ରାଜ୍ୟ

କାଗଜରେ ପାଉଡର ଟିକିଏ ଦେଇ ଲୁଟିନେଲେ ସୁନା ଚେନ୍‌

କେନ୍ଦ୍ରାପଡା (କେନ୍ୟୁଜ) : କାଗଜରେ ପାଉଡର ଟିକିଏ ଦେଇ ଲୁଟିନେଲେ ସୁନା ଚେନ୍‌ । ଏବେ ଏ ବୃଦ୍ଧା ଜଣଙ୍କ ପାଖରେ କାଗଜରେ ଥିବା ଏହି ପାଉଡରକୁ ଖାଲି ବଲବଲ କରି ଚାହିଁ ରହିବା ଛଡା ଆଉ କିଛି ଉପାୟ ନାହିଁ । କାହିଁକିନା ଏହି ପାଉଡର ଭିତରେ ୩ଟି ଗୋଡି ଭର୍ତ୍ତି କରି ବୃଦ୍ଧାଙ୍କ ସୁନା ଲୁଟିନେଲେ ଏହି ମହିଳା ।

ଆଣନ୍ତୁ ଆପଣଙ୍କ ପିତ୍ତଳ, ସୁନା, ରୂପା ସବୁ ଅଙ୍କାର ଜିନିଷ ପତ୍ର ସବୁକୁ ଚକଚକ୍‌ କରି ଏକଦମ୍‌ ନୂଆ କରିଦବୁ । ଆଉ କଥାରେ ନ ଫସିଲେ ଆଖି ସାମ୍ନାରେ ଡେମୋ ବି ଦେଖାଉଛନ୍ତି । ତାପରେ ଜିତୁଛନ୍ତି ଲୋକଙ୍କ ବିଶ୍ୱାସ୍‌ । ଆଉ ଥରେ ବିଶ୍ୱାସ ଜିତିଗଲା ପରେ ଆଖିରେ ଆଙ୍ଗୁଠି ଗେଞ୍ଜି ଦିନ ଦ୍ୱିପହରରେ ଲଗାଇ ଦେଉଛନ୍ତି ଚୂନା ।

ଏକଦମ୍‌ ଇସ୍ତ୍ରୀ ଦିଆ ପ୍ୟାଣ୍ଟ ସାର୍ଟ ପିନ୍ଧି ପୂରା ଫର୍ମାଲ ଗେଟଅପରେ ସୁଟ୍‌ ବୁଟ୍‌ ପିନ୍ଧି ମାର୍କେଟିଙ୍ଗ ଲାଇନ୍‌ ଷ୍ଟୁଡେଣ୍ଟ ଭଳି ଆସିଛନ୍ତି । ଆଉ ଏକଦମ୍‌ ସାନ୍ତ ସରଳ ଭାବେ ଘର ପାଖକୁ ଆସି ସାହସର ସହିତ କଲିଙ୍ଗ ବେଲ୍‌ ମାରୁଛନ୍ତି । ତାପରେ କଥାବାର୍ତ୍ତା କରି କଥା ଆଳରେ ଲୋକଙ୍କ ଫସାଇ ସୁନା ଲୁଟିନେଲେ ଏହି ଦୁଇଜଣ ।

ଗୋଡ଼ି ଦେଇ ସୁନା ନେଇଗଲେ, ହଁ ଆଜ୍ଞା ଶୁଣିବାକୁ ଅଡ଼ୁଆ ଲାଗୁଛି । କିନ୍ତୁ ସତରେ ଏପରି ଘଟିଛି ଆଜ୍ଞ । ଏପରି ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ଅନ୍ତର୍ଗତ କୁସିଆପାଲ ଗାଁରେ । ଦୁଇଜଣ ବ୍ୟକ୍ତି କୁସିଆପାଲର ଅବସର ପ୍ରାପ୍ତ ଶିକ୍ଷକ ନିରଞ୍ଜନ ଦାସଙ୍କ ଘରେ ପହଞ୍ଚି ପିତ୍ତଳ ଓ ସୁନା ସଫା କରିବା ପାଇଁ କହିଥିଲେ । ଏକ ପାଉଡର ମାଧ୍ୟମରେ ମାଗଣାରେ କମ୍ପାନୀ ପ୍ରଚାର ପାଇ କରୁଛନ୍ତି କହିଥିଲେ ।

ମାଗଣାରେ ସଫା ହେବ ଶୁଣି ଘରର ସୁନା ଆଣି ଦେଇଥିଲେ । ସିସି ଟିଭିରେ ଦେଖାଯାଉଥିବା ଏହି ଦୁଇ ବ୍ୟକ୍ତି ସୁନା ଅଳଙ୍କାରକୁ ସଫାକରି ଏକ କାଗଜ ପୁଡିଆରେ ଫେରାଇ ଥିଲେ । କିନ୍ତୁ ଏହି ଫେରାଇବା ବେଳେ ଚତୁର ତାର ସହ ସୁନା ଅଳଙ୍କାର ନେଇ ଯାଇ,ଗୋଡ଼ି ପୁରାଇ ଦେଇଥିଲେ । ଶୁଣନ୍ତୁ ଏହି ଠକାମିର ଶିକାର ହୋଇଥିବା ବୃଦ୍ଧା କଣ କହୁଛନ୍ତି ।

Pritiparna

Recent Posts

ଦାରିଙ୍ଗବାଡ଼ି: ବଜ୍ରାଘାତରେ ୪ ଗୋରୁ ମୃତ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ କିଲାବାଡ଼ି ଗ୍ରାମରେ  ଆଜି ଅପରାହ୍ନରେ କାଳ ବୈଶାଖୀ ବର୍ଷା ଜନିତ…

3 hours ago

କାଳବୈଶାଖୀର କରାଳ ରୂପ, ବଜ୍ରାଘାତ ନେଲା ୧୨ ଗାଇଙ୍କ ଜୀବନ

ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…

4 hours ago

ସାନଖେମୁଣ୍ଡିରେ କାଳବୈଶାଖୀ ବର୍ଷା, ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…

5 hours ago

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

5 hours ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

6 hours ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

6 hours ago