କେନ୍ୟୁଜ୍(ବ୍ୟୁରୋ):ରାଜଧାନୀରେ ବଡ଼ ଧରଣର ଚୋରି । ଭୁବନେଶ୍ବର ଡେଲଟା ଛକର ସୁନା ଦୋକାନର ସଟର ତାଡି ନେଇଗଲେ କୋଟିଏ ଟଙ୍କାର ସୁନା ଗହଣା । ଡେଲଟା ଛକରେ ଥିବା ଲକ୍ଷ୍ମୀ ନାରାୟଣ ସୁନା ଦୋକାନରୁ ସଟ ତାଡି ଦୁର୍ବୃତ୍ତ ଲୁଟ କରିଥିବା ନେଇ ଖଣ୍ଡଗିରି ଥାନାର ଏତଲା ଦେଇଛନ୍ତି ଦୋକାନ ମାଲିକ ।
ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଦୋକାନର ସଟରକୁ ଗ୍ୟାସ କଟରରେ କାଟି ଭିତରେ ପଶିଥିଲେ। ପରେ ଗୋଟିଏ ବି ଅଳଙ୍କାରକୁ ଛାଡିନଥିଲେ ଦୁର୍ବୃତ୍ତମାନେ।
ଦୋକାନରୁ ପାଖାପାଖି ୧ କେଜି ସୁନା ଓ ୧୦ ଲକ୍ଷ ଟଙ୍କାର ରୂପା ଚୋରି ହୋଇଛି ଯାହାର ମୂଲ୍ୟ କୋଟିଏ ଟଙ୍କାର ହୋଇଥିବାର ଏତଲାରେ ଦର୍ଶାଇଛନ୍ତି ଦୋକାନର ମାଲିକ । ଏତଲା ପାଇ ଖଣ୍ଡଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସିସିଟିଭି ଯାଞ୍ଚ କରିବା ସହ ଅଧିକ ତଦନ୍ତ ଜାରି ରଖିଛି।
ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…
ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…
ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…
ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…
ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…
ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…