ସାମ୍ନାରେ । ହରିପ୍ରିୟା କାର୍ ଗେଟ ଖୋଲି ସିଧା କାରରେ ବସିଲେ ଆଉ କୁଆଡେ ପଳେଇଲେ । ଏସବୁ ସ୍ବାମୀ ଆଖି ଆଗରେ ଘଟିଗଲା । ସ୍ବାମୀ ସ୍ତ୍ରୀର ପିଛା କରି ନିରାଶ ହୋଇ ଘରକୁ ଫେରି ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକେ ଏନେଇ ଧୁଷୁରୀ ଥାନାରେ ଲିଖିତ ଅଭିଯୋଗ କଲେ । ପରେ ପୋଲିସ ୪୪/୨୨ରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ସ୍ବାମୀ ରାହୁଲ ନିଜ ସ୍ତ୍ରୀର ଫଟୋକୁ ଧରି ପାଗଳ ପରି କାନ୍ଦି କାନ୍ଦି କହୁଛି କୋଉଠି ଅଛୁ ଫେରିଆ ତୋ ବିନା ମୁଁ ବଞ୍ଚି ପାରିବିନି । ଏହି ଘଟଣା ଧୂଷୁରୀ ଅଞ୍ଚଳ ରେ ବେଶ ଚର୍ଚ୍ଚା ର ବିଷୟ ପାଲଟିଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.