ଅଜବ ପ୍ରଥାରେ ବାବା ! ଏଠି ଝିଅ ବିଦା ବେଳେ କନ୍ୟା ମୁଣ୍ଡ ଉପରେ ଛେପ ପକାନ୍ତି ବାପା

ବିଶ୍ୱର ବିଭିନ୍ନ ପ୍ରାନ୍ତରେ ବିବାହକୁ ନେଇ ଭିନ୍ନ ଭିନ୍ନ ନିୟମ କାନୁନ ରହିଛି । ଦୁନିଆର ପ୍ରତିଟି କୋଣରେ ଭିନ୍ନ ଭିନ୍ନସ୍ଥାନରେ ଭିନ୍ନ ଭିନ୍ନ ଜାତି, ଧର୍ମ ତଥା ସମ୍ପ୍ରଦାୟର ଲୋକେ ବାସ କରନ୍ତି ଆଉ ସେମାନଙ୍କର ଭିନ୍ନ ଭିନ୍ନ ପରମ୍ପରା ରହିଛି । ଭାରତରେ ବି ଜାତି, ଧର୍ମ, କ୍ଷେତ୍ର ହିସାବରେ ରୀତି ନୀତି ପରମ୍ପରା ବଦଳିବାରେ ଲାଗିଛି । ଏମିତିରେ ଆମେ ଆପଣଙ୍କୁ ଏମିତି ଏକ ଅଦ୍ଭୁତ ପରମ୍ପରା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଶୁଣିଲେ ଆପଣ ବି ନିଶ୍ଚୟ କହିବେ ବାବାରେ ବାବା ଏ କି ପ୍ରଥା ।
ଝିଅ ବାହାଘର ସମୟରେ ବିଦାୟୀ ବେଳେ ପିତାଙ୍କୁ ଅନେକ ଅଜବ ଅଜବ ପ୍ରଥା ନିଭେଇବାକୁ ପଡିଥାଏ । କେନିଆ ତଥା ତାଞ୍ଜାନିଆରେ ମସାଇ ନାମକ ଏକ ଜନଜାତି ରୁହନ୍ତି । ଏହି ଜନଜାତିର ଲୋକମାନେ ଖୁବ ଅଦ୍ଭୁତ ପରମ୍ପରା ମାନିଥାନ୍ତି । ଏଠି ଏମିତି ଏକ ପ୍ରଥା ରହିଛି । ଯେଉଁଠି ବିଦା ସମୟରେ ପିତା ନିଜ ଝିଅ ଉପରେ ଛେପ ପକାଇ ଶ୍ୱଶୁର ଘରକୁ ବିଦା କରିଥାନ୍ତି । କହିରଖିବା ଉଚିତ ହେବକି ଏହି ଜନଜାତିର ଲୋକେ ବିବାହକୁ ଖୁବ ଗୁରୁତ୍ୱ ଦିଅନ୍ତି ।

ଭାରତ ପରି ଏଠି ବି ବିବାହ ବ୍ରତ ଆଦିରେ ଏକାଠି ହୋଇଥାନ୍ତି । ଖୁବ ମଜା ମସ୍ତି କରିବା ସହିତ ଉପଭୋଗ ବି କରନ୍ତି । କିନ୍ତୁ ଝିଅ ବିଦା ସମୟରେ ଅଜବଗରବ ହରକତ କରନ୍ତି । ଆପଣ ମାନେ ଅନେକ ଦୃଶ୍ୟରେ ଦେଖିଥିବେ ଝିଅ ବିଦା ସମୟରେ ଘର ଲୋକ, ବନ୍ଧୁବାନ୍ଧବ ଖୁବ କାଂଦିଥାନ୍ତି । ଦୁଃଖର ସହିତ ଝିଅକୁ ବିଦା କରିଥାନ୍ତି । କିନ୍ତୁ ଏଠି ଝିଅର ମୁଣ୍ଡ ଉପରେ ଛେପ ପକାଇ ବାପା ଝିଅକୁ ଶେଷ ବିଦାୟ ଦେଇଥାନ୍ତି । ଖାଲି ସେତିକି ନୁହେଁ ଘରୁ ବାହାରି ଗେଟ ପର୍ଯ୍ୟନ୍ତ ବାପା ଝିଅ ଉପରେ ଛେପ ପକେଇ ପକେଇ ତାକୁ ବିଦା କରିଥାନ୍ତି । ପ୍ରତିଟି ବାପା ଏହି ପ୍ରଥା ନିଭେଇଥାନ୍ତି । ଏହାକୁ ପିତାଙ୍କ ଆଶୀର୍ବାଦ ଭାବେ ମାନିଥାନ୍ତି । ଆଉ ଯଦି ପିତା ଛେପ ନପକାନ୍ତି ତେବେ ଧରାଯାଏକି ପିତା ଝିଅ ଉପରେ ସନ୍ତୁଷ୍ଟ ନାହାନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.