କେନ୍ଦୁଝର (କେନ୍ୟୁଜ) : ଗରିବ ଘରେ ଖେଳି ଯାଇଛି ଖୁସିର ପରିବେଶ । କାରଣ ଛଅ ବର୍ଷ ତଳେ ହଜି ଯାଇଥିବା ପୁଅ ଫେରିଛି ଘରକୁ । ତେଣୁ ବାପା ମା, ଭାଇ ଭଉଣୀ ସମସ୍ତେ ଭାରି ଖୁସି । ୨୦୧୬ ମସିହାରେ ମାତ୍ର ୧୦ ବର୍ଷ ବୟସରେ ପୁଅ ହଜି ଯାଇଥିଲା । ବହୁତ ଖୋଜିବା ପରେ ବି ମିଳିଲାନି । ଥାନାରେ ଏତଲା ଦେଲେ । ତଥାପି ପୁଅର କିଛି ଖୋଜ ଖବର ପାଇଲେନି ଘର ଲୋକେ । ପୁଅ ଆଉ ଫେରିବ ବୋଲି ଆଶା ନଥିଲା । ହେଲେ କିଛି ଦିନ ତଳେ କେନ୍ୟୁଜରେ ପୁଅର ଖବର ଦେଖି ଚିନ୍ତାରେ ପଡ଼ିଗଲେ । ପାଟିରୁ ବାହାରିଲା, ଆରେ ଇଏ ତ ଆମ ପୁଅ । ତେଣୁ ଘସିପୁରା ଥାନା ପୋଲିସ୍ ଜରିଆରେ କେନ୍ୟୁଜ୍ ଏବଂ ପିଲାଟିକୁ ରଖା ଯାଇଥିବା ଚାଇଲଡ୍ ଲାଇନ୍ ସହିତ ଯୋଗାଯୋଗ କରି ପୁଅକୁ ଫେରି ପାଇଛନ୍ତି ।
କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ଅନ୍ତର୍ଗତ ଶାଳପଡା ନୂଆ କଲୋନୀରେ ରୁହନ୍ତି ସୁରେନ୍ଦ୍ର ସ୍ୱାଇଁଙ୍କ ପରିବାର । ତାଙ୍କ ସାନପୁଅ ହେଉଛି ପିଣ୍ଟୁ । ୨୦୧୬ ମସିହା ନଭେମ୍ବର ମାସ ୧୦ ତାରିଖରେ ସେ କେଉଁଆଡ଼େ ନିଖୋଜ ହୋଇଯାଇଥିଲା । ସେତେବେଳକୁ ପିଣ୍ଟୁକୁ ହୋଇଥିଲା ମାତ୍ର ୧୦ବର୍ଷ ବୟସ। ନିଖୋଜ ହେବାର କିଛିଦିନ ପୂର୍ବରୁ ପିଣ୍ଟୁ ମାନସିକ ରୋଗରେ ଆକ୍ରାନ୍ତ ହୋଇଥିଲା ବୋଲି ପରିବାର ଲୋକ କୁହନ୍ତି । ସେହି ଦିନ ସେ ୨୦ନଂ ଜାତୀୟ ରାଜପଥର ବାରିଗାଁ ନିକଟରୁ କୁଆଡେ ପଳାଇ ଯାଇଥିଲା।
ଏ ଘଟଣା ଥିଲା କିଛି ଏମିତି । ପିଲାଟି କିଛି ଦିନ ହେଲା ଚନ୍ଦ୍ରକା ଦାରୁଠେଙ୍ଗ ଅଞ୍ଚଳରେ ବୁଲୁଥିଲା । ନିରୀହ ବାଳକଟିକୁ ଦେଖଇ ଲୋକଙ୍କର ଦୟା ହେଲା । ସେମାନେ ତାକୁ ଖାଇବା ପିଇବା ଠାରୁ ଆରମ୍ଭ କରି ପୋଷାକପତ୍ର ମଧ୍ୟ ଦେଉଥିଲେ । ସେ କଥା କହି ପାରୁନଥିବାରୁ ତା ବିଷୟରେ କେହି କିଛି ଜାଣି ପାରିଲେ ନାହିଁ । କିଏ କହିଲା ସେ ଓଡ଼ିଆ ତ ଆଉ କିଏ କହିଲା ପିଲାଟି ଅଣଓଡ଼ିଆ । ଏମିତିରେ କିଛି ଦିନ ବିତିଯିବା ପରେ ସେହି ଅଞ୍ଚଳର ବାସିନ୍ଦା କେନ୍ୟୁଜର କର୍ମଚାରୀ ଅଜୟ ମୁଦୁଲିଙ୍କ ନିକଟରେ ଏହି ଖବର ପହଞ୍ଚିବାରୁ ସେ ଅଫିସ୍କୁ ଜଣାଇଥିଲେ । ପରେ କେନ୍ୟୁଜ୍ ରିପୋର୍ଟର ରାଜା ସେଠାରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ପିଲା ବିଷୟରେ ଚନ୍ଦକା ଥାନାକୁ ଜଣାଇଲେ । ଏହାପରେ ପିଲାଟିକୁ ଚାଇଲଡ୍ ଲାଇନ୍କୁ ନିଆଯାଇଥିଲା । ସେଠାରେ ତାର ଚିକିତ୍ସା କରାଯିବା ସହ ତାର ଯତ୍ନ ମଧ୍ୟନିଆଗଲା । ତେବେ ଏହି ଖବରଟି କେନ୍ୟୁଜ୍ରେ ପ୍ରସାରଣ ହେବା ପରେ ଏହାକୁ ସୁରେନ୍ଦ୍ର ସ୍ୱାଇଁଙ୍କ ପରିବାର ଲୋକେ ଦେଖି ଆମ ଆନନ୍ଦପୁର ରିପୋର୍ଟର ସ୍ୱପ୍ନେଶ୍ୱର ପଣ୍ଡାଙ୍କୁ ଯୋଗାଯୋଗ କରିଥିଲେ ।
ସତରେ, ଆମେ ଯେତେବେଳେ କୌଣସି ଅସହାୟଙ୍କ ଖବର ପ୍ରସାରଣ କରୁ କିମ୍ବା କାହାକୁ ସହାୟତା ଦରକାର ବୋଲି ଆପଣମାନଙ୍କୁ ଜଣାଉ ଆପଣମାନେ ସେମାନଙ୍କୁ ସାହାଯ୍ୟ କରନ୍ତି । ଅନେକ ଲୋକ ଏଭଳି ଭାବେ ଉପକୃତ ହୋଇଛନ୍ତି । ଆଉ ଏଥିପାଇଁ କେନ୍ୟୁଜ୍କୁ ବହୁତ ଆଶୀର୍ବାଦ ଓ ଭଲ ପାଇବା ମିଳିଛି । ଏବେ ପିଣ୍ଟୁକୁ ତାଙ୍କ ଘରଲୋକ ପାଇବା ପରେ ସେହିଭଳି ଆଶୀର୍ବାଦ ମିଳିଛି ଆମକୁ । ଏହା ଖୁବ୍ ଖୁସି ଦେିଛି ଆମକୁ । ଆଗକୁ କେନ୍ୟୁଜ୍ ତାର ଏଭଳି ନେତିକ ଦାୟିତ୍ୱ ତୁଲାଇ ଚାଲିବ । ଆଉ ଆମେ ଆପଣମାନଙ୍କ ସାହାଯ୍ୟ ସହଯୋଗ କାମନା କରିବୁ ।
ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୧ ଟଙ୍କା ୦୬ ପଇସା ରହିଛି । ଡିଜେଲ ଦର ୯୨ ଟଙ୍କା ୬୪ ପଇସା…
ନୂଆଦିଲ୍ଲୀ : ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ମୋଦି । ଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ…
ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…
ବାଲେଶ୍ଵର (କେନ୍ୟୁଜ): ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣାକୁ ଆଜି ପୁରିଛି ବର୍ଷେ । ୨୦୨୩ ଜୁନ୍ ୨ ଶୁକ୍ରବାର, ସମୟ…
ଭୁବନେଶ୍ୱର (କେନ୍ୟୁଜ): ଷ୍ଟ୍ରଙ୍ଗ ରୁମରେ ଇଭିଏମ୍ । ରାଜ୍ୟରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଇଭିଏମରେ ସିଲ ହୋଇଛି…
ଭୁବନେଶ୍ୱର (କେନ୍ୟୁଜ): ଜଳୁଛି ପଶ୍ଚିମ ଓଡ଼ିଶା । ଉପକୂଳରେ କଲବଲ କରୁଛି ଗରମ ଓ ଗୁଳୁଗୁଳି । ପଶ୍ଚିମ ଓଡ଼ିଶାରେ…