Below header

ଝାରପଡ଼ା ଜେଲରେ କଟିଲା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ରାତି, ସକାଳୁ ଜଳଖିଆରେ ଖାଇଲେ ଉପମା, ଘୁଘୁନି ଓ ଚା

ଭୁବନେଶ୍ବର: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନୂଆ ଠିକଣା ଝାରପଡ଼ା ଜେଲ । ଗିରଫ ପରେ ଜେଲରେ କଟିଲା ରାତି । ଗତକାଲି ରାତିରେ ପ୍ରଦୀପ କିଛି ଖାଇ ନଥିଲେ। ରାତି ଗୋଟାଏ ସୁଦ୍ଧା ପ୍ରଦୀପଙ୍କୁ ନିଦ ହୋଇନଥିଲା। ଆଜି ସକାଳ ଜଳଖିଆରେ ତାଙ୍କୁ ଉପମା, ଘୁଘୁନି ଓ ଚା ଖାଇବାକୁ ଦିଆଯାଇଛି। ଲାଇନ୍‌ରେ ଛିଡା ହୋଇ ପ୍ରଦୀପ ଖାଇବା ଆଣିଥିଲେ। ତାଙ୍କୁ କରୋନା ଆଇସୋଲେସନ ସେଲରେ ରଖାଯାଇଥିବା ଜଣାପଡିଛି । ଆଜି ରିମାଣ୍ଡ ଆବେଦନ କରିପାରେ କ୍ରାଇମବ୍ରାଞ୍ଚ ।

pradeepଗତକାଲି ଜାମିନ ଆବେଦନ ଖାରଜ ପରେ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଗିରଫ ପରେ ପ୍ରଦୀପ ପାଣିଗ୍ରାହୀଙ୍କୁ ରାତିରେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟକୁ ଅଣାଯାଇଥିଲା । ରିମାଣ୍ଡ ଆବେଦନ କରିନଥିଲା କ୍ରାଇମବ୍ରାଞ୍ଚ । ଏହାପରେ ପ୍ରଦୀପଙ୍କୁ ଝାରପଡ଼ା ଜେଲ୍‌କୁ ପଠାଇ ଦିଆଯାଇଥିଲା । ସାଇବର ପୋଲିସ ଷ୍ଟେସନରେ ହୋଇଥିବା ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ।

abhay pathakଭାବି ଜ୍ୱାଇଁ ଆକାଶ ପାଠକଙ୍କ ପାଇଁ ଟଙ୍କା ସଂଗ୍ରହ କରୁଥିଲେ ପ୍ରଦୀପ । ଟାଟା ମୋଟର୍ସରେ ଚାକିରି କରାଇଦେବା ନାଁରେ ପ୍ରଦୀପ ଟଙ୍କା ସଂଗ୍ରହ କରୁଥିବା ପ୍ରମାଣ ପାଇଛି କ୍ରାଇମବ୍ରାଞ୍ଚ । ପ୍ରଦୀପଙ୍କ ICICI ଆକାଉଣ୍ଟରୁ ଦୁଇ ଥରରେ ଆକାଶ ପାଠକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୫୦ଲକ୍ଷ ଟଙ୍କା ଯାଇଥିବା ଜଣାପଡିଛି। ସେପ୍ଟେମ୍ବର ମାସରେ ହୋଇଛି ଏହି କାରବାର। ତାଙ୍କ ବିରୋଧରେ ଦଫା ୪୧୯, ୪୨୦, ୪୬୭, ୪୬୮, ୪୬୯, ୪୭୧ରେ ମାମଲା ରୁଜୁ ହୋଇଛି । ଏଥିସହ ଆଇଟି ଆକ୍ଟ ୨୦୦୦ର 66 C/66Dରେ ମାମଲା ରୁଜୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.