ରାଜ୍ୟ

ଭୁବନେଶ୍ବରରେ ଉଦଘାଟନ ହେଲା ମିଶନ ଶକ୍ତି ବଜାର, ମୁଖ୍ୟମନ୍ତ୍ରୀଙ୍କ ନୂଆ ଭେଟି

ଭୁବନେଶ୍ବର : ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ଉତ୍ପାଦ ବିକ୍ରି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନୂଆ ଭେଟି। ଭୁବନେଶ୍ବରରେ ମିଶନ ଶକ୍ତି ବଜାରର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏସଏଚଜି ଉଦ୍ଯୋଗୀଙ୍କ ଆଶାକୁ ମିଶନ ଶକ୍ତି ବଜାର ଆହୁରି ମଜଭୁତ କରିବ ବୋଲି ଆଶା ରହିଛି। ଏହି ବଜାର ସମ୍ପୂର୍ଣ୍ଣ ଭାବେ ମହିଳାଙ୍କ ଦ୍ବାରା ପରିଚାଳିତ ହେବ। ମିଶନ ଶକ୍ତି ବଜାରକୁ ଲୋକାର୍ପଣ କରିବା ପରେ ଏହାକୁ ବୁଲି ଦେଖିଥିଲେ ମୁଖ୍ଯମନ୍ତ୍ରୀ।

ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ମୌଳିକ ଉତ୍ପାଦ ବିକ୍ରିବଟା ପାଇଁ ମିଶନ ଶକ୍ତି ବିଭାଗ ୧୦ ହଜାର ବର୍ଗଫୁଟ ଅଞ୍ଚଳରେ ନିର୍ମାଣ ହୋଇଛି ଏହି ବଜାର। ଏହାର ପରିଚାଳନା ଖୋର୍ଦ୍ଧା ମାତୃଶକ୍ତି ଫାର୍ମର୍ସ ପ୍ରଡ୍ୟୁସ୍ କମ୍ପାନୀ ଲିମିଟେଡକୁ ପ୍ରଦାନ କରାଯାଇଛି। ଲୋକଙ୍କ ପାଇଁ ଏହି ବଜାର ସକାଳ ୧୦ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ।

ଏଠାରେ ଝାଡ଼ୁଠାରୁ ପାଟଶାଢ଼ୀ,ମିଲେଟସ ଉତ୍ପାଦ, କନ୍ଧମାଳ ହଳଦୀ, ମାଣ୍ଡିଆ, ଭଳି ପ୍ରାୟ ୨୮ ପ୍ରକାର ଉତ୍ପାଦ କିଣିବାର ସୁବିଧା ଉପଲବ୍ଧ ହେବ । ବର୍ଷ ସାରା ମିଳିବ ୩୦ ଜିଲ୍ଲାରେ ମିଶନ ଶକ୍ତି ସଦସ୍ୟା ପ୍ରସ୍ତୁତ କରୁଥିବା ହାତ ତିଆରି ସାମଗ୍ରୀ । ଏବେ ବଜାର ସୁବିଧା ଦେଇ ମାଆଙ୍କ ଉତ୍ପାଦ କିପରି ବିଦେଶରେ ପହଞ୍ଚି ପାରିବ ସେଥିପାଇଁ ମୁଖ୍ୟମନ୍ତ୍ରୀ ନେଇଛନ୍ତି ଏହି ବଳିଷ୍ଠ ପଦକ୍ଷେପ।

Niharanjan

Recent Posts

ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ, ମଦ ସହ ଛଅ ଗିରଫ

ଚୌଦ୍ୱାର : କଟକ ଜିଲ୍ଲା ଚୌଦ୍ୱାର ଅବକାରୀ ବିଭାଗ ପକ୍ଷରୁ ଚୌଦ୍ୱାର ଓ ଟାଙ୍ଗୀ ଅଂଚଳରେ ବିଭିନ୍ନ ସ୍ଥାନରେ ଚଢ଼ାଉ…

4 mins ago

ଆକାସା ଏୟାରର ଦିଲ୍ଲୀ-ମୁମ୍ବାଇ ବିମାନରେ ବୋମା ! ସୁରକ୍ଷା ଦୃଷ୍ଟିରୁ ଅହମ୍ମଦାବାଦ ଡାଇଭର୍ଟ

ବିମାନରେ ବୋମା ଥିବା ଘଟଣା ଥମିବାର ନାଁ ଧରୁନାହିଁ । ଭିସ୍ତାରା ପରେ ବର୍ତ୍ତମାନ ଆକାସା ଏୟାରଲାଇନ୍ସର ବିମାନକୁ ବୋମାରେ…

4 mins ago

ନୂଆଦିଲ୍ଲୀ: ବଢିଲା ଅମୁଲ କ୍ଷୀର ଦାମ୍‌, ଆଜିଠୁ ଲିଟର ପିଛା ଦେବାକୁ ହେବ ଆଉ ଅଧିକ ୨ ଟଙ୍କା

ନିର୍ବାଚନ ସରିବା ପରେ ବଢିଲା କ୍ଷୀର ଦାମ୍‌ । ନର୍ବାଚନ ଫଳାଫଳ ଆସନ୍ତା ୪ ତାରିଖରେ ଘୋଷଣା ହେବା ପୂର୍ବରୁ…

12 mins ago

ଭୂମିକମ୍ପରେ ଥରିଲା ଜାପାନ, ୧୦ ମିନିଟ୍‌ ବ୍ୟବଧାନରେ ୨ଟି ଝଟ୍‌କା

ଜାପାନ ମଧ୍ୟ ଭାଗରେ ସୋମବାର ୫.୯ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ସକାଳ ୬ଟା ୩୧ (ଭାରତୀୟ ସମୟ…

40 mins ago

ମଝି ଆକାଶରେ କୌଶଳ ଦେଖାଉଥିଲା ୬ ବିମାନ, ଧକ୍କା ହେବାରୁ ଚାଲିଗଲା ଜୀବନ: ଭିଡିଓ ଭାଇରଲ

ଏୟାର ଶୋ ବେଳେ ମଝି ଆକାଶରେ ଧକ୍କା ହେଲା ଦୁଇ ବିମାନ । ଆଉ ଦୁର୍ଘଟଣାରେ ଚାଲିଗଲା ପାଇଲଟଙ୍କ ଜୀବନ…

40 mins ago

ନିଖୋଜ ଡାକ୍ତରଙ୍କ ମିଳୁନି ପତ୍ତା, ଫେରାଇ ଆଣିବା ପାଇଁ ଜିଲ୍ଲାପାଳଙ୍କୁ ନିବେଦନ କଲେ ପରିବାରବର୍ଗ

ମାଲକାନଗିରି : ମାଲକାନଗିରି କାଲିମେଳାରେ ନିଖୋଜ ଡାକ୍ତରଙ୍କ ମିଳୁନି ପତ୍ତା। ଅପହରଣ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଗତକାଲି ଠାରୁ…

51 mins ago