ରାଜ୍ୟ

ଝାରପଡ଼ା ଜେଲରେ କଟିଲା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ରାତି, ସକାଳୁ ଜଳଖିଆରେ ଖାଇଲେ ଉପମା, ଘୁଘୁନି ଓ ଚା

ଭୁବନେଶ୍ବର: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନୂଆ ଠିକଣା ଝାରପଡ଼ା ଜେଲ । ଗିରଫ ପରେ ଜେଲରେ କଟିଲା ରାତି । ଗତକାଲି ରାତିରେ ପ୍ରଦୀପ କିଛି ଖାଇ ନଥିଲେ। ରାତି ଗୋଟାଏ ସୁଦ୍ଧା ପ୍ରଦୀପଙ୍କୁ ନିଦ ହୋଇନଥିଲା। ଆଜି ସକାଳ ଜଳଖିଆରେ ତାଙ୍କୁ ଉପମା, ଘୁଘୁନି ଓ ଚା ଖାଇବାକୁ ଦିଆଯାଇଛି। ଲାଇନ୍‌ରେ ଛିଡା ହୋଇ ପ୍ରଦୀପ ଖାଇବା ଆଣିଥିଲେ। ତାଙ୍କୁ କରୋନା ଆଇସୋଲେସନ ସେଲରେ ରଖାଯାଇଥିବା ଜଣାପଡିଛି । ଆଜି ରିମାଣ୍ଡ ଆବେଦନ କରିପାରେ କ୍ରାଇମବ୍ରାଞ୍ଚ ।

ଗତକାଲି ଜାମିନ ଆବେଦନ ଖାରଜ ପରେ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଗିରଫ ପରେ ପ୍ରଦୀପ ପାଣିଗ୍ରାହୀଙ୍କୁ ରାତିରେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟକୁ ଅଣାଯାଇଥିଲା । ରିମାଣ୍ଡ ଆବେଦନ କରିନଥିଲା କ୍ରାଇମବ୍ରାଞ୍ଚ । ଏହାପରେ ପ୍ରଦୀପଙ୍କୁ ଝାରପଡ଼ା ଜେଲ୍‌କୁ ପଠାଇ ଦିଆଯାଇଥିଲା । ସାଇବର ପୋଲିସ ଷ୍ଟେସନରେ ହୋଇଥିବା ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ।

ଭାବି ଜ୍ୱାଇଁ ଆକାଶ ପାଠକଙ୍କ ପାଇଁ ଟଙ୍କା ସଂଗ୍ରହ କରୁଥିଲେ ପ୍ରଦୀପ । ଟାଟା ମୋଟର୍ସରେ ଚାକିରି କରାଇଦେବା ନାଁରେ ପ୍ରଦୀପ ଟଙ୍କା ସଂଗ୍ରହ କରୁଥିବା ପ୍ରମାଣ ପାଇଛି କ୍ରାଇମବ୍ରାଞ୍ଚ । ପ୍ରଦୀପଙ୍କ ICICI ଆକାଉଣ୍ଟରୁ ଦୁଇ ଥରରେ ଆକାଶ ପାଠକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୫୦ଲକ୍ଷ ଟଙ୍କା ଯାଇଥିବା ଜଣାପଡିଛି। ସେପ୍ଟେମ୍ବର ମାସରେ ହୋଇଛି ଏହି କାରବାର। ତାଙ୍କ ବିରୋଧରେ ଦଫା ୪୧୯, ୪୨୦, ୪୬୭, ୪୬୮, ୪୬୯, ୪୭୧ରେ ମାମଲା ରୁଜୁ ହୋଇଛି । ଏଥିସହ ଆଇଟି ଆକ୍ଟ ୨୦୦୦ର 66 C/66Dରେ ମାମଲା ରୁଜୁ ହୋଇଛି ।

Sonalisa

Recent Posts

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

16 mins ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

2 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

3 hours ago

IT କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳି ଛାରଖାର ହେଲା ଅଫିସ୍‌ ଗୃହ

ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…

3 hours ago

ବସ୍‌ ଷ୍ଟାଣ୍ଡରେ ହୁତୁ ହୁତୁ ହୋଇ ଜଳିଗଲା ୪ ଟି ବସ୍‌

ରାୟଗଡ଼ା(କେନ୍ୟୁଜ୍‌): ବସ୍‌ ରେ ଲାଗିଲା ନିଆଁ । ହୁତୁ ହୁତୁ ହୋଇ ବସ୍‌ଷ୍ଟାଣ୍ଡରେ ଜଳିଗଲା ବସ୍‌ । ରାୟଗଡ଼ା ଜିଲ୍ଲା…

4 hours ago

ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲା : ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି

ପୁରୀ(କେନ୍ୟୁଜ୍‌): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲାରେ ଆଉ ଜଣଙ୍କ ମୃତ୍ୟୁ । ଏଥିସହ ମୃତ୍ୟୁସଂଖ୍ୟା ୯ କୁ ବୃଦ୍ଧି…

4 hours ago