Below header

ଜୁନିଅର ପୁରୁଷ ହକି ବିଶ୍ୱକପ୍‌ର ନୂଆ ଚାମ୍ପିୟନ ଆର୍ଜେଣ୍ଟିନା,ଜର୍ମାନୀକୁ ୪-୨ଗୋଲରେ ହରାଇ ବିଶ୍ବକପ୍ ହାତେଇଲା

କେନ୍ୟୁଜ୍(ବ୍ୟୁରୋ): ଜୁନିଅର ପୁରୁଷ ହକି ବିଶ୍ୱକପ୍‌ର ନୂଆ ଚାମ୍ପିୟନ ଆର୍ଜେଣ୍ଟିନା । ଜର୍ମାନୀକୁ ୪-୨ଗୋଲରେ ହରାଇ ବିଶ୍ୱବିଜେତା ହୋଇଛି ଆର୍ଜେଣ୍ଟିନା । ୬ ଥର ବିଜେତା ଜର୍ମାନୀ ରନର୍ସଅପରେ ସନ୍ତୁଷ୍ଟ ହୋଇଛି । କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ ସଂଘର୍ଷପୂର୍ଣ୍ଣ ଥିଲା । ଉଭୟ ଦଳ ଦମଦାର ଖେଳ ପ୍ରଦର୍ଶନ କରିଥିଲେ । ତେବେ ଆର୍ଜେଣ୍ଟିନାର ଆକ୍ରମଣ ଆଗରେ ଜର୍ମାନୀ ଖେଳାଳି ତିଷ୍ଠି ପାରିନଥିଲେ ।

ଏପଟେ ଆଜି ଭାରତ ଫ୍ରାନ୍ସ ଠାରୁ ୩-୧ ଗୋଲରେ ହାରି ଚତୁର୍ଥ ସ୍ଥାନରେ ରହିଛି । ଏଥିସହ ଭାରତର ଜୁନିଅର ହକି ବିଶ୍ୱକପ୍‌ ଅଭିଯାନ ଶେଷ ହୋଇଛି । ଭାରତ ପକ୍ଷରୁ ଓଡ଼ିଆ ପୁଅ ସୁଦୀପ ଚିର୍ମାକୋ ଏକମାତ୍ର ଗୋଲ୍‌ ଦେବାରେ ସକ୍ଷମ ହୋଇଥିଲେ । କରୋନା ମହାମାରୀ ମଧ୍ୟରେ ନଭେମ୍ବର ୨୪ ତାରିଖରୁ କଳିଙ୍ଗ ଷ୍ଟାଡିୟମରେ ବିଶ୍ୱକପ ଆୟୋଜିତ ହେଉଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.