ଭୁବନେଶ୍ବର: ଡେଲଟା ଛକରେ ମାତିଲେ ସଟର ତଡା ଡକାୟତ, ସୁନା ଦୋକାନରେ ବୁଲାଇଦେଲେ କଳା କନା

କେନ୍ୟୁଜ୍(ବ୍ୟୁରୋ):ରାଜଧାନୀରେ ବଡ଼ ଧରଣର ଚୋରି । ଭୁବନେଶ୍ବର ଡେଲଟା ଛକର ସୁନା ଦୋକାନର ସଟର ତାଡି ନେଇଗଲେ କୋଟିଏ ଟଙ୍କାର ସୁନା ଗହଣା । ଡେଲଟା ଛକରେ ଥିବା  ଲକ୍ଷ୍ମୀ ନାରାୟଣ ସୁନା ଦୋକାନରୁ ସଟ ତାଡି ଦୁର୍ବୃତ୍ତ ଲୁଟ କରିଥିବା ନେଇ ଖଣ୍ଡଗିରି ଥାନାର ଏତଲା ଦେଇଛନ୍ତି ଦୋକାନ ମାଲିକ ।

ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଦୋକାନର ସଟରକୁ ଗ୍ୟାସ କଟରରେ କାଟି ଭିତରେ ପଶିଥିଲେ। ପରେ ଗୋଟିଏ ବି ଅଳଙ୍କାରକୁ ଛାଡିନଥିଲେ ଦୁର୍ବୃତ୍ତମାନେ।

ଦୋକାନରୁ ପାଖାପାଖି ୧ କେଜି ସୁନା ଓ ୧୦ ଲକ୍ଷ ଟଙ୍କାର ରୂପା ଚୋରି ହୋଇଛି ଯାହାର ମୂଲ୍ୟ କୋଟିଏ ଟଙ୍କାର ହୋଇଥିବାର ଏତଲାରେ ଦର୍ଶାଇଛନ୍ତି ଦୋକାନର ମାଲିକ । ଏତଲା ପାଇ ଖଣ୍ଡଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସିସିଟିଭି ଯାଞ୍ଚ କରିବା ସହ ଅଧିକ ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.