ରାଜ୍ୟ

ନାବାଳିକା ଦୁଷ୍କର୍ମକାରୀକୁ ଆଜୀବନ କାରାଦଣ୍ଡ, ପିଡ଼ିତାକୁ ୭ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ

କଟକ (କେନ୍ୟୁଜ): ନାବାଳିକା ଦୁଷ୍କର୍ମକାରୀକୁ ଆଜୀବନ କାରାଦଣ୍ଡ। ଜୀବନ ଥିବା ପର୍ଯ୍ୟନ୍ତ ଜେଲରେ ରହିବେ ଦୋଷୀ ସାବ୍ୟସ୍ତ ଫୁକନ ଓରଫ ଖୋକନ ମାଇତି। ଆଜୀବନ ସଜ୍ଜା ସହ ୧୦ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ। ନିର୍ଦ୍ଦେଶ ଦେଲେ କଟକ ସ୍ୱତନ୍ତ୍ର ପୋକସୋ ଅଦାଲତ। ଏହା ସହ ପିଡ଼ିତାକୁ ୭ ଲକ୍ଷ ଟଙ୍କାର କ୍ଷତିପୂରଣ ନିର୍ଦ୍ଦେଶ। ଜିଲା ଆଇନସେବା ପ୍ରାଧିକରଣ ଜରିଆରେ ଦିଆଯିବ ଏହି ଅର୍ଥ ରାଶି।

ସୂଚନା ଯୋଗ୍ୟ କଟକ ମଙ୍ଗୁଳି ଛକ ଅଞ୍ଚଳରେ ଘଟିଥିଲା ଦୁଷ୍କର୍ମ। ୨୦୧୯ ଅକ୍ଟୋବର ୩୦ ରେ ଟାଙ୍ଗୀ ଥାନାରେ ରୁଜୁ ହୋଇଥିଲା ମାମଲା। ଆସାମୀ ପଶ୍ଚିମବଙ୍ଗ ପୂର୍ବମେଦିନାପୁର ଅଞ୍ଚଳର ଫେରିବାଲା। ନାବାଳିକାର ବାପା ମା ନଥିବା ବେଳେ ନିୟମିତ ଦୁଷ୍କର୍ମ କରୁଥିଲା। ନାବାଳିକାର ମା ଘଟଣା ସମ୍ପର୍କରେ ଜାଣିବା ପରେ ନାବାଳିକାକୁ ନେଇ ଫେରାର ହୋଇ ଯାଇଥିଲା।ପୂର୍ବମେଦିନାପୁରରୁ ନାବାଳିକାକୁ ଉଦ୍ଧାର କରିଥିଲା ପୋଲିସ। ନାବାଳିକାର ଏବେ ଏକ ପୁତ୍ର ସନ୍ତାନ ରହିଛି। ୧୧ ଜଣ ସାକ୍ଷୀ ଓ ୧୮ ଟି ତଥ୍ୟ ପ୍ରମାଣ ଆଧାରରେ ଏହି ସଜ୍ଜା ମିଳିଛି । ମାମଲା ପରିଚାଳନା କରୁଥିଲେ ସରକାରୀ ଓକିଲ ରମେଶ ମହାନ୍ତି।ନାବାଳିକାକୁ ନେଇ ଫେରାର ହୋଇ ଯାଇଥିଲା ଫୁକନ। ଟାଙ୍ଗୀ ପୋଲିସ ନାବାଳିକାକୁ ଉଦ୍ଧାର କରିବା ସହ ଆସାମୀକୁ ଗିରଫ କରିଥିଲା।

 

 

Barsha

Recent Posts

କାହାକୁ ମିଳିବ କେଉଁ ବିଭାଗ, ଆଜି ହୋଇପାରେ ମନ୍ତ୍ରୀଙ୍କ ବିଭାଗ ବଣ୍ଟନ

ଭୁବନେଶ୍ୱର (କେନ୍ୟୁଜ): ନୂଆ ମୁଖ୍ୟମନ୍ତ୍ରୀ, ନୂଆ କ୍ୟାବିନେଟ ।  କାହାକୁ ମିଳିବ କେଉଁ ବିଭାଗ ? ଖୁବଶୀଘ୍ର ମନ୍ତ୍ରୀମାନଙ୍କୁ ବିଭାଗ…

14 mins ago

ସୁନ୍ଦରଗଡ଼ର ଝିଅକୁ ବାହାହେବା ପାଇଁ ସୁଦୂର ରାଜସ୍ଥାନରୁ ଦୌଡ଼ି ଆସିଲେ ଦିବ୍ୟାଙ୍ଗ ଯୁବକ ଦୀନ ଦୟାଲ

ରାଉରକେଲା(କେନ୍ୟୁଜ): ଦିବ୍ୟାଙ୍ଗ ଯୁବକ ଯୁବତୀଙ୍କ ଫେସବୁକ୍ ପ୍ରେମ ଯୋଗୁଁ ରାଜସ୍ଥାନର ମଥପୁର ଗାଁ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନା ଲହଣ୍ଡା…

18 mins ago

ଟି୨୦ ବିଶ୍ବକପ: ଆମେରିକାକୁ ୭ ୱିକେଟରେ ହରାଇ ସୁପର ଏଇଟରେ ପ୍ରବେଶ କରିଛି ଭାରତ

(କେନ୍ୟୁଜ): ଟି୨୦ ବିଶ୍ବକପରେ ଗତକାଲି ଆମେରିକାକୁ ୭ ୱିକେଟରେ ହରାଇ ସୁପର ଏଇଟରେ ପ୍ରବେଶ କରିଛି ଭାରତ । ୧୧୧…

48 mins ago

ଓଡ଼ିଶାରେ ସାମାନ୍ୟ ବଢ଼ିଲା ପେଟ୍ରୋଲ ଦର: ଜାଣନ୍ତୁ ଆଉ କେଉଁଠି କେତେ ଅଛି ମୂଲ୍ୟ

ପେଟ୍ରୋଲ ହେଉଛି ଏକ ଦୈନଦିନ ଖର୍ଚ୍ଚ । ଯେଉଁଠି ପାଇଁ ଆମେ ସବୁବେଳେ ଦର ଉପରେ ନଜର ରଖିଥାଉ ।…

1 hour ago

ସୁନା ଦର ହେଉଛି ଆକାଶ ଛୁଆଁ , ଜାଣନ୍ତୁ ଭୁବନେଶ୍ୱରରେ ଆଜି ୨୪ କ୍ୟାରେଟ ସୁନାର ଦାମ୍

ସୁନା କିଣିବାକୁ ଚାହୁଁଥିଲେ ପ୍ରଥମେ ଜାଣନ୍ତୁ ଦାମ । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ୧୦…

1 hour ago

କାଶୀପୁରରେ ଅଜଣା ରୋଗ ଆତଙ୍କ : ଗଲାଣି ୪ ଶିଶୁଙ୍କ ଜୀବନ

ରାୟଗଡା (କେନ୍ୟୁଜ): ରାୟଗଡା ଜିଲ୍ଲା କାଶୀପୁର ବ୍ଳକରେ ପୁଣି ଅଜଣା ରୋଗ ଆତଙ୍କ । ଦୁର୍ଗମ ଡଙ୍ଗାସିଲ ପଞ୍ଚାୟତ ଅନ୍ତର୍ଗତ…

2 hours ago